ଆରପାରିରେ ପ୍ରିୟ ରଞ୍ଜନ ଦାସମୁନ୍‌ସି

Advertisment
ଆରପାରିରେ ପ୍ରିୟ ରଞ୍ଜନ ଦାସମୁନ୍‌ସି

ନୂଆଦିଲ୍ଲୀ : କଂଗ୍ରେସର ବରିଷ୍ଠ ନେତା ତଥା ପୂର୍ବତନ କେନ୍ଦ୍ର ମନ୍ତ୍ରୀ ପ୍ରିୟ ରଞ୍ଜନ ଦାସମୁନ୍‌ସିଙ୍କର ଆଜି ୭୨ ବର୍ଷ ବୟସରେ ପରଲୋକ ହୋଇଯାଇଛି। ୨୦୦୮ ମସିହାରେ ମସ୍ତିଷ୍କାଘାତର ଶିକାର ହୋଇ କୋମାକୁ ଚାଲିଯାଇଥିବା ଦାସମୁନ୍‌ସି ଆଜି ମଧ୍ୟାହ୍ନରେ ସ୍ଥାନୀୟ ଆପୋଲୋ ହସ୍ପିଟାଲ୍‌ରେ ଆଖି ବୁଜିଛନ୍ତି। ମସ୍ତିଷ୍କାଘାତ ପରେ ସେ ପକ୍ଷାଘାତର ଶିକାର ହୋଇଥିଲେ ଏବଂ କଥା କହି ପାରୁନଥିଲେ। ତାଙ୍କ ମସ୍ତିଷ୍କର ଗୋଟିଏ ଅଂଶକୁ ରକ୍ତ ସଞ୍ଚାଳନ ବନ୍ଦ ହୋଇଯିବା ଫଳରେ ସେ ଦୀର୍ଘ ଗୋଟିଏ ଦଶନ୍ଧି ଧରି କୋମାରେ ରହିଥିଲେ।
ଭାରତୀୟ ଯୁବ କଂଗ୍ରେସରୁ ନିଜର ରାଜନୈତିକ ଯାତ୍ରା ଆରମ୍ଭ କରିଥିବା ଦାସମୁନ୍‌ସି ୧୯୭୧ ମସିହାରେ ସଂସଦରେ ପ୍ରବେଶ କରିବା ପରେ ୧୯୮୫ ମସିହାରେ ପ୍ରଥମେ କେନ୍ଦ୍ର ସଂସଦୀୟ ବ୍ୟାପାର ମନ୍ତ୍ରୀ ଭାବେ ଦାୟିତ୍ୱ ଗ୍ରହଣ କରିଥିଲେ। ଅଲ୍‌ ଇଣ୍ଡିଆ ଫୁଟ୍‌ବଲ୍‌ ଫେଡେରେସନ୍‌ର ପାଖାପାଖି ୨୦ ବର୍ଷ ଧରି ସଭାପତି ଥିବା ଦାସମୁନ୍‌ସିଙ୍କର ଦେଶରେ ଫୁଟବଲ୍‌ ଖେଳକୁ ଲୋକପ୍ରିୟ କରିବାରେ ବଳିଷ୍ଠ ଭୂମିକା ରହିଥିଲା। ତାଙ୍କ ମୃତ୍ୟୁରେ କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧୀ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି, ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ସମେତ ବହୁ ରାଜନେତା ଗଭୀର ଶୋକ ପ୍ରକାଶ କରିଛନ୍ତି। ଉଲ୍ଲେଖଯୋଗ୍ୟ, ଦାସମୁନ୍‌ସିଙ୍କ ପତ୍ନୀ ଦୀପା ଦାସମୁନ୍‌ସି ଏବେ କଂଗ୍ରେସର ଜଣେ ସକ୍ରିୟ ସଭ୍ୟା ଅଛନ୍ତି। ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe