ମିସନ୍‌ ଶକ୍ତି ଲାଗି ନେହେରୁଙ୍କ ଦ୍ୱାରା ସ୍ଥାପିତ ‘ଡିଆର୍‌ଡିଓ’କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ଗାନ୍ଧୀ

Advertisment
ମିସନ୍‌ ଶକ୍ତି ଲାଗି ନେହେରୁଙ୍କ ଦ୍ୱାରା ସ୍ଥାପିତ ‘ଡିଆର୍‌ଡିଓ’କୁ ଶୁଭେଚ୍ଛା ଜଣାଇଲେ ପ୍ରିୟଙ୍କା ଗାନ୍ଧୀ

Image: Zee News

ଆମେଥି: ମିସନ୍‌ ଶକ୍ତି ଲାଗି ଉତ୍ତର ପ୍ରଦେଶ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀ ଭଦ୍ରା ‘ଡିଫେନ୍‌ସ୍‌ ରିସର୍ଚ ଆଣ୍ଡ୍‌ ଡେଭେଲପ୍‌ମେଣ୍ଟ୍‌ ଅର୍ଗାନାଇଜେସନ୍‌’ର (ଡିଆର୍‌ଡିଓ) ବୈଜ୍ଞାନିକମାନଙ୍କୁ ଶୁଭେଚ୍ଛା ଜଣାଇବା ସହ ସ୍ମରଣ କରାଇ ଦେଇଛନ୍ତି କି, ୧୯୫୦ ଦଶକରେ ଉକ୍ତ ପ୍ରତିଷ୍ଠାନ ଦିବଂଗତ ଭାରତୀୟ ପ୍ରଧାନମନ୍ତ୍ରୀ ଜବାହରଲାଲ୍‌ ନେହେରୁଙ୍କ ସ୍ଥାପିତ ହୋଇଥିଲା।

ବୁଧବାର ଦିନ ସେ ଆମେଥିର ମୁସାଫିରଖାନା ଠାରେ ସାମ୍ବାଦିକମାନଙ୍କୁ କହିଛନ୍ତି: ମୁଁ ଡିଆର୍‌ଡିଓ ପାଇଁ ଗୌରବାନ୍ଵିତା। ଜବାହରଲାଲ୍‌ ନେହେରୁଙ୍କ ଦ୍ୱାରା ସଂସ୍ଥାପିତ ମହାନ୍‌ ପ୍ରତିଷ୍ଠାନଗୁଡ଼ିକ ଭିତରୁ ଏହା ଅନ୍ୟତମ।

‘ଡିଆର୍‌ଡିଓ’ର କୃତିତ୍ୱକୁ ରାଜନୀତିକରଣ କରାଯାଉଛି କି, ବୋଲି ପଚରା ଯିବାରୁ ପ୍ରିୟଙ୍କା କହିଲେ, ଆପଣ ଜାଣନ୍ତି କେତେଗୁଡ଼ିଏ ପ୍ରସଙ୍ଗ ଯାହା ରାଜନୀତିକରଣ ନ ହେବା ଉଚିତ, ତାହା କରାଯାଉଛି। ମୋ ମତରେ, ନିର୍ବାଚନ ବାସ୍ତବ ପ୍ରସଙ୍ଗ ଉପରେ ଘଟିବା କଥା ଏବଂ ମୁଁ ଯୁଆଡ଼େ ଯାଉଛି ଏ କଥା କହୁଛି।

‘ଟେକ୍ନିକାଲ୍‌ ଡେଭେଲପ୍‌ମେଣ୍ଟ୍‌ ଇଷ୍ଟାବ୍ଲିସ୍‌ମେଣ୍ଟ୍‌’ ଏବଂ ‘ଡାଇରେକ୍ଟୋରେଟ୍‌ ଅଫ୍‌ ଟେକ୍‌ନିକାଲ୍‌ ଡେଭେଲପ୍‌ମେଣ୍ଟ୍‌ ଆଣ୍ଡ୍‌ ପ୍ରଡକ୍‌ସନ୍‌’ ସହ ‘ଡିଫେନ୍‌ସ୍‌ ସାଇନ୍‌ସ୍‌ ଅର୍ଗାନାଇଜେସନ୍‌’ର ମିଶ୍ରଣ ପରେ ୧୯୫୮ରେ ‘ଡିଆର୍‌ଡିଓ’ ସଂସ୍ଥାପିତ ହୋଇଥିଲା। ଭାରତର ସାମରିକ ଗବେଷଣା ଏବଂ ବିକାଶ କାର୍ଯ୍ୟଭାର ତାକୁ ଦିଆଯାଇଥିଲା। ଆରମ୍ଭରୁ ମାତ୍ର ୧୦ଟି ପରୀକ୍ଷାଗାର ଥିବା ସଂସ୍ଥାନ ‘ଡିଆର୍‌ଡିଓ’ର ଏବେ ୫୦ ରୁ ଅଧିକ ପରୀକ୍ଷାଗାର ରହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe