କଏଦୀ ଏବଂ ଜେଲରଙ୍କ ନିଦ ହଜାଇଲା ସିରିୟଲ କିଲର

Advertisment
କଏଦୀ ଏବଂ ଜେଲରଙ୍କ ନିଦ ହଜାଇଲା ସିରିୟଲ କିଲର

ଭୋପାଳ : ମଧ୍ୟପ୍ର‌ଦେଶର ସିରିୟଲ କିଲର ଶିବପ୍ରସାଦ ଏବେ ସାଗର କେନ୍ଦ୍ରୀୟ ଜେଲ୍‌ର ଅନ୍ୟ କଏଦୀ ଏବଂ ଜେଲରଙ୍କ ନିଦ ହଜାଇ ଦେଇଛି। ୫ ଜଣ ସୁରକ୍ଷାକର୍ମୀ ଶୋଇଥିବା ସମୟରେ ସେମାନଙ୍କୁ ବିନା କାରଣରେ ହତ୍ୟା କରିଥିବା ଶିବପ୍ରସାଦକୁ ଜେଲ୍‌ର ଅନ୍ୟ କଏଦୀମାନେ ଭୟ କରୁଛନ୍ତି। ସେଥିପାଇଁ ଶିବପ୍ରସାଦକୁ ଏକ ପୃଥକ୍‌ କକ୍ଷରେ ଏକାକୀ ରଖାଯାଇଛି। ସେ ରହୁଥିବା କକ୍ଷରେ ଫ୍ୟାନ୍‌ ନାହିଁ। ତାକୁ ଯେଉଁ ଥାଳିରେ ଖାଇବାକୁ ଦିଆଯାଉଛି ତାହା ମଧ୍ୟ ତୁରନ୍ତ ଉଠାଇ ନିଆଯାଉଛି। କାଳେ ସେ ଥାଳିରେ ବାଡ଼େଇ କାହାକୁ ମାରିଦେବ ସେହି ଭୟ ରହୁଛି। ତେବେ ପ୍ରଥମେ ଶିବପ୍ରସାଦ ଜେଲ୍‌ର ଅନ୍ୟ କଏଦୀଙ୍କ ସହ ରହୁଥିଲା। କିନ୍ତୁ ତା’ ଅପରାଧ ପ୍ରକୃତି ସମ୍ପର୍କରେ ସମସ୍ତେ ଜାଣିଥିବାରୁ ତା’ ସାଙ୍ଗରେ ରହୁଥିବା କଏଦୀମାନେ ରାତି ରାତି ଶୋଇନଥିଲେ। ସେମାନେ ଭୟରେ ରାତିରେ ଚେଇଁ ରହୁଥିଲେ। ଜେଲ୍‌ କର୍ତ୍ତୃପକ୍ଷ ମଧ୍ୟ ରାତିରେ ଶୋଉ ନଥିଲେ। ତେଣୁ ଜେଲ୍‌ କର୍ତ୍ତୃପକ୍ଷ ଅନ୍ୟ କଏଦୀଙ୍କୁ ଆଶ୍ବସ୍ତ କରିବାପାଇଁ ଏବଂ ନିଜେ ଶାନ୍ତିରେ ରହିବାକୁ ଶିବପ୍ରସାଦକୁ ଏକ ପୃଥକ୍‌ କକ୍ଷରେ ରଖିଲେ।

ଶିବ ପ୍ରସାଦ ବିନା କାରଣରେ ସୁରକ୍ଷାକର୍ମୀ ଶୋଇଥିବା ସମୟରେ ‌ସେମାନଙ୍କ ମୁଣ୍ଡକୁ ପିଟି ହତ୍ୟା କରୁଥିଲା। ପ୍ରାୟ ସପ୍ତାହକ ମଧ୍ୟରେ ସେ ୫ ଜଣଙ୍କୁ ହତ୍ୟା କରିଛି। ଶେଷରେ ପୁଲିସ ଦ୍ବାରା ସେ ଗିରଫ ହୋଇଥିଲା। ସେପ୍ଟେମ୍ବର ୩ ତାରିଖରେ ଶିବପ୍ରସାଦକୁ ଯେତେବେଳେ ସାଗର ଜେଲ୍‌ ଅଣାଯାଇଥିଲା ସେ ସମୟରେ ଅନ୍ୟ କଏଦୀଙ୍କ ମଧ୍ୟରେ ଏକ ଖବର ପ୍ରସାରିତ ହୋଇଥିଲା ଯେ ଶିବପ୍ରସାଦ କେବଳ ଶୋଇଥିବା ଲୋକଙ୍କୁ ମାରୁଛି। ତେଣୁ ସେବେଠାରୁ ଅନ୍ୟ କଏଦୀଙ୍କ ନିଦ ହଜିଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe