ନୂଆଦିଲ୍ଲୀ: କେରଳର ୱାୟାନାଡରୁ ଲୋକସଭା ସଦସ୍ୟ ଭାବେ ନିର୍ବାଚିତ ହୋଇଥିବା କଂଗ୍ରେସର ସାଧାରଣ ସମ୍ପାଦକ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଆଜି ପ୍ରଥମ ଥର ପାଇଁ ସାଂସଦ ଭାବେ ଶପଥ ଗ୍ରହଣ କରିଛନ୍ତି।
ସାଂସଦ ଭାବେ ଶପଥ ଗ୍ରହଣ କରିବାରେ ସୋନିଆ ଗାନ୍ଧୀ ଏବଂ ତାଙ୍କ ଜେଜେମା ତଥା ପୂର୍ବତନ ପ୍ରଧାନମନ୍ତ୍ରୀ ଇନ୍ଦିରା ଗାନ୍ଧୀଙ୍କ ପରେ ପରେ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ଗାନ୍ଧୀ ପରିବାରର ତୃତୀୟ ମହିଳା ହେବେ। ଯାହାକୁ ନେଇ ଚର୍ଚ୍ଚା ଜୋର ଧରିଛି। ଏହି ଶପଥ ଗ୍ରହଣ ସଭାରେ ମାଆ ସୋନିଆ ଗାନ୍ଧୀଙ୍କ ସମେତ ବରିଷ୍ଠ ନେତା ଓ ପୂରା ଗାନ୍ଧୀ ପରିବାର ସଂସଦରେ ଉପସ୍ଥିତ ରହିଥିଲେ।
/sambad/media/post_attachments/2024-11/iv8konvg_rahul_625x300_28_November_24.jpg?im=FitAndFill,algorithm=dnn,width=1200,height=738)
ଏହି ଶପଥ ଗ୍ରହଣ ସମାରୋହରେ ରାହୁଲ ଗାନ୍ଧୀ ଭଉଣୀ ପ୍ରିୟଙ୍କା ଗାନ୍ଧୀଙ୍କ ଫଟୋଗ୍ରାଫର ସାଜିଥିଲେ। କାରଣ ପ୍ରିୟଙ୍କା ସଂସଦରେ ପହଞ୍ଚିବା ଠାରୁ ଆରମ୍ଭ କରି ସାଂସଦ ଭାବେ ଶପଥ ନେବା ପର୍ଯ୍ୟନ୍ତ ରାହୁଲ ଭଉଣୀଙ୍କ ଅନେକ ଫଟୋ ନିଜ ଫୋନରେ କୈଦ କରି ରଖିଥିଲେ।
ଉଭୟ ୱାୟାନାଡ ଏବଂ ରାବେରେଲିରୁ ଜିତିଥିବା ରାହୁଲ ଗାନ୍ଧୀ ତାଙ୍କ ପରିବାରର ଭିତ୍ତିଭୂମି ବଜାୟ ରଖିବାକୁ ନିଷ୍ପତ୍ତି ନେଇ ୱାୟାନାଡରୁ ଭଉଣୀ ପ୍ରିୟଙ୍କାଙ୍କୁ ନିର୍ବାଚନ ଲଢ଼ିବାକୁ ନିଷ୍ପତ୍ତି ନେଇଥିଲେ।
  
 Follow Us