image credit : News India
ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନରେ ଗତ ସପ୍ତାହରେ ସୁରକ୍ଷା ଭଙ୍ଗ ହୋଇଥିଲା। ପ୍ରାୟ ୭ ଜଣ ବ୍ୟକ୍ତି ପ୍ରିୟଙ୍କାଙ୍କ ବାସଭବନକୁ ପଶି ତାଙ୍କ ସହ ଫଟୋ ଉଠାଇବା ପାଇଁ କହିଥିଲେ। ଏଭଳି ଏକ ଘଟଣାକୁ ଅତ୍ୟନ୍ତ ଗମ୍ଭୀରତାର ସହ ନିଆଯାଇଛି। ଉକ୍ତ ଘଟଣାରେ ୩ ସୁରକ୍ଷା କର୍ମୀ ନିଲମ୍ବିତ ହୋଇଥିବା ବେଳେ ସରକାର ଉକ୍ତ ଘଟଣାରେ ଉଚ୍ଚସ୍ତରୀୟ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି । କେନ୍ଦ୍ର ଗୃହମନ୍ତ୍ରୀ ଅମିତ ଶାହ ଆଜି ରାଜ୍ୟସଭାରେ ଏସ୍ପିଜି (ସଂଶୋଧନ) ବିଲ୍ ଉପରେ ଆଲୋଚନା କରିବା ବେଳେ ଏହି ଘୋଷଣା କରିଛନ୍ତି।
ଗତ ସପ୍ତାହରେ ଲୋଧି ଇଷ୍ଟେଟ୍ ସ୍ଥିତ ପ୍ରିୟଙ୍କା ଗାନ୍ଧୀଙ୍କ ବାସଭବନରେ ସୁରକ୍ଷା ଭଙ୍ଗ ହୋଇଥିଲା। ବିନା ସୁରକ୍ଷା ଯାଞ୍ଚରେ କିଛି ବ୍ୟକ୍ତି ପ୍ରିୟଙ୍କାଙ୍କ ବାସଭବନକୁ ପଶିବାରୁ ଏଥିପାଇଁ କଂଗ୍ରେସ ମୋଦୀ ସରକାରଙ୍କୁ ଦାୟୀ କରିଥିଲା। ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଏବଂ ଗୃହ ମନ୍ତ୍ରୀ ଅମିତ ଶାହ କଂଗ୍ରେସ ନେତାଙ୍କ ଜୀବନକୁ ବିପଦରେ ପକାଉଛନ୍ତି ବୋଲି କଂଗ୍ରେସ କହିଛି। ପ୍ରିୟଙ୍କାଙ୍କ ସ୍ବାମୀ ରବର୍ଟ ଭଦ୍ରା ମଧ୍ୟ କେନ୍ଦ୍ର ସରକାରଙ୍କୁ ଦାୟୀ କରିଛନ୍ତି।
Follow Us