ନୂଆଦିଲ୍ଲୀ: କେନ୍ଦ୍ର ସରକାର ଜମ୍ମୁ କଶ୍ମୀର ମାମଲାରେ ଜନବିରୋଧୀ ନୀତି ଧରିଛନ୍ତି ଏବଂ ଲୋକଙ୍କ ଗଣତାନ୍ତ୍ରିକ ଅଧିକାରକୁ ସଙ୍କୁଚିତ କରିଛନ୍ତି ବୋଲି କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ କହିଛନ୍ତି। ଲୋକଙ୍କ ଅଧିକାରକୁ ସମାପ୍ତ କରିବା ପାଇଁ ଏନ୍ଡିଏ ସରକାରଙ୍କ ପ୍ରୟାସ ରାଷ୍ଟ୍ର ବିରୋଧୀ ଛଡ଼ା ଆଉ କିଛି ନୁହେଁ ବୋଲି ସେ କହିଛନ୍ତି। ଜମ୍ମୁ କଶ୍ମୀରରେ ନାଗରିକଙ୍କୁ ସେମାନଙ୍କ ଅଧିକାରରୁ ବଞ୍ଚିତ କରିବା ପାଇଁ ରାଷ୍ଟ୍ରଶକ୍ତିର ଅପବ୍ୟବହାର କରାଯାଇଛି। ଏହାର ପରିବର୍ତ୍ତନ ଦିଗରେ ତୁରନ୍ତ ପଦକ୍ଷେପ ନନେଲେ ଆଗକୁ ପରିସ୍ଥିତି ଆହୁରି ଜଟିଳ ହେବ ବୋଲି ପ୍ରିୟଙ୍କା କହିଛନ୍ତି।
ସରକାର କଶ୍ମୀରବାସୀଙ୍କ ଅଧିକାର ସଙ୍କୁଚିତ କରିଛନ୍ତି
Advertisment
Follow Us