ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ‌ନୋଟିସ

Advertisment
ରାହୁଲଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ‌ନୋଟିସ

ନୂଆଦିଲ୍ଲୀ  : ଝାଡ଼ଖଣ୍ଡର ବିଜେପି ସାଂସଦ ନିଶିକାନ୍ତ ଦୁବେ ବୁଧବାର କଂଗ୍ରେସ ନେତା ରାହୁଲ ଗାନ୍ଧିଙ୍କ ବିରୋଧରେ ଏକ ସ୍ବାଧିକାର ଭଙ୍ଗ ନୋଟିସ ଆଣିଥିଲେ। ରାହୁଲ ପ୍ରଧାନମନ୍ତ୍ରୀଙ୍କ ବିରୋଧରେ ସଂସଦରେ ଅପମାନଜନକ ଟିପ୍ପଣୀ ଦେଇଥିବାରୁ ତାଙ୍କ ବିରୋଧରେ ସ୍ବାଧିକାର ଭଙ୍ଗ ନୋଟିସ ଆସିଛି। ଲୋକସଭା ବାଚସ୍ପତି ଓମ୍‌ ବିର୍ଲା କହିଛନ୍ତି, ସେ ଏହି ମାମଲାକୁ ଭଲଭାବେ ନିରୀକ୍ଷଣ କରିବେ।

ସଂସଦୀୟ ବ୍ୟାପାର ମନ୍ତ୍ରୀ ପ୍ରହ୍ଲାଦ ଯୋଶୀ କହିଛନ୍ତି , ବାଚସ୍ପତି ଉକ୍ତ ମାମଲାରେ କିଛି ପଦକ୍ଷେପ ଗ୍ରହଣ କରନ୍ତୁ । ରାହୁଲ ଗାନ୍ଧିଙ୍କ ଭିତ୍ତିହୀନ ଟିପ୍ପଣୀକୁ ହଟାଯିବା ଉଚିତ ଏବଂ ତାଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ ହେବା ଉଚିତ ବୋଲି ସେ କହିଛନ୍ତି। ଇତିମଧ୍ୟରେ ଲୋକସଭା ବାଚସ୍ପତି ଓମ୍‌ ବିର୍ଲା‌ ଗୃହର ସଦସ୍ୟମାନଙ୍କୁ ଚେତାବନୀ ଦେଇଛନ୍ତି। ସରକାର ଶିଳ୍ପପତି ଗୌତମ ଆଦାନିଙ୍କୁ ସୁରକ୍ଷା ଦେଉଛନ୍ତି ବୋଲି ଜଣେ କଂଗ୍ରେସ ସାଂସଦ ଅଭିଯୋଗ କରିବାପରେ ବାଚସ୍ପତି ଓମ୍‌ ବିର୍ଲା ଏହାକୁ ବିରୋଧ କରିଥିଲେ ଏବଂ କହିଥିଲେ ବିନା ପ୍ରମାଣରେ ଏଭଳି ଅଭିଯୋଗ ଅଣାଯାଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe