ଜେଲର କଏଦୀଙ୍କ ପିଠିରେ ଗରମ ଲୁହାରେ ଲେଖିଲେ ‘ଆତଙ୍କବାଦୀ’

Advertisment
ଜେଲର କଏଦୀଙ୍କ ପିଠିରେ ଗରମ ଲୁହାରେ ଲେଖିଲେ ‘ଆତଙ୍କବାଦୀ’

ଚଣ୍ଡିଗଡ଼: ପଞ୍ଜାବର ବାର୍ନାଲା ଜିଲ୍ଲାର ଜେଲରଙ୍କ ବିରୋଧରେ ଜଣେ ବିଚାରଧୀନ କଏଦୀ ସଙ୍ଗୀନ ଅଭିଯୋଗ ଆଣିଛନ୍ତି।
କଏଦୀ ଅଭିଯୋଗ କରିଛନ୍ତି କି, ଜେଲର ତାଙ୍କ ପିଠିରେ ପଞ୍ଜାବୀ ଭାଷାରେ ଗରମ ଲୁହାରେ ‘ଆତଙ୍କବାଦୀ’ ଲେଖିଥିଲେ। ଏହି ଘଟଣାର ଏକ ଫଟୋ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି।

ଫଟୋ ଭାଇରାଲ ହେବା ପରେ ରାଜ୍ୟର ଉପମୁଖ୍ୟମନ୍ତ୍ରୀ ସୁଖଜିନ୍ଦର ସିଂ ରାନ୍ଧୱା ତଦନ୍ତ ପାଇଁ ନିର୍ଦ୍ଦେଶ ଦେଇଛନ୍ତି। କରମଜିତ ସିଂ ନାମକ ଜଣେ ୨୮ବର୍ଷୀୟ କଏଦୀ ମାନସା ଜିଲ୍ଲାର ଏକ ଅଦାଲତରେ ଅଭିଯୋଗ କରି କହିଛନ୍ତି, ‘ବନ୍ଦୀମାନଙ୍କ ଅବସ୍ଥା ଅତ୍ୟନ୍ତ ଶୋଚନୀୟ । ଏଥିସହିତ ନିଜ ସାର୍ଟ ଖୋଲି ବି ଅଦାଲତରେ ଦେଖାଇଥିଲେ କି କିପରି ତାଙ୍କ ପିଠିରେ ଗରମ ଲୁହାରେ ଚେଙ୍କ ଦିଆଯାଇ ‘ଆତଙ୍କବାଦୀ’ ଲେଖାଯାଇଥିଲା। ଏତଦ ବ୍ୟତୀତ ସେ ଅଭିଯୋଗ କହିଥିଲେ କି କାହିଁକି ଏଡସ ଓ ହେପାଟାଇଟିସ୍ ରୋଗରେ ପୀଡିତ ଲୋକଙ୍କୁ ଅଲଗା ୱାର୍ଡରେ  ରଖାଯାଉ ନାହିଁ ।

ଉପମୁଖ୍ୟମନ୍ତ୍ରୀ ରାନ୍ଧୱା ଜେଲ ଏଡିଜିପି ପି.କେ ସିହ୍ନାଙ୍କୁ କଏଦୀଙ୍କ ଅଭିଯୋଗକୁ ଭଲଭାବେ ଅନୁସନ୍ଧାନ ଓ ତାଙ୍କର ଡାକ୍ତରୀ ପରୀକ୍ଷା କରାଇବାକୁ ନିର୍ଦ୍ଦେଶ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe