ରାଷ୍ଟ୍ରପତି ଭବନ ପଦଯାତ୍ରା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତା ଅଟକ

Advertisment
ରାଷ୍ଟ୍ରପତି ଭବନ ପଦଯାତ୍ରା ବେଳେ ପ୍ରିୟଙ୍କା ଗାନ୍ଧୀ ଓ ଅନ୍ୟ କଂଗ୍ରେସ ନେତା ଅଟକ

Image Courtesy of India Today

ନୂଆଦିଲ୍ଲୀ: କେନ୍ଦ୍ରର ନୂଆ କୃଷକ ଆଇନ ବିରୋଧରେ ୨ କୋଟି ଦସ୍ତଖତ ସମ୍ବଳିତ ଏକ ସ୍ମାରକପତ୍ର ଦାଖଲ କରିବାକୁ ଗୁରୁବାର ସକାଳେ ରାହୁଲ ଗାନ୍ଧୀଙ୍କ ନେତୃତ୍ୱରେ କଂଗ୍ରେସର ପ୍ରତିନିଧି ଦଳ ରାଷ୍ଟ୍ରପତି ଭବନ ଅଭିମୁଖେ ପଦଯାତ୍ରାରେ ଯାଉଥିବା ବେଳେ ଦିଲ୍ଲୀ ପୁଲିସ ପ୍ରିୟଙ୍କା ଗାନ୍ଧୀଙ୍କ ସମେତ ଅନ୍ୟ କଂଗ୍ରେସ ନେତାଙ୍କୁ ହାଜତକୁ ନେଇଛି।

ପୁଲିସ କଂଗ୍ରେସର ରାଷ୍ଟ୍ରପତି ଭବନ ପଦଯାତ୍ରା ଅଟକାଇବା ପରେ କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି, ଏ ସରକାରଙ୍କ ବିପକ୍ଷରେ ହେଉଥିବା ଯେକୌଣସି ମତପାର୍ଥକ୍ୟ ଭିତରେ ଆତଙ୍କବାଦ ତତ୍ତ୍ୱ ରହିଛି ବୋଲି ବିବେଚନା କରାଯାଉଛି। ଆମେ ଗଣତନ୍ତ୍ରରେ ବାସ କରୁଛନ୍ତି ଏବଂ ଲୋକେ ସାଂସଦମାନଙ୍କୁ ନିର୍ବାଚିତ କରିଛନ୍ତି। ରାଷ୍ଟ୍ରପତିଙ୍କୁ ଭେଟିବା ନିମନ୍ତେ ସେମାନଙ୍କର ଅଧିକାର ରହିଛି। ତେଣୁ ସେମାନଙ୍କୁ ଛଡ଼ାଯିବା ଉଚିତ। ଏଥିରେ କି ଅସୁବିଧା ଅଛି? ସୀମାନ୍ତରେ ଛାଉଣି ପକାଇଥିବା ଲକ୍ଷ ଲକ୍ଷ କୃଷକମାନଙ୍କର କଥା ଶୁଣିବାକୁ ସରକାର ପ୍ରସ୍ତୁତ ନାହାନ୍ତି।
ଦିଲ୍ଲୀରେ ପ୍ରତିବାଦ ପଦଯାତ୍ରା ଲାଗି ଅନୁମତି ପାଇ ନ ଥିବା ପ୍ରିୟଙ୍କା ଗାନ୍ଧୀ ଏବଂ ଅନ୍ୟ କଂଗ୍ରେସ ନେତାଙ୍କୁ ଅଟକାଇ ପୁଲିସ ବସ୍‌ ଯୋଗେ ନେଇଯାଇଛି।

publive-image Image Courtesy of ANI

ପୂର୍ବରୁ ଚାଣକ୍ୟପୁରୀ ଏସିପି ପ୍ରଜ୍ଞା କହିଥିଲେ ଯେ, କେବଳ ଅନୁମତିପ୍ରାପ୍ତ ନେତାଙ୍କୁ ରାଷ୍ଟ୍ରପତି ଭବନକୁ ଛଡ଼ାଯିବ।

ଗୁରୁବାର ସକାଳେ ନୂଆଦିଲ୍ଲୀର ଅତିରିକ୍ତ ଡିସିପି ଦୀପକ ଯାଦବ କହିଛନ୍ତି, ଆଜି କଂଗ୍ରେସର ରାଷ୍ଟ୍ରପତି ଭବନ ପଦଯାତ୍ରା ପାଇଁ ଅନୁମତି ମିଳିନାହିଁ। କିନ୍ତୁ, ରାଷ୍ଟ୍ରପତି ଭବନରୁ ଅନୁମତି ପାଇଥିବା ତିନିଜଣ ନେତାଙ୍କୁ ରାଷ୍ଟ୍ରପତି ଭବନକୁ ଛଡ଼ାଯିବ।

କୋଭିଡ୍‌-୧୯ ସଂକ୍ରମଣ ଯୋଗୁଁ ୧୪୪ ଧାରା ଜାରି ହୋଇଥିବାରୁ ନୂଆ ଦିଲ୍ଲୀରେ ସର୍ବସାଧାରଣ ସମାବେଶ ପାଇଁ ଅନୁମତି ଦିଆ ଯାଉନାହିଁ ବୋଲି ଡିସିପି କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe