ପ୍ରିୟଙ୍କା ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାପୁର ଯାଉଥିବା ଚାରିଟି କାର୍‌ ଦୁର୍ଘଟଣାଗ୍ରସ୍ତ

ପ୍ରିୟଙ୍କା ଗାନ୍ଧୀଙ୍କ ସହ ଉତ୍ତର ପ୍ରଦେଶର ହାପୁର ଯାଉଥିବା ଚାରିଟି କାର୍‌ ଦୁର୍ଘଟଣାଗ୍ରସ୍ତ

ନୂଆଦିଲ୍ଲୀ: ଗୁରୁବାର ଦିନ ଉତ୍ତର ପ୍ରଦେଶ କଂଗ୍ରେସର ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ସହ ଯାତ୍ରା କରୁଥିବା ପ୍ରାୟ ୪ଟି କାର୍‌ ଦୁର୍ଘଟଣାଗ୍ରସ୍ତ ହୋଇଛି। ତାଙ୍କ ସହ ଯାଉଥିବା କାର୍‌ଗୁଡ଼ିକ ମଧ୍ୟରୁ ଏହି ଚାରିଟି କାର୍‌ ପରସ୍ପର ସହ ଧକ୍କା ଖାଇଥିଲେ।

ଉତ୍ତର ପ୍ରଦେଶର ହାପୁର ରୋଡ୍‌ରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି। ସାଧାରଣତନ୍ତ୍ର ଦିବସ ହିଂସାକାଣ୍ଡରେ ଏକ ଟ୍ରାକ୍ଟର ଓଲଟି ପଡ଼ିବା କାରଣରୁ ପ୍ରାଣ ହରାଇଥିବା ନବନୀତ ସିଂହଙ୍କ ପରିବାରବର୍ଗଙ୍କୁ ଭେଟିବା ଲାଗି ପ୍ରିୟଙ୍କା ରାମପୁର ଅଭିମୁଖେ ଯାତ୍ରା କରୁଥିଲେ।

publive-image Image Courtesy of ANI

ସୌଭାଗ୍ୟକୁ ଏହି ଦୁର୍ଘଟଣାରେ କେହି ମୃତାହତ ହୋଇ ନାହାନ୍ତି। କେବଳ କାର୍‌ଗୁଡ଼ିକ ସାମାନ୍ୟ କ୍ଷତିଗ୍ରସ୍ତ ହୋଇଛି।

ଉତ୍ତର ପ୍ରଦେଶ କଂଗ୍ରେସ ସଭାପତି ଅଜୟ କୁମାର ଲଲ୍ଲ ଟୁଇଟ୍‌ କରି କହିଥିଲେ, ଆମେ ଜାଣିବାକୁ ପାଇଛୁ ଯେ, ନୂଆଦିଲ୍ଲୀରେ ସାଧାରଣତନ୍ତ୍ର ଦିବସରେ ଆୟୋଜିତ କିଷାନ୍‌ ଟ୍ରାକ୍ଟର୍‌ ରାଲିରେ କାନାଡାରୁ ଆସିଥିବା କୃଷକ ନବନୀତଜୀ ଶାନ୍ତିପୂର୍ଣ୍ଣ ଭାବେ ପ୍ରତିବାଦରେ ଅଂଶଗ୍ରହଣ କରୁଥିବା ବେଳେ ପୁଲିସ ଗୁଳି ଚଳାଇବାରୁ ତଙ୍କର ମୃତ୍ୟୁ ଘଟିଛି। ଆଜି ପ୍ରିୟଙ୍କା ଗାନ୍ଧୀ ଜୀ ରାମପୁର ଆସି ତାଙ୍କ ପରିବାରବର୍ଗଙ୍କୁ ଭେଟିବେ।
ଦିଲ୍ଲୀରେ ସଂସଦ ଅଧିବେଶନ ଚାଲୁଥିବାରୁ ରାହୁଳ ଗାନ୍ଧୀ ତାଙ୍କ ସହ ଆସି ପାରିବେ ନାହିଁ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe