ହ୍ୟାକ୍‌ ହୋଇଗଲା ପୋର୍ଟାଲ୍‌; ପଦାରେ ପଡ଼ିଗଲା ଭାଏଗ୍ରା କିଣୁଥିବା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ!

Advertisment
ହ୍ୟାକ୍‌ ହୋଇଗଲା ପୋର୍ଟାଲ୍‌; ପଦାରେ ପଡ଼ିଗଲା ଭାଏଗ୍ରା କିଣୁଥିବା ଲୋକଙ୍କ ବ୍ୟକ୍ତିଗତ ତଥ୍ୟ!

ରୟାଲସୀମା (ଆନ୍ଧ୍ରପ୍ରଦେଶ): ସଂପ୍ରତି ଏବେ ସବୁ କ୍ଷେତ୍ରରେ ଡିଜିଟାଲ ଇଣ୍ଡିଆ କଥା କୁହାଯାଉଥିବା ବେଳେ ଦେଶର ଇଣ୍ଟରନେଟ୍‌ ବ୍ୟବସ୍ଥାକୁ ଆଜି ପର୍ଯ୍ୟନ୍ତ ସୁରକ୍ଷିତ କରାଯାଇ ପାରିଲା ନାହିଁ। ନିକଟରେ ଆନ୍ଧ୍ରପ୍ରଦେଶ ସରକାରଙ୍କର ସରକାରୀ େଓ୍ଵବ୍‌ସାଇଟ୍‌ ବା ପୋର୍ଟାଲ ହ୍ୟାକ୍‌ ହେବା ଘଟଣାକୁ ନେଇ ଏବେ ଦେଶବ୍ୟାପି ଚର୍ଚ୍ଚା ଓ ଆଲୋଡ଼ନ ସୃଷ୍ଟି ହୋଇଛି। କାରଣ, ଏଥର ଆନ୍ଧ୍ରପ୍ରଦେଶ ସରକାରଙ୍କର ସରକାରୀ େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ ହେବା ଘଟଣାରେ ଏକ ସରକାରୀ ଔଷଧ ଦୋକାନରୁ ଭାଏଗ୍ରା (ଯୌନ ଉଦ୍ଦୀପକ ଔଷଧ) କ୍ରୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କର ନାମ ଓ ଟେଲିଫୋନ୍‌ ନମ୍ବର ସମେତ ସମସ୍ତ ବ୍ୟକ୍ତିଗତ ଡାଟା ଲିକ୍‌ ହୋଇଯାଇଛି।

‘ହଫିଙ୍ଗ୍‌ଟନ୍‌ ପୋଷ୍ଟ’ରେ ପ୍ରକାଶିତ ଏକ ରିପୋର୍ଟ ଅନୁଯାୟୀ ଆନ୍ଧ୍ରର ସରକାରୀ ପରିଚାଳନାଧୀନ ଆନ୍ନା ସଞ୍ଜିବନୀ ମେଡିକାଲ ଷ୍ଟୋରରୁ ‘ସୁହାଗ୍ରା-୫୦’ ନାମରେ ଏକ ଭାଏଗ୍ରା (ଯୌନ ଉଦ୍ଦୀପକ ଔଷଧ) କ୍ରୟ କରିଥିବା ସମସ୍ତ ବ୍ୟକ୍ତି ବିଶେଷଙ୍କର ନାମ ଓ ଟେଲିଫୋନ୍‌ ନମ୍ବର ସମେତ ସମସ୍ତ ବ୍ୟକ୍ତିଗତ ଡାଟା ଏହି ଔଷଧ ଦୋକାନର େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ ହୋଇ ଲିକ୍‌ ହୋଇଯାଇଛି ଏବଂ ଅନ୍ୟ ବହୁ େଓ୍ଵବ୍‌ ସାଇଟର ଡାସ୍‌ ବୋର୍ଡ଼ରେ ଆପେ ଆପେ ପ୍ରକାଶିତ ହୋଇଯାଇଛି। ଏହି ଘଟଣାକୁ କେନ୍ଦ୍ରକରି ଆନ୍ଦ୍ରପ୍ରଦେଶରେ ହଟଚମଟ ସୃଷ୍ଟି ହୋଇଥିବା ବେଳେ କିପରି ଓ କେଉଁ ପରିସ୍ଥିତରେ ସରକାରୀ ପରିଚାଳନାଧୀନ ଆନ୍ନା ସଞ୍ଜିବନୀ ମେଡିକାଲ ଷ୍ଟୋର େଓ୍ଵବ୍‌ସାଇଟ୍‌ରୁ ଏହି ଡାଟା ଲିକ୍‌ ହେଲା ସେସଂପର୍କରେ ତଦନ୍ତ ଆରମ୍ଭ ହୋଇଛି।

publive-image

ପ୍ରସଙ୍ଗକ୍ରମେ ଉଲ୍ଲେଖଯୋଗ୍ୟ, ଆନ୍ଧ୍ରପ୍ରଦେଶର ସରକାରୀ େଓ୍ଵବ୍‌ ସାଇଟ୍‌ ହ୍ୟାକ୍‌ ହେବାରେ ଏହା ପ୍ରଥମ ଘଟଣା ନୁହେଁ। ଏହା ପୂର୍ବରୁ ଚଳିତ ବର୍ଷ ଆରମ୍ଭରେ ଆନ୍ଧ୍ରପ୍ରଦେଶ ସରକାରଙ୍କର ଅନ୍ୟ ଏକ ଗୁରୁତ୍ୱପୂର୍ଣ୍ଣ େଓ୍ଵବ୍‌ସାଇଟ୍‌ ହ୍ୟାକ୍‌ ହୋଇ ଯାଇଥିଲା। ଯାହାଫଳରେ ୧.୩୪ ଲକ୍ଷ ଲୋକଙ୍କର ଆଧାର ତଥ୍ୟ, ଯେପରିକି ନାମ, ଜାତି, ଧର୍ମ, ବ୍ୟାଙ୍କ୍‌ ଆକାଉଣ୍ଟ ନମ୍ବର, ମୋବାଇଲ ନମ୍ବର, ରାସନ୍‌ କାର୍ଡ ନମ୍ବର ଆଦି ଲିକ୍‌ ହୋଇ ଯାଇଥିଲା। ଏହାପରେ ପରେ ଅନ୍ୟ ଗୋଟିଏ େଓ୍ଵବ୍‌ ସାଇଟ୍‌ ହ୍ୟାକ୍‌ ହୋଇ ୮୯ ଲକ୍ଷ ମନରେଗା ଶ୍ରମିକଙ୍କ ସବିଶେଷ ତଥ୍ୟ ଲିକ୍‌ ହୋଇ ଯାଇଥିଲା। ଆଉ ଏବେ ଭାଏଗ୍ରା କିଣୁଥିବା ଲୋକଙ୍କର ତଥ୍ୟ ଲିକ୍‌ ହୋଇଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe