ସୁପ୍ରିମକୋର୍ଟରେ ପ୍ରିୟା ପ୍ରକାଶ :ଆପରାଧିକ ମାମଲା ରଦ୍ଦ ପାଇଁ ଆବେଦନ

Advertisment
ସୁପ୍ରିମକୋର୍ଟରେ ପ୍ରିୟା ପ୍ରକାଶ :ଆପରାଧିକ ମାମଲା ରଦ୍ଦ ପାଇଁ ଆବେଦନ

ନୂଆଦିଲ୍ଲୀ: ଆଖି ମିଟିକା ମାରି ଭିଡିଓରେ ସାରା ଦେଶକୁ ବାଇଆ କରିଦେଇଥିବା ମାଲାୟଲମ୍‌ ଅଭିନେତ୍ରୀ ପ୍ରିୟା ପ୍ରକାଶ ଓ୍ଵାରିୟର ଆଜି ସୁପ୍ରିମକୋର୍ଟଙ୍କ ଦ୍ୱାରସ୍ଥ ହୋଇଛନ୍ତି। ତାଙ୍କ ଅଭିନୀତ ମାଲାୟଲମ ଚଳଚ୍ଚିତ୍ର ‘ଓରୁ ଅଦାର୍‌ ଲଭ୍‌’, ଏହାର ପ୍ରଯୋଜକ ଏବଂ ପ୍ରିୟାଙ୍କ ବିରୋଧରେ ଦାୟର ହୋଇଥିବା ଆପରାଧିକ ମାମଲା ରଦ୍ଦ କରିବାକୁ ସେ ଅଦାଲତଙ୍କୁ ନିବେଦନ କରିଛନ୍ତି। ଆସନ୍ତାକାଲି ସୁପ୍ରିମକୋର୍ଟ ମୁଖ୍ୟ ବିଚାରପତି ଜଷ୍ଟିସ୍‌ ଦୀପକ ମିଶ୍ରଙ୍କ ଖଣ୍ଡପୀଠରେ ଏହି ମାମଲାର ଶୁଣାଣି ହେବାର ସମ୍ଭାବନା ରହିଛି। ଉଲ୍ଲେଖଯୋଗ୍ୟ, ଚଳଚ୍ଚିତ୍ରରେ ଥିବା ଏକ ସଙ୍ଗୀତରେ ପ୍ରୋଫେଟ ମହମ୍ମଦ ଓ ତାଙ୍କ ପତ୍ନୀଙ୍କ ଚରିତ୍ର ସଂହାର କରାଯାଇଥିବା ନେଇ ତେଲେଙ୍ଗାନା ଓ ମହାରାଷ୍ଟ୍ରରେ ଏକ ସ୍ୱତନ୍ତ୍ର ସମ୍ପ୍ରଦାୟ ଏପରି ଆପରାଧିକ ମାମଲା ଦାୟର କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe