#ଶାଢ଼ି ଟୁଇଟର ଚ୍ୟାଲେଞ୍ଜରେ ସାମିଲ ହେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ସେୟାର କଲେ ୨୨ବର୍ଷ ପୁରୁଣା ବିବାହ ବେଳର ଫଟୋ

#ଶାଢ଼ି ଟୁଇଟର ଚ୍ୟାଲେଞ୍ଜରେ ସାମିଲ ହେଲେ ପ୍ରିୟଙ୍କା ଗାନ୍ଧି ଭଦ୍ରା, ସେୟାର କଲେ ୨୨ବର୍ଷ ପୁରୁଣା  ବିବାହ ବେଳର ଫଟୋ

ନୂଆଦିଲ୍ଲୀ: କଂଗ୍ରେସ ରାଷ୍ଟ୍ରୀୟ ମହାସଚିବ ପ୍ରିୟଙ୍କା ଗାନ୍ଧୀ ଭଦ୍ରା ସୋସିଆଲ ମିଡିଆରେ ଜଣେ ସକ୍ରିୟ ବ୍ୟକ୍ତିତ୍ୱ। ସେ ଟୁଇଟରରେ ସମସ୍ତ ଘଟଣାକୁ ନେଇ ସ୍ୱାଧୀନ ଭାବେ ନିଜ ବୟାନ ରଖି ଥାଆନ୍ତି। ତେବେ ଏହି କ୍ରମରେ ଟୁଇଟରରେ ଚାଲୁଥିବା #ଶାଢ଼ି ଟୁଇଟର ଟ୍ରେଣ୍ଡରେ ସାମିଲ ହୋଇଛନ୍ତି। ସେ ନିଜ ଅଧିକାରିକ ଟୁଇଟରରେ ବୁଧବାର ଶାଢ଼ି ପିନ୍ଧିଥିବା ଫଟୋ ସେୟାର କରିଛନ୍ତି। ଏହି ଫଟୋଟି ତାଙ୍କର ୨୨ ବର୍ଷ ପୁରୁଣା ବିବାହ ସମୟର ବୋଲି କୁହାଯାଉଛି। ପ୍ରିୟଙ୍କାଙ୍କ ବିବାହ ୧୯୯୭ ଫେବୃୟାରି ୧୮ରେ ହୋଇଥିଲା।

ପ୍ରିୟଙ୍କାଙ୍କ ଏହି ଫଟୋ ଏବେ ସୋସିଆଲ ମିଡିଆରେ ଚର୍ଚ୍ଚା ଜାରି ରହିଛି। ସେ ଟୁଇଟରରେ କ୍ୟାପସନ୍‌ ଲେଖିଛନ୍ତି ଯେ, ଏହା ମୋ ବିବାହ ସମୟର ଫଟୋ। ଫଟୋରେ ପ୍ରିୟଙ୍କା ସୁନ୍ଦର ସିଲକ୍‌ ଶାଢ଼ି ପିନ୍ଧି ଥିବା ଦେଖିବାକୁ ମିଳୁଛି।

ଉଲ୍ଲେଖଯୋଗ୍ୟ, ଟୁଇଟରରେ #ଶାଢ଼ି ଟୁଇଟର ଟ୍ରେଣ୍ଡରେ ଚାଲୁଛି। ଏଯାବତ୍‌ ଏଥିରେ ଅନେକ ନେତା, ଅଧିକାରୀ, ପୁଲିସ ଅଫିସର ଶାଢ଼ି ଫଟୋ ସେୟାର କରିଛନ୍ତି। କଂଗ୍ରେସରୁ ଶିବସେନାକୁ ଯାଇଥିବା ପ୍ରିୟଙ୍କା ଚର୍ତୁବେଦୀ ବି କିଛି ଫଟୋ ସେୟାର କରିଛନ୍ତି, ତାଙ୍କ ବ୍ୟତୀତ କଂଗ୍ରେସ ନେତା ରାଗିଣୀ ନାଏକ ବି ନିଜର କିଛି ଫଟୋ ପୋଷ୍ଟ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe