Image Courtesy of India Today
ନୂଆଦିଲ୍ଲୀ: ‘ସରୋଗେସି’ ଜରିଆରେ ସେ ଓ ତାଙ୍କ ସ୍ବାମୀ ନିକ୍ ଜୋନାସ୍ ଗୋଟିଏ ସନ୍ତାନର ପିତାମାତା ହୋଇଥିବା କଥା ଶୁକ୍ରବାର ରାତିରେ ଅଭିନେତ୍ରୀ ପ୍ରିୟଙ୍କା ଚୋପ୍ରା ସାମାଜିକ ଗଣମାଧ୍ୟମରେ ସୂଚନା ଦେଇଛନ୍ତି। ୨୦୧୮ରେ ବିବାହ କରିଥିବା ପ୍ରିୟଙ୍କା ଏବଂ ନିକ୍ଙ୍କର ଏହା ହେଉଛି ପ୍ରଥମ ସନ୍ତାନ।
ନିକ୍ଙ୍କୁ ଟ୍ୟାଗ୍ କରି ଏ ସଂକ୍ରାନ୍ତରେ ‘ଇନ୍ଷ୍ଟାଗ୍ରାମ୍’ରେ ସେୟାର୍ କରିଥିବା ନୋଟ୍ରେ ପ୍ରିୟଙ୍କା ଲେଖିଛନ୍ତି, ‘ସରୋଗେଟ୍’ ଜରିଆରେ ସନ୍ତାନଟିଏ ପାଇଥିବା କଥା ସୁନିଶ୍ଚିତ କରି ଆମେ ଆନନ୍ଦରେ ଅଧୀର ହୋଇପଡ଼ିଛୁ। ଏଭଳି ଗୁରୁତ୍ବପୂର୍ଣ୍ଣ ସମୟରେ ଆମେ ପରିବାର ଉପରେ ଧ୍ୟାନ ନିବଦ୍ଧ କରିଥିବାରୁ ଆମକୁ ଟିକେ ନିରୋଳାରେ ଛାଡ଼ିବାକୁ ସବିନୟ ଅନୁରୋଧ। ଆପଣମାନଙ୍କୁ ଅଶେଷ ଧନ୍ୟବାଦ।
Image Courtesy of Zee News୨୯ ବର୍ଷୀୟ ନିକ୍ ଜୋନାସ୍ ମଧ୍ୟ ତାଙ୍କ ସୋସିଆଲ୍ ମିଡିଆ ପେଜ୍ରେ ଉକ୍ତ ପୋଷ୍ଟ୍କୁ ସେୟାର୍ କରିଛନ୍ତି।
‘ଭ୍ୟାନିଟି ଫେୟାର୍’ ପତ୍ରିକା ସହ ସାକ୍ଷାତ୍କାର ସମୟରେ ୩୯ ବର୍ଷୀୟ ପ୍ରିୟଙ୍କା ସୂଚନା ଦେଇଥିଲେ କି, ସେ ଓ ଜୋନାସ୍ ସନ୍ତାନସନ୍ତତି ପାଇଁ ଆଗ୍ରହୀ। ପ୍ରିୟଙ୍କା କହିଥିଲେ, ଭବିଷ୍ୟତ ପାଇଁ ଆମ ଆଶାର ଗୋଟାଏ ବିଶେଷ ଭାଗ ହେଉଛି ସନ୍ତାନପ୍ରାପ୍ତି। ଈଶ୍ବରଙ୍କ କୃପାରୁ ଯାହା ଯେତେବେଳେ ହେବା କଥା ହେବ।
ଏହାର ଠିକ୍ ସପ୍ତାହକ ପରେ ଉଭୟ ଉପରୋକ୍ତ ସୁସମ୍ବାଦ ଜଣାଇଛନ୍ତି।
Follow Us