କେବଳ ସଭାପତି ନୁହେଁ, କଂଗ୍ରେସର ସବୁ ପଦ ପାଇଁ ନିର୍ବାଚନ ହେବା ଜରୁରୀ: ଜି-୨୩ ନେତା ପୃଥ୍ବୀରାଜ ଚୌହାନ

କେବଳ ସଭାପତି ନୁହେଁ, କଂଗ୍ରେସର ସବୁ ପଦ ପାଇଁ ନିର୍ବାଚନ ହେବା ଜରୁରୀ: ଜି-୨୩ ନେତା ପୃଥ୍ବୀରାଜ ଚୌହାନ

ମୁମ୍ବାଇ: କଂଗ୍ରେସ ନୂତନ ସଭାପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛି। ଅକ୍ଟୋବର ୧୭ରେ ନିର୍ବାଚନ ହେବ ଏବଂ ଅକ୍ଟୋବର ୧୯ରେ ଭୋଟ୍ ଗଣନା କରାଯିବ। ତେବେ ନିର୍ବାଚନ ତାରିଖ ଘୋଷଣା ପରେ ବି ଜି-୨୩ ଦଳର ଅସନ୍ତୋଷ ହ୍ରାସ ପାଉନାହିଁ। ବର୍ତ୍ତମାନ ମହାରାଷ୍ଟ୍ରର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଜି-୨୩ ଦଳର ନେତା ପୃଥ୍ବୀରାଜ ଚୌହାନ ସଭାପତି ପଦକୁ ନେଇ ପ୍ରଶ୍ନ ଉଠାଇଛନ୍ତି। ପୃଥ୍ବୀରାଜ ଚୌହାନ କହିଛନ୍ତି ଯଦି କାଠ କଣ୍ଢେଇକୁ ସଭାପତି କରାଯାଏ, ତେବେ କଂଗ୍ରେସ ବଞ୍ଚିପାରିବ ନାହିଁ। ଚୌହାନ ଏହା ମଧ୍ୟ କହିଛନ୍ତି ଯେ କେବଳ ସଭାପତି ପଦ ନୁହେଁ ଦଳର ସମସ୍ତ ପଦବୀ ପାଇଁ ନିର୍ବାଚନ ହେବା ଉଚିତ୍। କଂଗ୍ରେସକୁ ବଞ୍ଚାଇବା ପାଇଁ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ଗ୍ରହଣ କରାଯିବା ଆବଶ୍ୟକ। ଏବେ ପଛ ସିଟରେ ବସି‌ଲେ କାମ ହୋଇପାରିବ ନାହିଁ।

ମଲ୍ଲିକାର୍ଜୁନ ଖଡଗେଙ୍କ ସମେତ ଦଳର କିଛି ନେତା ବିବୃତି ଜାରି କରି କହିଛନ୍ତି ଯେ ସେମାନେ ରାହୁଲ ଗାନ୍ଧୀଙ୍କ ଉପରେ ସଭାପତି ପଦ ଗ୍ରହଣ କରିବାକୁ ଚାପ ପକାଇବେ। ଏହା ଉପରେ ନିଜର ପ୍ରତିକ୍ରିୟା ଦେଇ ଚୌହାନ କହିଛନ୍ତି ଯେ, ଯଦି ରାହୁଲ ଗାନ୍ଧୀ ସଭାପତି ହେବାକୁ ଚାହୁଁନାହାଁନ୍ତି, ତେବେ ତାଙ୍କ ଉପରେ ଏତେ ଚାପ କାହିଁକି ପକାଯାଉଛି? ଏପ୍ରଶ୍ନ ପଚାରିବା ସହ ସେ ଗୁଲାମ ନବୀ ଆଜାଦଙ୍କ ଇସ୍ତଫାକୁ ଦୁର୍ଭାଗ୍ୟଜନକ ବୋଲି କହିଛନ୍ତି।

ଆଜାଦ ଏବେ କଂଗ୍ରେସରୁ ଇସ୍ତଫା ଦେଇ ନିଜର ଏକ ଦଳ ଗଠନ କରିବେ ବୋଲି ଘୋଷଣା କରିଛନ୍ତି। ୧୪ଦିନ ମଧ୍ୟରେ ସେ ଜମ୍ମୁ-କଶ୍ମୀରରେ ନିଜର ଦଳ ଗଠନ କରିବେ ବୋଲି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe