photo credit-DIH News
ନୂଆଦିଲ୍ଲୀ: ଦୀର୍ଘ ୯ ବର୍ଷ ଧରି କୋମାରେ ରହିବା ପରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ, ବରିଷ୍ଠ କଂଗ୍ରେସ ନେତା ପ୍ରିୟରଞ୍ଜନ ଦାସମୁନିସୀଙ୍କର ସୋମବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୭୨ ବର୍ଷ ବୟସ ହୋଇଥିଲା। ମୃତ୍ୟୁ ଶଯ୍ୟା ନିକଟରେ ତାଙ୍କ ପତ୍ନୀ ଦୀପା ଦାସମୁନସୀ ଓ ପୁଅ ପ୍ରିୟଦୀପ ଦାସମୁନସୀ ଉପସ୍ଥିତ ଥିଲେ।
ପଶ୍ଚିମବଙ୍ଗ କଂଗ୍ରେସ କାର୍ଯ୍ୟାଳୟ ସୂତ୍ରରୁ ପ୍ରକାଶ ଯେ ପୂର୍ବତନ ସଂସଦୀୟ ବ୍ୟାପାର କେନ୍ଦ୍ରମନ୍ତ୍ରୀ ଶ୍ରୀ ଦାସମୁନସୀ ୨୦୦୮ ମସିହାରେ ଏକ ବ୍ରେନ୍ଷ୍ଟ୍ରୋକ୍ର ଶିକାର ହୋଇ ଥିଲେ। ଫଳରେ ତାଙ୍କ ଶରୀର ପାରାଲିସିରେ ଆକ୍ରାନ୍ତ ହେବା ସହିତ ତାଙ୍କ ମସ୍ତିିଷ୍କକୁ ରକ୍ତ ସଞ୍ଚାଳନ ଠିକ୍ ଭାବେ ହେଉ ନ ଥିଲା। ତେବେ ଆଜି ସକାଳେ ତାଙ୍କର ପରଲୋକ ଘଟିଥିବା ପଶ୍ଚିମବଙ୍ଗ କଂଗ୍ରେସ ଅଧ୍ୟକ୍ଷ ଅଧୀର ରଞ୍ଜନ ଚୌଧୁରୀ ସୂଚନା ଦେଇଛନ୍ତି।
  
 Follow Us