ଲକ୍ଷ୍ନୌ ଯିବା ବାଟରେ ୟୁପି ପୁଲିସ୍‌ ଅଧାରୁ ଅଟକାଇ ମାରଧର କରିଥିବା ଅଭିଯୋଗ ଆଣିଲେ ପ୍ରିୟଙ୍କା ଗାନ୍ଧୀ

Advertisment
ଲକ୍ଷ୍ନୌ ଯିବା ବାଟରେ ୟୁପି ପୁଲିସ୍‌ ଅଧାରୁ ଅଟକାଇ ମାରଧର କରିଥିବା ଅଭିଯୋଗ ଆଣିଲେ ପ୍ରିୟଙ୍କା ଗାନ୍ଧୀ

(Photo Credits: ANI)

ଲକ୍ଷ୍ନୌ: ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନରେ(ସିଏଏ ) ସାମିଲ୍‌ ହୋଇ ଉତ୍ତରପ୍ରଦେଶ ପୁଲିସ୍‌ ହାତରେ ଗିରଫ ହୋଇଥିବା ସାମାଜିକ କର୍ମୀ ତଥା ପୂର୍ବତନ ଆଇପିଏସ୍‌ ଅଫିସର ଏସ୍‌ଆର୍‌ ଦାରାପୁରିଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଗଲା ବେଳେ ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରାଙ୍କୁ ଶନିବାର ଅଧା ବାଟରେ ଅଟକାଇଛି ୟୁପି ପୁଲିସ୍‌। ଏଥିସହ ପୁଲିସ୍‌ ମଝିବାଟରେ ଅଟକାଇ ତାଙ୍କୁ ମାରଧର କରିଛି ବୋଲି ପ୍ରିୟଙ୍କା ଅଭିଯୋଗ ଆଣିଛନ୍ତି।

ଏସ୍‌ଆର୍‌ ଦାରାପୁରି ଡିସେମ୍ବର ୨୦ ତାରିଖରେ ନାଗରିକତା ସଂଶୋଧନ ଆଇନ୍‌ ବିରୋଧୀ ଆନ୍ଦୋଳନରେ ସାମିଲ୍‌ ହୋଇଥିବା ବେଳେ ପୁଲିସ୍‌ ହାତରେ ଗିରଫ ହୋଇଥିଲେ।

ଲକ୍ଷ୍ନୌରେ ଥିବା ଦାରାପୁରିଙ୍କ ପରିବାର ଲୋକଙ୍କୁ ଭେଟିବାରେ ବିଫଳ ହୋଇଥିବା ପ୍ରିୟଙ୍କା କହନ୍ତି କି ‘ରାଜ୍ୟ ସରକାର ଲୋକମାନଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ଦୂରେଇ ରଖୁଛନ୍ତି। ଏଭଳି ଭାବେ ରାସ୍ତା ମଝିରେ ଆମକୁ ଅଟକାଇବାର କୌଣସି ମାନେ ନାହିଁ।’

ଉଲ୍ଲେଖଯୋଗ୍ୟ,  କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସରେ ଦଳର ବରିଷ୍ଠ ନେତ୍ରୀ ତଥା ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ, ‘ସାରା ଦେଶରେ ଏନ୍‌ଆର୍‌ସିକୁ ନେଇ ବ୍ୟାପକ ଆନ୍ଦେଳନ ହେବା ପରେ ଆଜି କୁହାଯାଉଛି ଯେ ଏ ସଂପର୍କରେ କିଛି ଆଲୋଚନା ହୋଇନାହିଁ। ଦେଶ ତୁମ ମିଛରେ ଅତିଷ୍ଠ ହୋଇ ପଡ଼ିଲାଣି। ଦେଶବାସୀ ତୁମକୁ ଭଲ କରି ଚିହ୍ନି ସାରିଲେଣି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe