ପଶ୍ଚିମ ବଙ୍ଗରେ ଘରୋଇ ବିମାନ ସେବା ୨୮ରୁ, ନୂଆ ଗାଇଡ୍‌ ଲାଇନ୍‌ ଜାରି କଲେ ରାଜ୍ୟ ସରକାର

ଧା‌ମରା ଏୟାରପୋର୍ଟରୁ କେବେ ଉଡ଼ିବ ବିମାନ?

youniversitytv.com

ନୂଆଦିଲ୍ଲୀ: କୋଲକାତାରେ ଘରୋଇ ବିମାନ ସେବା ୨୫ରୁ ଆରମ୍ଭ ହେବା କଥା। ହେଲେ ବାତ୍ୟା ଯୋଗୁ ବିମାନ ବନ୍ଦର ବହୁଳ ଭାବେ କ୍ଷତିଗ୍ରସ୍ତ ହୋଇଥିବାରୁ ଏହା ସମ୍ଭବ ହୋଇପାରି ନଥିଲା। ରାଜ୍ୟ ସରକାର ଘରୋଇ ବିମାନ ଚଳାଚଳ ଆରମ୍ଭ କରିବାକୁ ସମୟ ମାଗିଥିଲେ କେନ୍ଦ୍ରକୁ। ଇତିମଧ୍ୟରେ ବିମାନ ବନ୍ଦର ବିମାନ ଚଳାଚଳ ପାଇଁ ପ୍ରସ୍ତୁତ ହୋଇ ସାରିଛି ବୋଲି ରାଜ୍ୟ ସରକାର ସବୁଜ ସଙ୍କେତ ଦେଇଛନ୍ତି। ଆସନ୍ତା ୨୮ ତାରିଖରୁ ଘରୋଇ ବିମାନ ଚଳାଚଳ କରିବ ବୋଲି ଘୋ‌ଷଣା କରିଛନ୍ତି।

ଏଥିପାଇଁ ରାଜ୍ୟ ସରକାରଙ୍କ ପକ୍ଷରୁ ନୂଆ ଗାଇଡ୍ ଲାଇନ୍‌ ଜାରି କରାଯାଇଛି। ନୂତନ ଗାଇଡ୍‌ ଲାଇନ୍‌ ଅନୁଯାୟୀ, ପ୍ରତ୍ୟେକ ଯାତ୍ରୀ ବିମାନ ବନ୍ଦରରେ ପହଞ୍ଚିବା ପରେ ୧୪ ଦିନ ପର୍ଯ୍ୟନ୍ତ ନିଜ ସ୍ବାସ୍ଥ୍ୟର ଯତ୍ନ ନେବେ ବୋଲି ସେଲ୍ଫ ଡିକ୍ଲାରେସନ୍‌ ଫର୍ମ ପୂରଣ କରି ଜମା ଦେବେ। ନିରାପଦ ଯାତ୍ରା ଏବଂ କରୋନା ସଂକ୍ରମଣ ରୋକିବା ପାଇଁ ଏଭଳି ପଦକ୍ଷେପ ନିଆଯାଇଛି। ଏହାଛଡ଼ା, ଯାତ୍ରୀମାନେ ମାସ୍କ ପିନ୍ଧିବା ବାଧ୍ୟତାମୂଳକ। ମାସ୍କରେ ନିଜର ନାକ ଏବଂ ପାଟିକୁ ଭଲଭାବେ ଢାଙ୍କି ରଖିବେ। ସାମାଜିକ ଦୂରତ୍ବ ରକ୍ଷା କରିବେ। ସାଙ୍ଗରେ ସାନିଟାଇଜର୍‌ ଆଣିବେ। ନିୟମ ଅନୁସାରେ ତାହା ବ୍ୟବହାର କରିବେ। ବିମାନରୁ ଓହ୍ଲାଇବା ପରେ ସ୍ବାସ୍ଥ୍ୟ ପରୀକ୍ଷା କରାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe