indiatoday.in
ନୂଆଦିଲ୍ଲୀ: ଏବେ ସାରା ଦେଶରେ ଟିକା ଅଭାବ ଦେଖାଦେଇଥିବା ବେଳେ ସରକାରୀ ତଥ୍ୟ କିଛି ଭିନ୍ନ କଥା କହୁଛି | ଟିକା ଦିଆଯାଇଥିଲେ ମଧ୍ୟ ତାହାର ସଠିକ ବ୍ୟବହାର ହୋଇନାହିଁ ବୋଲି ସରକାରୀ ତଥ୍ୟରେ ଲେଖାଯାଇଛି | ଗତ ମାସରେ ଘରୋଇ ଡାକ୍ତରଖାନାରେ ମାତ୍ର ୧୭ ପ୍ରତିଶତ ଡୋଜ ବ୍ୟବହାର କରାଯାଇଥିବା ବେଳେ ବହୁତ ଡୋଜ ଅବ୍ୟବହୃତ ହୋଇ ରହିଥିବା ଜଣାପଡିଛି ।
ଜୁନ୍ ୪ରେ ସ୍ୱାସ୍ଥ୍ୟ ମନ୍ତ୍ରାଳୟର ଏକ ପ୍ରେସ ବିଜ୍ଞପ୍ତି ଅନୁଯାୟୀ ମେ' ମାସରେ ଦେଶରେ କରୋନା ଟିକାର ୭.୪ କୋଟି ଡୋଜ ଉପଲବ୍ଧ କରାଯାଇଥିଲା, ସେଥିମଧ୍ୟରୁ ୧.୮୫ କୋଟି ଡୋଜ ଘରୋଇ ଡାକ୍ତରଖାନା ପାଇଁ ଦିଆଯାଇଥିଲା। ସମଗ୍ର ଭାରତରେ ଥିବା ଘରୋଇ ଡାକ୍ତରଖାନାଗୁଡ଼ିକ ଉପଲବ୍ଧ ୧.୮୫ କୋଟି ଡୋଜରୁ ୧.୨୯ କୋଟି ଡୋଜ କ୍ରୟ କରିଥିଲେ | ତଥାପି ସରକାରଙ୍କ ନିଜସ୍ୱ ତଥ୍ୟରୁ ଜଣାପଡିଛି ଯେ, ସେ ମଧ୍ୟରୁ କେବଳ ୨୨ ଲକ୍ଷ ଡୋଜ ବ୍ୟବହାର କରାଯାଇଛି।
ବିଶେଷଜ୍ଞମାନଙ୍କ କହିବା ମୁତାବକ, ସରକାରୀ ଡାକ୍ତରଖାନା ତୁଳନାରେ ଘରୋଇ ଡାକ୍ତରଖାନାଗୁଡ଼ିକରେ ଟିକାର ଅଧିକ ମୂଲ୍ୟ ଏବଂ କିଛି ଲୋକ ଟିକା ନେବାକୁ ଡ଼ରୁଥିବାରୁ ଏଭଳି ହୋଇଛି |
Follow Us