ନା-ନା କରୁଥିବା ପ୍ରିୟା ଦତ୍ତ ‘ହଁ’ କରିଲେ, ଲଢ଼ିବେ ଲୋକସଭା ନିର୍ବାଚନ

Advertisment
ନା-ନା କରୁଥିବା ପ୍ରିୟା ଦତ୍ତ ‘ହଁ’ କରିଲେ, ଲଢ଼ିବେ ଲୋକସଭା ନିର୍ବାଚନ

ମୁମ୍ବାଇ: ବଲିଉଡର ଲୋକପ୍ରିୟ ଅଭିନେତା ସଂଜୟ ଦତ୍ତଙ୍କ ଭଉଣୀ ତଥା ପୂର୍ବତନ ସାଂସଦ ପ୍ରିୟା ଦତ୍ତ କିଛି ଦିନ ତଳେ ଆଗାମୀ ଲୋକସଭା ନିର୍ବାଚନ ଲଢିବେ ନାହିଁ ବୋଲି ଘୋଷଣା କରିଥିଲେ। ଏପରିକି ସେ ଏକଥା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କୁ ମଧ୍ୟ ଜଣାଇ ଦେଇଥିଲେ। କିନ୍ତୁ ପ୍ରିୟା ଦତ୍ତ ରାହୁଲ ଗାନ୍ଧୀଙ୍କୁ ଭେଟିବା ପରେ ନିଜର ମତ ପରିବର୍ତ୍ତନ କରିଛନ୍ତି। ଏବେ ସେ ନିର୍ବାଚନ ଲଢିବାକୁ ପ୍ରସ୍ତୁତ। ପ୍ରିୟା ଦତ୍ତ ନିର୍ବାଚନ ଲଢିବା ଲାଗି ମନା କରିବା ପରେ ପୂର୍ବତନ ଗୃହ ରାଜ୍ୟମନ୍ତ୍ରୀ କୃପାଶଙ୍କର ସିଂହ ଉତ୍ତର-ମଧ୍ୟ ମୁମ୍ବାଇ ଲୋକସଭା ଆସନରୁ ପ୍ରତିଦ୍ୱନ୍ଦ୍ୱିତା କରିବା ଲାଗି ଯୋଜନା କରିଥିଲେ।

publive-image
ଏଠାରେ ସୂଚନାଯୋଗ୍ୟ ଯେ ୨୦୦୫ରେ ପିତା ସୁନୀଲ ଦତ୍ତଙ୍କ ମୃତ୍ୟୁ ପରେ ଉପ ନିର୍ବାଚନରେ ପ୍ରିୟା ଦତ୍ତ ପ୍ରାର୍ଥୀ ହୋଇଥିଲେ ଏବଂ ବିଜୟୀ ମଧ୍ୟ ହୋଇଥିଲେ। ୨୦୦୯ରେ ମଧ୍ୟ ପୁଣି ଥରେ ନିର୍ବାଚିତ ହୋଇଥିଲେ ପ୍ରିୟା ଦତ୍ତ। ମାତ୍ର ୨୦୧୪ ଲୋକସଭା ନିର୍ବାଚନରେ ଭାରତୀୟ ଜନତା ପାର୍ଟିର ପୁନମ୍‌ ମହାଜନଙ୍କଠାରୁ ବହୁ ଭୋଟ ବ୍ୟବଧାନରେ ପରାଜିତ ହୋଇଥିଲେ ପ୍ରିୟା ଦତ୍ତ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe