ମୋଦୀଙ୍କ ଉପରେ କମ୍ପିଲେ ପ୍ରିୟଙ୍କା: ‘ଦେଶ ତୁମ ମିଛରେ ଅତିଷ୍ଠ ହୋଇ ପଡ଼ିଲାଣି, ଦେଶବାସୀ ତୁମକୁ ଚିହ୍ନି ସାରିଲେଣି‘...

Advertisment
ମୋଦୀଙ୍କ ଉପରେ କମ୍ପିଲେ ପ୍ରିୟଙ୍କା: ‘ଦେଶ ତୁମ ମିଛରେ ଅତିଷ୍ଠ ହୋଇ ପଡ଼ିଲାଣି, ଦେଶବାସୀ ତୁମକୁ ଚିହ୍ନି ସାରିଲେଣି‘...

(Photo Credits: ANI)

ଲକ୍ଷ୍ନୌ: କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସରେ ଦଳର ବରିଷ୍ଠ ନେତ୍ରୀ ତଥା ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରିଛନ୍ତି। ସେ ମୋଦୀଙ୍କୁ ନାଗରିକତା ସଂଶୋଧନ ଆଇନ୍‌ (ସିଏଏ) ଓ ଏନ୍‌ଆର୍‌ସି ପ୍ରସଂଗରେ ଆକ୍ରମଣ କରି କହିଛନ୍ତି, ‘ସାରା ଦେଶରେ ଏନ୍‌ଆର୍‌ସିକୁ ନେଇ ବ୍ୟାପକ ଆନ୍ଦେଳନ ହେବା ପରେ ଆଜି କୁହାଯାଉଛି ଯେ ଏ ସଂପର୍କରେ କିଛି ଆଲୋଚନା ହୋଇନାହିଁ। ଦେଶ ତୁମ ମିଛରେ ଅତିଷ୍ଠ ହୋଇ ପଡ଼ିଲାଣି। ଦେଶବାସୀ ତୁମକୁ ଭଲ କରି ଚିହ୍ନି ସାରିଲେଣି।’

ଏହା ବ୍ୟତୀତ କେନ୍ଦ୍ର ସରକାରଙ୍କ ସିଏଏ ଓ ଏନ୍‌ଆର୍‌ସିକୁ ସମାଜବାଦୀ ପାର୍ଟି ଓ ବହୁଜନ ସମାଜବାଦୀ ପାର୍ଟି(ବିଏସ୍‌ପି) ବିରୋଧ କରୁ ନଥିବାରୁ ପ୍ରିୟଙ୍କା ଏହି ଦୁଇ ଦଳକୁ ବି ଟାର୍ଗେଟ କରିଛନ୍ତି। ପ୍ରିୟଙ୍କା କହିଛନ୍ତି କି ‘ବିରୋଧୀର ଭୂମିକା ନିଭାଇବା‌ରେ କଂଗ୍ରେସ ଦଳ ଏକୁଟିଆ ସମର୍ଥ। ଆସନ୍ତା ବିଧାନସଭା ନିର୍ବାଚନରେ ପୂର୍ବ-ମେଣ୍ଟ ବିନା ଦଳ ଆଗକୁ ବଢ଼ିବ।’

ସେ ଆହୁରି ବି କହିଛନ୍ତି ଯେ ‘ଭୟରେ ଅନ୍ୟ ଦଳ ମୁହଁ ଖୋଲୁନାହାନ୍ତି। ମାତ୍ର ଆମର କାହାକୁ ଭୟ କରିବାର ନାହିଁ। ଆମେ ଏକୁଟିଆ ପଡ଼ିଗଲେ ବି ସ୍ବର ଉତ୍ତୋଳନ କରି ଚାଲିବୁ। ଏପରିକି ଆସନ୍ତା ବିଧାନସଭା ନିର୍ବାଚନରେ ଏକୁଟିଆ ଲଢ଼ିବୁ।’

ଉଲ୍ଲେଖଯୋଗ୍ୟ, ନିକଟ ଅତୀତରେ କେନ୍ଦ୍ର ଗୃହ ମନ୍ତ୍ରୀ ଅମିତ ଶାହା କହିଥିଲେ କି ୨୦୨୪ ସୁଦ୍ଧା ଦେଶରେ ଏନ୍‌ଆର୍‌ସି ଲାଗୁ ହେବ। ମାତ୍ର ପ୍ରଧାନମନ୍ତ୍ରୀ ମୋଦୀ ଦେଇଥିବା ବୟାନ ତାଙ୍କଠାରୁ ଭିନ୍ନ। ନିକଟରେ ମୋଦୀ କହିଛନ୍ତି କି ଏନ୍‌ଆର୍‌ସି ଲାଗୁ ହେବା ନେଇ କୌଣସି ଆନୁଷ୍ଠାନିକ ଘୋଷଣା ହୋଇନାହିଁ। ପରେ ମୋଦୀଙ୍କର ଏହି ବୟାନକୁ ସମର୍ଥନ କରି ଶାହା କହିଛନ୍ତି ‘ପ୍ରଧାନମନ୍ତ୍ରୀ ଠିକ୍‌ କହିଛନ୍ତି। ଏପର୍ଯ୍ୟନ୍ତ କୌଣସି ଆନୁଷ୍ଠାନିକ ଆଲୋଚନା ହୋଇନାହିଁ। ଯେତେବେଳେ ବି ଏହା ଲାଗୁ ହେବ, ଗୁପ୍ତ ଭାବେ ତ ଲାଗୁ ହେବନାହିଁ ନା?’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe