ବାରମ୍ବାର ନିର୍ଦ୍ଦେଶ ପରେ ନିଜ ପକ୍ଷ ରଖୁନଥିବାରୁ କ୍ରିକେଟର ପୃଥ୍ବୀଙ୍କ ଉପରେ ୧୦୦ଟଙ୍କାର ଜରିମାନା ଲଗାଇଲେ କୋର୍ଟ

ବଢ଼ିଲା ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ଙ୍କ ସମସ୍ୟା। ତାଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଲେ ମୁମ୍ବାଇର ଦିନଦୋଶୀ ସେସନ୍ସ କୋର୍ଟ। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ସପ୍ନା ଗିଲ୍ ଦ୍ୱାରା ଦାୟର ଆବେଦନର ଉତ୍ତର ଦାଖଲ ନକରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି।

ty

ନୂଆଦିଲ୍ଲୀ: ବଢ଼ିଲା ଭାରତୀୟ କ୍ରିକେଟର ପୃଥ୍ୱୀ ଶ’ଙ୍କ ସମସ୍ୟା। ତାଙ୍କ ଉପରେ ୧୦୦ ଟଙ୍କା ଜରିମାନା ଲଗାଇଲେ ମୁମ୍ବାଇର ଦିନଦୋଶୀ ସେସନ୍ସ କୋର୍ଟ। ସୋସିଆଲ ମିଡିଆ ଇନ୍‌ଫ୍ଲୁଏନସର ସପ୍ନା ଗିଲ୍ ଦ୍ୱାରା ଦାୟର ଆବେଦନର ଉତ୍ତର ଦାଖଲ ନକରିବା କାରଣରୁ ଏହି କାର୍ଯ୍ୟାନୁଷ୍ଠାନ ନିଆଯାଇଛି। କୋର୍ଟ ପୂର୍ବରୁ ଶ’ଙ୍କୁ ଉତ୍ତର ଦାଖଲ ପାଇଁ ଶେଷ ସୁଯୋଗ ଦେଇଥିଲେ, କିନ୍ତୁ ତାଙ୍କ ପକ୍ଷରୁ କୌଣସି ଉତ୍ତର ମିଳିନଥିଲା।

ଉଲ୍ଲେଖଯୋଗ୍ୟ, ଫେବ୍ରୁଆରି ୧୫, ୨୦୨୩ରେ ମୁମ୍ବାଇର ଅନ୍ଧେରୀ ଅଞ୍ଚଳର ଏକ ପବ୍‌ରେ ପୃଥ୍ୱୀ ଶ’ ଏବଂ ସପ୍ନା ଗିଲ୍‌ଙ୍କ ମଧ୍ୟରେ ବିବାଦ ହୋଇଥିଲା। ଗିଲ୍ ଅଭିଯୋଗ କରିଥିଲେ ଯେ, ତାଙ୍କର ଜଣେ ବନ୍ଧୁ ପୃଥ୍ୱୀଙ୍କଠାରୁ ସେଲ୍ଫି ମାଗିଥିଲେ। ହେଲେ ପୃଥ୍ୱୀ ମନା କରି ଫୋନ ଛଡ଼ାଇ ନେଇ ଫିଙ୍ଗି ଦେଇଥିଲେ। ଏହା ପରେ, ଯେତେବେଳେ ସପ୍ନା ଗିଲ୍ ହସ୍ତକ୍ଷେପ କରିବାକୁ ଚେଷ୍ଟା କଲେ, ପୃଥ୍ୱୀ ଏବଂ ତାଙ୍କ ବନ୍ଧୁମାନେ ତାଙ୍କୁ ମାଡ଼ ମାରିଥିଲେ ଏବଂ ଅସଦାଚରଣ କରିଥିଲେ।

ଘଟଣା ପରେ ସପ୍ନା ପୁଲିସରେ ଏକ ଏତଲା ପଞ୍ଜିକରଣ କରିବାକୁ ଚେଷ୍ଟା କରିଥିଲେ। କିନ୍ତୁ ପୁଲିସ ମାମଲା ପଞ୍ଜିକୃତ କରିନଥିଲା। ଏହା ପରେ ସେ ଅନ୍ଧେରିର ମାଜିଷ୍ଟ୍ରେଟ୍ କୋର୍ଟରେ ଏକ ଆବେଦନ ଦାଖଲ କରିଥିଲେ। ଏପ୍ରିଲ ୨୦୨୪ରେ ମାଜିଷ୍ଟ୍ରେଟ୍ କୋର୍ଟ ତାଙ୍କର ଆବେଦନକୁ ସ୍ୱୀକାର କରିଥିଲେ ଏବଂ କହିଥିଲେ ଯେ, ଏଫଆଇଆର ଦାଖଲ କରିବାରେ ବିଳମ୍ବ ହୋଇଥିଲା। କିନ୍ତୁ ଅଭିଯୋଗଗୁଡ଼ିକ ଗମ୍ଭୀର। ତେଣୁ ମାମଲାର ତଦନ୍ତ ଆବଶ୍ୟକ। ଏଭଳି କହି କୋର୍ଟ ସାନ୍ତାକ୍ରୁଜ୍ ପୁଲିସକୁ ସିଆରପିସି ଧାରା ୨୦୨ ଅନୁଯାୟୀ ତଦନ୍ତ କରି ରିପୋର୍ଟ ଦାଖଲ କରିବାକୁ ନିର୍ଦ୍ଦେଶ ଦେଇଥିଲେ।

ସେସନ୍ସ କୋର୍ଟ ଗିଲଙ୍କ ଆବେଦନର ଉତ୍ତର ଦେବାକୁ ପୃଥ୍ୱୀଙ୍କୁ ବାରମ୍ବାର କହିଥିଲେ। ଗତ ଶୁଣାଣି ସମୟରେ, କୋର୍ଟ ଚେତାବନୀ ଦେଇଥିଲେ ଯେ, ସେ ପୃଥ୍ୱୀଙ୍କୁ ତାଙ୍କର ଉତ୍ତର ଦାଖଲ କରିବା ପାଇଁ ଶେଷ ସୁଯୋଗ ଦେଉଛନ୍ତି।ମଙ୍ଗଳବାର ଦିନ ଶୁଣାଣି ଥିବା ବେଳେ ପୃଥ୍ୱୀ କୌଣସି ଉତ୍ତର ଦାଖଲ କରିନଥିବା ଦେଖିଥିଲେ କୋର୍ଟ। ଏହା ଦେଖି ବିଚାରପତି କହିଥିଲେ, "ଏବେ ୧୦୦ଟଙ୍କା ଜରିମାନା ସହିତ ଆଉ ଗୋଟିଏ ସୁଯୋଗ ଦିଆଯାଉଛି।" ଏହି ଶୁଣାଣି ପରେ ଏବେ ଏହାର ଆଗାମୀ ଶୁଣାଣି ଡିସେମ୍ବର ୧୬ପର୍ଯ୍ୟନ୍ତ ସ୍ଥଗିତ ରଖାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe