ବିଜେପି ସରକାରକୁ ପ୍ରିୟଙ୍କାଙ୍କ ଟାର୍ଗେଟ୍‌, ସଙ୍କଟ ସମୟରେ ନେତୃତ୍ବ ଜଣାପଡ଼େ

ପ୍ରିୟଙ୍କାଙ୍କୁ ୟୁପି ମୁଖ୍ୟମନ୍ତ୍ରୀ ପ୍ରାର୍ଥୀ ଘୋଷଣା କରାଯିବ!

The Week

ନୂଆଦିଲ୍ଲୀ : ରାଜସ୍ଥାନ ରାଜନୈତିକ ସଙ୍କଟ ଜାରି ରହିଥିବାବେଳେ କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ବିଜେପି ସରକାରଙ୍କୁ ଟାର୍ଗେଟ୍‌ କରିଛନ୍ତି। ଦେଶ ଯେତେବେଳେ କରୋନା ଭାଇରସ୍‌ ସହ ଲଢ଼ୁଛି ସେ ସମୟରେ ବିଜେପି ନେତୃତ୍ବାଧୀନ କେନ୍ଦ୍ର ସରକାର ଦେଶରେ ନିର୍ବାଚିତ ସରକାରମାନଙ୍କୁ ଭାଙ୍ଗିବାକୁ ଉଦ୍ୟମ କରୁଛନ୍ତି। ପ୍ରିୟଙ୍କା ଆଜି ମୋଦୀ ସରକାରଙ୍କ ନେତୃତ୍ବକୁ ନେଇ ପ୍ରଶ୍ନ ଉଠାଇଛନ୍ତି ଏବଂ କଡ଼ା ସମାଲୋଚନା କରିଛନ୍ତି। ପ୍ରିୟଙ୍କା କହିଛନ୍ତି, ସଙ୍କଟ ସମୟରେ ନେତୃତ୍ବ ଜଣାପଡ଼େ। କରୋନା ଭଳି ଜାତୀୟ ସଙ୍କଟ ସମୟରେ ଦେଶ ଏଭଳି ନେତୃତ୍ବ ଆବଶ୍ୟକ କରୁଛନ୍ତି ଯିଏ ଜନସାଧାରଣଙ୍କ ହିତ ପାଇଁ କାମ କରିବେ। କିନ୍ତୁ କେନ୍ଦ୍ରରେ ବିଜେପି ସରକାର ଲୋକମାନଙ୍କ ଦ୍ବାରା ନିର୍ବାଚିତ ହୋଇଥିବା ସରକାରକୁ ଭାଙ୍ଗିବାକୁ ଉଦ୍ୟମ କରି ଏହାର ଅସଲ ଉଦ୍ଦେଶ୍ୟ ଜଣାଇ ଦେଇଛି। ସାଧାରଣ ଜନତା ଏହାର ଉତ୍ତର ଦେବେ ବୋଲି ସେ କହିଛନ୍ତି। କେବଳ ପ୍ରିୟଙ୍କା ନୁହନ୍ତି କଂଗ୍ରେସ ନେତା ରାହୁଲ ଗାନ୍ଧି ଏବଂ କଂଗ୍ରେସର ଅନ୍ୟ ବରିଷ୍ଠ ନେତାମାନେ ମଧ୍ୟ ବିଜେପି ବିରୋଧରେ ଏହି ଅଭିଯୋଗ ଆଣିଛନ୍ତି। ରାଜସ୍ଥାନ କଂଗ୍ରେସ ପ୍ରଭାରୀ ଅବିନାଶ ପାଣ୍ଡେ ମଧ୍ୟ ଆଜି ଅଭିଯୋଗ କରିଛନ୍ତି ଯେ, ବିଜେପି ଗେହଲଟ୍‌ ସରକାର ଭାଙ୍ଗିଦେବାପାଇଁ ଉଦ୍ୟମ କରୁଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe