Image Courtesy of India TV News
ସୀତାପୁର: ଉତ୍ତର ପ୍ରଦେଶର ଲଖିମ୍ପୁର ଖେରି ଯିବା ବାଟରେ ପୁଲିସଦ୍ୱାରା ଅଟକ ରହିଥିବା କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୀତାପୁର ଗେଷ୍ଟ୍ ହାଉସ୍ ଓଳାଉଥିବାର ଭିଡିଓ ସମ୍ପ୍ରତି ଭାଇରାଲ୍ ହେଉଛି।
ଲଖିମ୍ପୁର ଅଭିମୁଖେ ଯାତ୍ରାରତ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଏବଂ ଦଳେ କଂଗ୍ରେସ ନେତାଙ୍କୁ ଆଜି ବଡ଼ି ସକାଳୁ ପୁଲିସ ଅଟକାଇ ଥିଲା। ରବିବାର ଦିନ ଦଳେ ପ୍ରତିବାଦକାରୀ କୃଷକଙ୍କ ଉପରେ କେନ୍ଦ୍ର ଗୃହ ରାଷ୍ଟମନ୍ତ୍ରୀ ଅଜୟ ମିଶ୍ରଙ୍କ ପୁତ୍ର ଗାଡ଼ି ଚଢ଼ାଇ ଦେବାରୁ ୪ଜଣ କୃଷକଙ୍କ ସମେତ ୮ଜଣ ପ୍ରାଣ ହରାଇଥିବା ଅଭିଯୋଗ ହୋଇଥିଲା। ଅଭିଯୋଗ ଅନୁସାରେ, ଗାଡ଼ି ଚାପାରେ ୪ଜଣ କୃଷକଙ୍କର ମୃତ୍ୟୁ ଘଟିବା ଯୋଗୁଁ ସଙ୍ଗଠିତ ସଂଘର୍ଷରେ ଅନ୍ୟ ଚାରିଜଣ ବ୍ୟକ୍ତି ପ୍ରାଣ ହରାଇଥିଲେ। ପରେ ପରେ ସେ ଅଞ୍ଚଳ ଉତ୍ତେଜନାମୟ ହୋଇ ଉଠିଥିଲା। ମୃତ କୃଷକମାନଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ପ୍ରିୟଙ୍କା ଲଖିମ୍ପୁର ଖେରି ଯାଉଥିଲେ।
Image Courtesy of India Todayଗେଷ୍ଟ୍ ହାଉସ୍ର ଯେଉଁ କୋଠରିରେ ପ୍ରିୟଙ୍କାଙ୍କୁ ଅଟକ ରଖାଯାଇଛି, ସେହି କୋଠରିକୁ ସେ ଓଳାଉଥିବା ଦୃଶ୍ୟ ଏକ ଭିଡିଓ କ୍ଲିପିଙ୍ଗ୍ରେ ଦେଖାଯାଉଛି।
ଏହା ବ୍ୟତିରେକେ କଂଗ୍ରେସ ପାର୍ଟି ସେୟାର୍ କରିଥିବା ଅନ୍ୟ ଭିଡିଓମାନଙ୍କରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଉତ୍ତର ପ୍ରଦେଶ ପୁଲିସ ଅଧିକାରୀମାନଙ୍କ ସହ ଯୁକ୍ତିତର୍କ କରିବା ସହ ଅଟକ ନିମନ୍ତେ ଜାରି ହୋଇଥିବା ଓ୍ଵାରେଣ୍ଟ୍ ଦେଖିବାକୁ ଚାହିଁଥିଲେ। କିନ୍ତୁ, ଯୁକ୍ତିତର୍କ ସମୟରେ ପୁଲିସ କଂଗ୍ରେସ ନେତାମାନଙ୍କୁ ଠେଲାପେଲା କରିଥିବା କଥା ପାର୍ଟି କହୁଛି।
Follow Us