ପୁଲିସ୍‌ ଅଟକାଇବାରୁ ନିଜ ଗାଡ଼ି ଛାଡ଼ି ମଟରସାଇକେଲ୍‌‌ରେ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କ ଘରଲୋକଙ୍କୁ ଭେଟିବାକୁ ଗଲେ ପ୍ରିୟଙ୍କା

Advertisment
ମହଙ୍ଗା ପଡ଼ିଲା ପ୍ରିୟଙ୍କା ଗାନ୍ଧିଙ୍କୁ ସ୍କୁଟରରେ ବସାଇବା : କଂଗ୍ରେସ କର୍ମୀଙ୍କ ନାଁରେ କଟିଲା ୬,୧୦୦ ଟଙ୍କାର ଚାଲାଣ

(Photo Credits: ANI)

ନୂଆଦିଲ୍ଲୀ: ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧି ଭଦ୍ରା ଜେଲ୍‌ରେ ଥିବା ପୂର୍ବତନ ଆଇପିଏସ୍‌ ଅଫିସର ଏସ୍‌ଆର୍‌ ଦାରାପୁରିଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଗଲାବେଳେ ତାଙ୍କୁ ୟୁପି ପୁଲିସ୍‌ ଅଧା ବାଟରେ ଅଟକାଇବାରୁ ସେ ଏକ ମଟରସାଇକେଲ୍‌ରେ ଯାତ୍ରା କରିଥିବା ନଜର ଆସିଛନ୍ତି। ସୋସିଆଲ୍‌ ମିଡିଆରେ ଏକ ଫଟୋ ଭାଇରାଲ୍‌ ହୋଇଛି। ଫଟୋରେ ଦେଖିବାକୁ ମିଳିଛି ଯେ ଜଣେ କଂଗ୍ରେସ ନେତାଙ୍କ ମଟରସାଇକେଲ୍‌ ପଛରେ ବସି ପ୍ରିୟଙ୍କା ଦାରାପୁରିଙ୍କ ପରିବାର ଲୋକଙ୍କୁ ଭେଟିବାକୁ ଯାଉଛନ୍ତି। ନାଗରିକତା ସଂଶୋଧନ ଆଇନ୍‌ ବିରୋଧରେ ଆନ୍ଦେଳନ କରିବାରୁ ୟୁପି ପୁଲିସ୍‌ ଦାରାପୁରିଙ୍କୁ ଗିରଫ କରିଛି।

ପ୍ରିୟଙ୍କା ମଟରସାଇକେଲ୍‌‌ ଯୋଗେ ଯାଇ ଦାରାପୁରିଙ୍କ ଘରେ ପହଞ୍ଚିଛନ୍ତି। ପ୍ରିୟଙ୍କାଙ୍କ ସହ କେତେ ଜଣ କଂଗ୍ରେସ ନେତା ଦାରାପୁରିଙ୍କ ଘରେ ପହଞ୍ଚି ତାଙ୍କ ପରିବାର ଲୋକଙ୍କ ସହ କଥାବାର୍ତ୍ତା ହେଉଥିବାର ଦେଖିବାକୁ ମିଳିଛି। ଦଳ ପକ୍ଷରୁ ପୂର୍ବତନ ଆଇପିଏସ୍‌ ଅଧିକାରୀଙ୍କ ପରିବାର ଲୋକଙ୍କୁ ଆଶ୍ବାସନା ଦିଆଯାଇ କୁହାଯାଇଛି ଯେ ଯେବେ ପର୍ଯ୍ୟନ୍ତ ଦାରାପୁରିଙ୍କୁ ମୁକ୍ତ କରା ନଯାଇଛି ସେ ପର୍ଯ୍ୟନ୍ତ ସେମାନେ ୟୁପି ସରକାରଙ୍କ ଉପରେ ଚାପ ପକାଇ ଚାଲିବେ।

ପ୍ରିୟଙ୍କା ଗଣମାଧ୍ୟରେ ସୂଚନା ଦେଇ କହିଛନ୍ତି ଯେ  ‘ରାଜ୍ୟ ସରକାର ଲୋକମାନଙ୍କୁ ସେମାନଙ୍କ ଗଣତାନ୍ତ୍ରିକ ଅଧିକାରରୁ ଦୂରେଇ ରଖୁଛନ୍ତି। ଏଭଳି ଭାବେ ରାସ୍ତା ମଝିରେ ଆମକୁ ଅଟକାଇବାର କୌଣସି ମାନେ ନାହିଁ। ୟୁପି ପୁଲିସ୍‌ ମୋତେ ମାରଧର କରିବା ସହ ମୋ ବେକ ଚିପିଛି।’

ଉଲ୍ଲେଖଯୋଗ୍ୟ,  କଂଗ୍ରେସର ୧୩୫ ତମ ପ୍ରତିଷ୍ଠା ଦିବସରେ ଦଳର ବରିଷ୍ଠ ନେତ୍ରୀ ତଥା ଏଆଇସିସିର ସାଧାରଣ ସଂପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଟାର୍ଗେଟ କରି କହିଥିଲେ, ‘ସାରା ଦେଶରେ ଏନ୍‌ଆର୍‌ସିକୁ ନେଇ ବ୍ୟାପକ ଆନ୍ଦେଳନ ହେବା ପରେ ଆଜି କୁହାଯାଉଛି ଯେ ଏ ସଂପର୍କରେ କିଛି ଆଲୋଚନା ହୋଇନାହିଁ। ଦେଶ ତୁମ ମିଛରେ ଅତିଷ୍ଠ ହୋଇ ପଡ଼ିଲାଣି। ଦେଶବାସୀ ତୁମକୁ ଭଲ କରି ଚିହ୍ନି ସାରିଲେଣି।’

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe