ଚଣ୍ଡିଗଡ଼: ପଞ୍ଜାବରୁ ଏକ ଅଜବ ଏବଂ ଆଶ୍ଚର୍ଯ୍ୟଜନକ ଖବର ଆସିଛି ଯାହା ଜେଲ୍ ପ୍ରଶାସନର ନିଦ ହଜାଇ ଦେଇଛି। ନିଶା ସେବନ ପାଇଁ ଏଠାକାର ଜେଲଗୁଡ଼ିକରେ ଏବେ ଡ୍ରଗ୍ସ ଅଭାବରୁ କୁଖ୍ୟାତ  କଏଦୀମାନେ ଝିଟିପିଟିଙ୍କ ଶତ୍ରୁ ପାଲଟି ଯାଇଛନ୍ତି। ସୋସିଆଲ ମିଡିଆରେ ଭାଇରାଲ ହେଉଥିବା ଦାବି ଅନୁଯାୟୀ, ଝିଟିପିଟିର ଲାଞ୍ଜ କାଟି, ତାକୁ ଶୁଖାଇ ବିଡ଼ି କିମ୍ବା ତମାଖୁରେ ମିଶାଇ କଏଦୀମାନେ ନିଶାଗ୍ରସ୍ତ ହେଉଛନ୍ତି। କଏଦୀଙ୍କର ନିଶା ସେବନର ଏହି ନୂତନ ଧାରା ଯୋଗୁ ଜେଲ୍ କାନ୍ଥରୁ ଝିଟିପିଟି ଉଭାନ ହେବା ଆରମ୍ଭ ହୋଇଛନ୍ତି। ଏନେଇ ଜେଲରମାନେ ଚାପରେ ଅଛନ୍ତି।

Advertisment

ଏହି ଖବରଟି କେବଳ ଏକ ଗୁଜବ ପରି ଲାଗିପାରେ। କିନ୍ତୁ ଚିକିତ୍ସା ଏବଂ ଅପରାଧିକ ମାମଲା ଅଧ୍ୟୟନ ଏହାକୁ ନିଶ୍ଚିତ କରିଛି। ଜେଲ୍‌ରେ ନିଶାଦ୍ରବ୍ୟ ଚୋରା ଚାଲାଣ ରୋକିବା ପାଇଁ କଠୋର ପଦକ୍ଷେପ ନିଆଯାଇଥିଲେ ମଧ୍ୟ, ନିଶାଦ୍ରବ୍ୟ ନିଶାକାରୀମାନେ ଏହି ଭୟଙ୍କର ଏବଂ ଘୃଣ୍ୟ ବିକଳ୍ପ ଉପାୟ ଆପଣେଇଛନ୍ତି।

ଆହୁରି ପଢ଼ନ୍ତୁ:Politics Over Gavai's Possible RS nomination: ରାଜ୍ୟସଭାକୁ ଯିବା ନେଇ ରାଜନୈତିକ ଚର୍ଚ୍ଚାରେ ପୂର୍ଣ୍ଣଚ୍ଛେଦ ପକାଇଲେ ପୂର୍ବତନ ବିଚାରପତି ଗଭାଇ

୨୦୨୩ ମସିହାର ଏକ ସରକାରୀ ସର୍ଭେର ତଥ୍ୟ ଦର୍ଶାଉଛି ଯେ, ପଞ୍ଜାବ ଜେଲ୍‌ରେ ଥିବା ୪୨ ପ୍ରତିଶତ କଏଦୀ ନିଶାଦ୍ରବ୍ୟ  ସେବନ କରିଥାନ୍ତି। ଯେତେବେଳେ ସେମାନେ ହାସିସ୍, ହେରୋଇନ୍ କିମ୍ବା ସ୍ପିରିଟ୍ ଭଳି ନିଶା ସହଜରେ ପାଆନ୍ତି ନାହିଁ, ସେମାନେ ଜେଲ୍ ପରିସରରେ ମିଳୁଥିବା ଝିଟିପିଟି, ବିଶେଷକରି ଭାରତୀୟ କଣ୍ଟା-ଲାଞ୍ଜ ଝିଟିପିଟିକୁ ଟାର୍ଗେଟ କରିଥାନ୍ତି।

ଚିକିତ୍ସା ବିଜ୍ଞାନ ମଧ୍ୟ ଆଶ୍ଚର୍ଯ୍ୟ 

୨୦୧୪ ମସିହାରେ ପଟିଆଲାର ରାଜିନ୍ଦ୍ର ହସ୍ପିଟାଲରେ ରିପୋର୍ଟ ହୋଇଥିବା ଏକ ମାମଲା ସବୁଠାରୁ ଅଧିକ ଚର୍ଚ୍ଚିତ ହୋଇଥିଲା। ୧୫ ବର୍ଷ ଧରି ଗଞ୍ଜେଇ ନିଶାରେ ନିଶାଗ୍ରସ୍ତ ଜଣେ ୨୫ ବର୍ଷୀୟ କଏଦୀ ସ୍ୱୀକାର କରିଥିଲେ ଯେ, ଡ୍ରଗ୍ସ ନ ପାଇବାରୁ ସାଥୀ କଏଦୀମାନେ ତାଙ୍କୁ ଝିଟିପିଟି ଲାଞ୍ଜ ପଦ୍ଧତି ଶିଖାଇଥିଲେ। ସେମାନେ ଝିଟିପିଟିକୁ ଜାଳି ଦେଉଥିଲେ ଏବଂ ତାହାର ପାଉଁଶକୁ ବିଡ଼ିରେ ପୂରାଇ ଟାଣୁଥିଲେ। ଯାହା ଫଳରେ ଗଞ୍ଜେଇ ଭଳି ନିଶା ହେଉଥିଲା। ୨୦୧୩ ମସିହାରେ ରୋହତକର ପିଜିଆଇଏମଏସରେ ଆଉ ଏକ ମାମଲା ଘଟିଥିଲା। ଯେଉଁଠାରେ ଜଣେ କଏଦୀ ଝିଟିପିଟି ଲାଞ୍ଜକୁ ପାଉଡର କରି ଖାଇ ଦେଇଥିଲେ, ଯାହା ତାଙ୍କୁ ୧୦-୧୨ ଘଣ୍ଟା ପାଇଁ ନିଶାଗ୍ରସ୍ତ କରିଥିଲା। ଡାକ୍ତରମାନେ ଏହାକୁ ଏକ "Unconventional Psychoactive Substances" ଭାବରେ ବର୍ଣ୍ଣନା କରିଛନ୍ତି। ଯାହା hallucination ଅର୍ଥାତ୍ ଭ୍ରମ ଏବଂ ନିଷ୍କ୍ରିୟତା ସୃଷ୍ଟି କରିଥାଏ।

'ଉଡ଼ତା ପଞ୍ଜାବ'ର କଟୁ ସତ୍ୟ

ନିଶା ଯୋଗୁ ପଞ୍ଜାବକୁ ପ୍ରାୟତଃ 'ଉଡ଼ତା ପଞ୍ଜାବ' କୁହାଯାଇଥାଏ ଏବଂ ଏଠାକାର ପରିସଂଖ୍ୟାନ ମଧ୍ୟ ଭୟଙ୍କର। ୨୦୨୩ ମସିହାରେ, ୮ ହଜାରରୁ ଅଧିକ କଏଦୀଙ୍କ ଡ୍ରଗ୍ସ ପରୀକ୍ଷା କରାଯାଇଥିଲା। ଯେଉଁଥିରେ ୪୨ ପ୍ରତିଶତ ପଜିଟିଭ୍ ମିଳିଥିଲା। ଅମୃତସର ଜେଲରେ, ୧୯୦୦ କଏଦୀଙ୍କ ମଧ୍ୟରୁ ୯୦୦ ଏବଂ ଭଟିଣ୍ଡାରେ, ୧୬୭୩ କଏଦୀଙ୍କ ମଧ୍ୟରୁ ୬୪୭ ଜଣ ନିଶାଗ୍ରସ୍ତ ଥିବା ଜଣାପଡିଥିଲା। 

ଆହୁରି ପଢ଼ନ୍ତୁ:Husband Kills Wife ପରକୀୟା ସନ୍ଦେହରୁ ବୀଭତ୍ସ ହତ୍ୟାକାଣ୍ଡ, ନିଆଁ ଫୁଁଙ୍କା ଲୁହା ନଳାରେ ସ୍ତ୍ରୀଙ୍କୁ ମାରିଲା ସ୍ବାମୀ

ନିଶା ପାଇଁ ସାପ ବିଷ ଏବଂ ବିଛା ଦଂଶନ

ନିଶା ଲାଳସା ପୂରଣ କରିବା ପାଇଁ, କଏଦୀମାନେ ଏବେ ସାପ ବିଷ ଏବଂ ବିଛା ଦଂଶନ ବ୍ୟବହାର କରିବା ଆରମ୍ଭ କରିଛନ୍ତି। ଲାଳସା ବଢ଼ିବା ଯୋଗୁ ଝିଟିପିଟି ଲାଞ୍ଜର ବ୍ୟବହାର ମଧ୍ୟ ବୃଦ୍ଧି ପାଇଛି। ଯାହା ସେମାନଙ୍କୁ ବାରମ୍ବାର ନିଶା ସେବନ କରିବାର ସୁଯୋଗ ଦେଉଛି। ବର୍ତ୍ତମାନ, ପ୍ରଶାସନ ଜେଲ୍ କାନ୍ଥରୁ ଝିଟିପିଟି ହଟାଇବାରେ ଲାଗିପଡ଼ିଛି।