ଡଙ୍ଗା ପାରି ବେଳେ ଝିଅ ବିହାଘରକୁ ନିମନ୍ତ୍ରଣ ଦେଇଥିବା ନାଉରିଆ ଘରକୁ ଶାଢ଼ି ସହ ଶୁଭେଚ୍ଛା ପତ୍ର ପଠାଇଲେ ପ୍ରିୟଙ୍କା ଗାନ୍ଧୀ

ଡଙ୍ଗା ପାରି ବେଳେ ଝିଅ ବିହାଘରକୁ ନିମନ୍ତ୍ରଣ ଦେଇଥିବା ନାଉରିଆ ଘରକୁ ଶାଢ଼ି ସହ ଶୁଭେଚ୍ଛା ପତ୍ର ପଠାଇଲେ ପ୍ରିୟଙ୍କା ଗାନ୍ଧୀ

Hindustan Times

ବାରଣାସୀ: ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତରପ୍ରଦେଶର ଜଣେ ନାଉରିଆଙ୍କୁ ନିଜର ଉଦାରତା ଦେଖାଇ ଏବେ ଚାରିଆଡ଼େ ଚର୍ଚ୍ଚା ପାଲଟିଛନ୍ତି। ପ୍ରିୟଙ୍କା ଜାନୁଆରି ୧୦ ତାରିଖରେ ବାରଣାସୀ ଗସ୍ତ ସମୟରେ ଅଶୋକ ସାନିଙ୍କ ଡଙ୍ଗାରେ ନଦୀ ପାର୍‌ ହେଇଥିଲେ। ନାଉରିଆ ଜଣକ ପ୍ରିୟଙ୍କାଙ୍କୁ ନିକଟ ଭବିଷ୍ୟତରେ ହେବାକୁ ଥିବା ତାଙ୍କ ଝିଅ ବାହାଘରରେ ଉପସ୍ଥିତ ରହିବାକୁ ନିମନ୍ତ୍ରଣ ଦେଇଥିଲେ। ପ୍ରିୟଙ୍କା ଅଶୋକଙ୍କ ଝିଅ ବାହାଘରର ତାରିଖ ମନେ ରଖି ଜଣେ ବରିଷ୍ଠ କଂଗ୍ରେସ ନେତାଙ୍କ ହାତରେ ଅଶୋକଙ୍କୁ ତାଙ୍କ ଝିଅ ବିବାହ ପାଇଁ ଶୁଭେଚ୍ଛା ପତ୍ର ସହ ଉପହାର ଭାବେ ଏକ  ଶାଢ଼ି  ପଠାଇଛନ୍ତି।

publive-image

ଜାଣିବାକୁ ମିଳିିଛି ଯେ ବରିଷ୍ଠ କଂଗ୍ରେସ ନେତା ଅଜୟ ରାୟ ଗୁରୁବାର ଅଶୋକଙ୍କ ଘରେ ପହଞ୍ଚି  ପ୍ରିୟଙ୍କା ଗାନ୍ଧୀ ତାଙ୍କ ଝିଅ ପାଇଁ ଶୁଭେଚ୍ଛା ସହ ଏକ ଶାଢ଼ି ପଠାଇଛନ୍ତି ବୋଲି ଜଣାଇଛନ୍ତି।

ପ୍ରିୟଙ୍କାଙ୍କ ଏପରି ବଡ଼ପଣରେ ଖୁସି ହୋଇ ଅଶୋକ କହିଛନ୍ତି, ‘ପୂର୍ବରୁ ଅନେକ ଭିଆଇପି ମୋ ଡଙ୍ଗାରେ ଯାଇଛନ୍ତି। ମାତ୍ର ପ୍ରିୟଙ୍କାଙ୍କ ପରି ଉଦାରପଣ ପୂର୍ବରୁ କେହି ବି ଦେଖାଇନାହାନ୍ତି।’

ଉ‌ଲ୍ଳେଖଯୋଗ୍ୟ, ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ନାଗରିକତା ସଂଶୋଧନ ଆଇନ୍‌(ସିଏଏ) ଓ ଏନ୍‌ଆର୍‌ସି ଆରମ୍ଭ କରିବା ନେଇ ମୂଳରୁ ବିରୋଧ ପ୍ରଦର୍ଶନ କରି ଆସିଛନ୍ତି ପ୍ରିୟଙ୍କା ଗାନ୍ଧୀ। ପୂର୍ବରୁ ଅନେକ ସିଏଏ ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହୋଇଥିବା ବେଳେ ଜାନୁଆରି ୧୦ ତାରିଖରେ ବାରଣାସୀରେ ହେଉଥିବା ଏକ ସିସିଏ ବିରୋଧୀ ବିକ୍ଷୋଭରେ କର୍ମକର୍ତ୍ତାଙ୍କୁ ଭେଟିବାକୁ ଯାଇଥିଲେ ପ୍ରିୟଙ୍କା। ସେହିଦିନ ପ୍ରିୟଙ୍କା ନାଉରିଆ ଅଶୋକଙ୍କ ଡଙ୍ଗାରେ ବସି ଘଟଣାସ୍ଥଳରେ ପହଞ୍ଚିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe