ବଲିଉଡରେ ଚାଲିଥିବା ରାଜନୀତି ପାଇଁ ମିଳୁନଥିଲା କାମ, ଗୋଟିଏ ମ୍ୟୁଜିକ୍ ଭିଡିଓ କଲା ଗ୍ଲୋବାଲ ଷ୍ଟାର

Advertisment
ବଲିଉଡରେ ଚାଲିଥିବା ରାଜନୀତି ପାଇଁ ମିଳୁନଥିଲା କାମ, ଗୋଟିଏ ମ୍ୟୁଜିକ୍ ଭିଡିଓ କଲା ଗ୍ଲୋବାଲ ଷ୍ଟାର

ମୁମ୍ବାଇ: ଦି‌ନେ ବଲିଉଡର 'ଦେଶୀ ଗର୍ଲ' ହୋଇ କୋଟି କୋଟି ଲୋକଙ୍କ ହୃଦୟର ଜିତିଥିବା ପ୍ରିୟଙ୍କା ଚୋପ୍ରା ବର୍ତ୍ତମାନ ହଲିଉଡରେ ଏକ ବଡ ନାଁ ଅର୍ଜନ କରିଛନ୍ତି। ଦେଶୀ ଗର୍ଲରୁ ଗ୍ଲୋବାଲ ଷ୍ଟାର ପର୍ଯ୍ୟନ୍ତ ପ୍ରିୟଙ୍କାଙ୍କ ଯାତ୍ରା ଚମତ୍କାର ଥିଲା। କିନ୍ତୁ ପ୍ରିୟଙ୍କା ବଲିଉଡ ଇଣ୍ଡଷ୍ଟ୍ରିରୁ ବିରତି ନେଇ ହଲିଉଡକୁ ଯିବା ନିଷ୍ପତ୍ତି ପଛରେ ଏକ ବଡ଼ କାରଣ ରହିଥିଲା, ଯାହା ‌ସେ ଏକ ସାକ୍ଷାତକାରରେ ଜଣାଇଛନ୍ତି।

ପଡକାଷ୍ଟ ସୋ’ ଆର୍ମଚେୟର ଏକ୍ସପର୍ଟରେ ପ୍ରିୟାଙ୍କାଙ୍କୁ ପ୍ରଶ୍ନ କରାଯାଇଥିଲା ଯେ, ସେ କାହିଁକି ଆମେରିକାରେ କାମ ଖୋଜିବା ଆରମ୍ଭ କରିଥିଲେ। ଏହାର ଉତ୍ତରରେ ପ୍ରିୟଙ୍କା କହିଥିଲେ, ମୋତେ ବଲିଉଡ୍ ଇଣ୍ଡଷ୍ଟ୍ରିରେ ଗୋଟିଏ କୋଣକୁ ଠେଲି ଦିଆଯାଇଥିଲା। ଲୋକମାନେ ମୋତେ କାମ ଦେଉନଥିଲେ। ଇଣ୍ଡଷ୍ଟ୍ରିରେ ଚାଲିଥିବା ରାଜନୀତି ପାଇଁ ମୋ ସହ ଏଭଳି ହେବା ଆରମ୍ଭ ହୋଇଥିଲା। ଏଭଳି ରାଜନୀତିର ଶିକାର ହୋଇ ମୁଁ ଥକିଯାଇଥିବା ସହ କିଛି ଦିନ ବିରତି ନେବାକୁ ଚାହୁଁଥିଲି। ଏହି ସମୟରେ ମୋତେ ହଲିଉଡ ମ୍ୟୁଜିକ ଭିଡିଓରେ କାମ କରିବାର ସୁଯୋଗ ମିଳିଥିଲା। ମୁଁ ଯାହା ଖୋଜୁଥିଲି ମୋତେ ମିଳିଥିଲା। ମ୍ୟୁଜିକ ଭିଡିଓ କରିବା ପରେ ମୋତେ ଅନେକ ହଲିଉଡ ପ୍ରୋଜେକ୍ଟର ଅଫର ମିଳିବା ଆରମ୍ଭ ହୋଇଥିଲା।

ତେବେ ପ୍ରିୟଙ୍କା ଏବେ ଅନେକ ହଲିଉଡ ପ୍ରୋଜେକ୍ଟରେ କାମ କରୁଥିବା ବେଳେ ଖୁବଶୀଘ୍ର ସେ ହଲିଉଡ ସିରିଜ୍ 'ସିଟାଡେଲ'ରେ ନଜର ଆସିବେ। ଏହା ସହ ତାଙ୍କୁ ବଲିଉଡ ଫିଲ୍ମ 'ଜି ଲେ ଜରା'ରେ ମଧ୍ୟ ଦର୍ଶକ ଦେଖିବାକୁ ପାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe