ନିର୍ବାଚନ ଜିତିଲେ ପ୍ରଧାନମନ୍ତ୍ରୀଙ୍କୁ 'ନାଲାଏକ୍' କହି ବିବାଦୀୟ ହୋଇଥିବା ଖଡ଼ଗେଙ୍କ ପୁଅ

Advertisment
ନିର୍ବାଚନ ଜିତିଲେ ପ୍ରଧାନମନ୍ତ୍ରୀଙ୍କୁ 'ନାଲାଏକ୍' କହି ବିବାଦୀୟ ହୋଇଥିବା ଖଡ଼ଗେଙ୍କ ପୁଅ

ବେଙ୍ଗାଲୁରୁ: ନିର୍ବାଚନ ଜିତିଲେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ନାଲାଏକ୍' କହି ବିବଦୀୟ ହୋଇପଡ଼ିଥିବା କଂଗ୍ରେସ ସଭାପତି ମଲ୍ଲାକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟାଙ୍କ ଖଡ଼ଗେ। ୧୦ ତାରିଖରେ କର୍ଣ୍ଣାଟକରେ ଭୋଟ୍‌ ଗ୍ରହଣ ହୋଇଥିବା ବେଳେ ଆଜି ୨୨୪ ଆସନ ବିଶିଷ୍ଟ କର୍ଣ୍ଣାଟକ ବିଧାନସଭା ନିର୍ବାଚନ ଫଳ ଆସିବ।

ଭୋଟ ଗଣତି ଶେଷ ପର୍ଯ୍ୟାୟ ଆଡ଼କୁ ବଢ଼ୁଥିବା ବେଳେ କର୍ଣ୍ଣାଟକରେ କଂଗ୍ରେସ କ୍ରମଶଃ ବିଜୟର ନିକଟତର ହେଉଥିବା ଦେଖିବାକୁ ମିଳିଛି। ଏମଧ୍ୟରେ ପ୍ରିୟାଙ୍କ ଖଡ଼ଗେ ଚିତ୍ତପୁର ଆସନରେ ଥିବା ନିଜର ପ୍ରତିଦ୍ୱନ୍ଦ୍ୱୀ ତଥା ବିଜେପି ପ୍ରାର୍ଥୀ ମାଣିକାନ୍ତ ରାଠୋରଙ୍କୁ ହରାଇଥିବା ଜଣାପଡ଼ିଛି। ସେ ମଣିକାନ୍ତଙ୍କୁ ୧୩,୬୪୦ଖଣ୍ଡ ଭୋଟରେ ପରାସ୍ତ କରିଥିବା କୁହାଯାଉଛି।

ତେବେ ଆଜି ବିଜୟୀ ହୋଇଥିବା ପ୍ରିୟାଙ୍କ କିଛି ଦିନ ତଳେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ 'ନାଲାଏକ୍' କହିଥିଲେ। କଲବୁର୍ଗିରେ ବଞ୍ଜାରା ସମ୍ପ୍ରଦାୟର ଏକ ସମାବେଶକୁ ସମ୍ବୋଧିତ କରିବାବେଳେ ପ୍ରିୟାଙ୍କ କହିଥିଲେ ଯେ ‘ଏଭଳି ଅଯୋଗ୍ୟ ପୁଅ ରହିଲେ ଘର ଚଳିବ କେମିତି? ତାଙ୍କର ଏଭଳି ବିବାଦୀୟ ବୟାନ ପାଇଁ କାରଣ ଦର୍ଶାଅ ନୋଟିସ ପଠାଇଥିଲେ ନିର୍ବାଚନ ଆୟୋଗ।

ପ୍ରିୟାଙ୍କଙ୍କ ବୟାନ ପୂର୍ବରୁ ତାଙ୍କ ବାପା ମଲ୍ଲାକାର୍ଜୁନ ଖଡ଼ଗେ ପ୍ରଧାନମନ୍ତ୍ରୀ ମୋଦୀଙ୍କୁ ଏକ ବିଷାକ୍ତ ସାପ ବୋଲି କହିଥିଲେ। ଖଡ଼ଗେ କହିଥିଲେ ଯେ ପ୍ରଧାନମନ୍ତ୍ରୀ ମୋଦୀ ହେଉଛନ୍ତି ବିଷଧର ସାପ ସଦୃଶ। ଆପଣ ଯଦି ସାପର ବିଷକୁ ଚାଟିବେ ତେବେ ଆପଣଙ୍କ ମୃତ୍ୟୁ ସୁନିଶ୍ଚିତ। ଏଭଳି ଆପତ୍ତିଜନକ ବୟାନ ନେଇ ବିବାଦ ବଢ଼ିବା ପରେ ଖଡ଼ଗେ କହିଥିଲେ, ମୁଁ ଦେଇଥିବା ଟିପ୍ପଣୀ ‌ମୋଦୀଙ୍କ ଉଦ୍ଦେଶ୍ୟରେ ନଥିଲା। ବିଜେପିର ବିଚାରଧାରା ସାପ ସଦୃଶ ବୋଲି ମୁଁ କହିଛି। ବ୍ୟକ୍ତିଗତ ଭାବେ ମୁଁ ମୋଦୀଙ୍କୁ କିଛି କହିନି ବୋଲି ଖଡ଼ଗେ ସଫେଇ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe