ଲକ୍‌ଡାଉନ୍‌ ସମୟରେ ଦିଲ୍ଲୀରେ କୌଣସି ଘରୋଇ ସ୍କୁଲ୍ ଫି’ ବୃଦ୍ଧି କରିପାରିବେ ନାହିଁ: ମନୀଷ ସିସୋଦିଆ

ସିବିଆଇ ହାଜତ ମିଆଦ ପୂରଣ ହେବାର ଦିନକ ପୂର୍ବରୁ ଦିଲ୍ଲୀ କୋର୍ଟରେ ଜାମିନ ଆବେଦନ କଲେ ମନୀଷ ସିସୋଦିଆ

Image Source: Hindustan Times

ନୂଆଦିଲ୍ଲୀ: କୋଭିଡ୍-୧୯ ଲକ୍‌ଡାଉନ୍ ସମୟରେ ଦିଲ୍ଲୀ ସହରର କୌଣସି ଘରୋଇ ସ୍କୁଲ୍ ସେମାନଙ୍କର ଫି’ ଢାଞ୍ଚା ପରିମାର୍ଜିତ କରିପାରିବେ ନାହିଁ କିଂବା ପରିବହନ ବାବଦରେ ଛାତ୍ରଛାତ୍ରୀମାନଙ୍କ ଠାରୁ ଦେୟ ଦାବି କରି ପାରିବେ ନାହିଁ ବୋଲି ଶୁକ୍ରବାର ଦିନ ଦିଲ୍ଲୀ ସରକାର ନିଷେଧାଜ୍ଞା ଜାରି କରିଛନ୍ତି। ଏହାଛଡ଼ା ସ୍କୁଲ୍‌ମାନେ ତିନିମାସିଆ ନୁହେଁ ମାସିକିଆ ସ୍କୁଲ୍ ଫି’ ଆଦାୟ କରନ୍ତୁ ବୋଲି ସରକାର ନିର୍ଦେଶ ଦେଇଛନ୍ତି।

ସରକାରଙ୍କ ଠାରୁ ଅନୁମତି ନେବା ପୂର୍ବରୁ ସ୍କୁଲ୍‌ମାନେ ଫି’ ଢାଞ୍ଚା ପରିବତ୍ତର୍ନ କରିଥିବା ବିଷୟରେ ଅଭିଭାବକମାନଙ୍କ ଠାରୁ କେତେଗୁଡ଼ିଏ ଅଭିଯୋଗ ପାଇବା ପରେ ଦିଲ୍ଲୀ ଶିକ୍ଷାମନ୍ତ୍ରୀ ମନୀଷ ସିସୋଦିଆ ଏହା ଘୋଷଣା କରିଛନ୍ତି।

ସେ କହିଛନ୍ତି: ଦିଲ୍ଲୀର ସମସ୍ତ ଘରୋଇ ସ୍କୁଲ୍ ଟ୍ରଷ୍ଟ୍‌ମାନଙ୍କ ଦ୍ବାରା ପରିଚାଳିତ ଏବଂ ସେମାନଙ୍କର ମୌଳିକ ଅନୁଶାସନ ହେଉଛି ସମାଜର ସେବା କରିବା। ସେମାନେ ଏପରି ଭାବେ ଅଭିଭାବକମାନଙ୍କୁ ହଇରାଣ କରିପାରିବେ ନାହିଁ। ସରକାରଙ୍କ ଠାରୁ ଅନୁମତି ନ ନେଇ କୌଣସି ଘରୋଇ ସ୍କୁଲ୍‌ ଫି’ ବୃଦ୍ଧି କରି ପାରିବେ ନାହିଁ ବୋଲି ସରକାର ନିଷ୍ପତ୍ତି ଗ୍ରହଣ କରିଛନ୍ତି। ସରକାରୀ ବା ଘରୋଇ ଜମିରେ ନିର୍ମାଣ ହୋଇଥାଉ ନା କାହିଁକି ସ୍କୁଲ୍ ନିର୍ବିଶେଷରେ ସମସ୍ତଙ୍କ ପାଇଁ ଏହି ନିୟମ ପ୍ରଣିଧାନଯୋଗ୍ୟ।

ଏହାକୁ ଉଲ୍ଲଂଘନ କଲେ ସମ୍ପ୍ରତି ସହରରେ କରୋନାଭାଇରସ୍ ସଂକ୍ରମଣ ପାଇଁ ଜାରି ହୋଇଥିବା ବିପର୍ଯ୍ୟୟ ପରିଚାଳନା ଆଇନ୍ ଅନୁସାରେ ଦଣ୍ଡବିଧାନ କରାଯିବ ବୋଲି ସେ ଚେତାବନୀ ଦେଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe