ଏଆଇସିସି କର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ପ୍ରଥମ ଦିନ, ଦଳୀୟ କର୍ମୀଙ୍କୁ ଭେଟି କଲେ ଆଲୋଚନା

Advertisment
ଏଆଇସିସି କର୍ଯ୍ୟାଳୟରେ ପ୍ରିୟଙ୍କାଙ୍କ ପ୍ରଥମ ଦିନ, ଦଳୀୟ କର୍ମୀଙ୍କୁ ଭେଟି କଲେ ଆଲୋଚନା

ନୂଆଦିଲ୍ଳୀ: ଉତ୍ତରପ୍ରଦେଶ(ପୂର୍ବ)ର ଅଖିଳ ଭାରତୀୟ କଂଗ୍ରେସ କମିଟି(ଏଆଇସିସି)ରେ ନୂଆ କରି ନିଯୁକ୍ତି ପାଇଥିବା କଂଗ୍ରେସ ଅଧ୍ୟକ୍ଷ ରାହୁଲ ଗାନ୍ଧୀଙ୍କ ଭଉଣୀ ପ୍ରିୟଙ୍କା ଗାନ୍ଧୀ ବୁଧବାର ପ୍ରଥମ ଥର ନିଜ କାର୍ଯ୍ୟାଳୟରେ ଯୋଗ ଦେଇଛନ୍ତି। ଅନେକ ଦିନ ହେବ କଂଗ୍ରେସରେ ସାମିଲ୍‌ ହୋଇଥିବା ପ୍ରିୟଙ୍କା ରାଜନୀତି ମାହଲକୁ ସରଗରମ କରିଥିବା ବେଳେ ଆଜି ଦିଲ୍ଲୀରେ ଥିବା କଂଗ୍ରେସ ମୁଖ୍ୟ କାର୍ଯ୍ୟାଳୟରେ ଯୋଗ ଦେଇ ଆନୁଷ୍ଠାନିକ ଭାବେ କାର୍ଯ୍ୟାରମ୍ଭ କରିଛନ୍ତି।

କଂଗ୍ରେସ ଅଫିସ୍‌ରେ ପହଞ୍ଚି ପ୍ରିୟଙ୍କା ନିଜ ଦଳୀୟ କର୍ମଚାରୀଙ୍କୁ ଭେଟିଛନ୍ତି। କର୍ମଚାରୀଙ୍କୁ ଭେଟି ଅଗାମୀ ଲୋକସଭା ନିର୍ବାଚନ ସଂର୍କରେ ବହୁ ଆଲୋଚନା କରିଥିବା ସୂଚନା ରହିଛି। ପୂର୍ବରୁ ସେ ଦଳୀୟ ନିର୍ବାଚନୀ ପ୍ରଚାରରେ ବହୁବାର ସାମିଲ୍‌ ହୋଇଥିଲେ ବି ସିଧାସଳଖ ଦଳ ସହ ଯୋଡ଼ି ହେବାରେ ପ୍ରିୟଙ୍କା ନୂଆ। ପୂର୍ବରୁ ସେ ୟୁପିଏ ଅକ୍ଷ୍ୟକ୍ଷା ତଥା ମାଆ ସୋନିଆ ଗାନ୍ଧୀ ଓ ଭାଇ ରାହୁଲ ଗାନ୍ଧୀଙ୍କ ସମର୍ଥନରେ ବିଭିନ୍ନ ରାଲିରେ ଯୋଗ ଦେଇଛନ୍ତି।

ଉଲ୍ଲେଖଯୋଗ୍ୟ, ନିଜ କାର୍ଯ୍ୟାଳୟକୁ ଆସିବା ବାଟରେ ପ୍ରିୟଙ୍କା ତାଙ୍କ ପତି ରୋବର୍ଟ ଭଦ୍ରାଙ୍କୁ ବେଆଇନ୍‌ ଅର୍ଥ କାରବାର ତଦନ୍ତରେ ସହଯୋଗ କରିବା ପାଇଁ ପ୍ରବର୍ତ୍ତନ ନିର୍ଦ୍ଦେଶାଳୟ (ଇଡି) ଅଫିସ୍‌ରେ ଛାଡ଼ି ଦେଇ ଆସିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe