ଅମରିନ୍ଦରଙ୍କ ସରକାରକୁ ବିଜେପି ଚଳାଉଥିଲା: ପ୍ରିୟଙ୍କା

‘ମୋ ଭାଇ ପାଇଁ ଜୀବନ ଦେଇପାରିବି’

ଅମରିନ୍ଦରଙ୍କ ସରକାରକୁ ବିଜେପି ଚଳାଉଥିଲା: ପ୍ରିୟଙ୍କା

ନୂଆଦିଲ୍ଲୀ : କଂଗ୍ରେସ ନେତ୍ରୀ ପ୍ରିୟଙ୍କା ଗାନ୍ଧି ରବିବାର ଦିନ ପଂଜାବର ପୂର୍ବତନ ମୁଖ୍ୟମନ୍ତ୍ରୀ ଅମରିନ୍ଦର ସିଂହଙ୍କୁ କଡ଼ା ସମାଲୋଚନା କରିଛନ୍ତି। ପ୍ରିୟଙ୍କା କହିଛନ୍ତି ଯେ ଅମରିନ୍ଦର ମୁଖ୍ୟମନ୍ତ୍ରୀ ଥିବା ବେଳେ ତାଙ୍କ ସରକାରକୁ ଅସଲରେ ବିଜେପି ହିଁ ଦିଲ୍ଲୀରୁ ଚଳାଉଥିଲା। ପଂଜାବରେ ନେତୃତ୍ବ ବଦଳାଇବା ସଂକ୍ରାନ୍ତ ଏକ ପ୍ରଶ୍ନର ଜବାବରେ ପ୍ରିୟଙ୍କା ଏଭଳି ମତ ରଖିଛନ୍ତି। ଅମରିନ୍ଦରଙ୍କ ସରକାରକୁ ବିଜେପି ଚଳାଉଥିବାରୁ ଆମେ ତାଙ୍କୁ ବଦଳାଇଥିଲୁ ବୋଲି ସେ କହିଛନ୍ତି। ଅମରିନ୍ଦର ପଟିଆଲା (ଅର୍ବାନ୍‌) ଆସନରୁ ନିର୍ବାଚନ ଲଢ଼ୁଥିବା ବେଳେ ରାଜ୍ୟରେ ସେ ବିଜେପି ଏବଂ ଶିରୋମଣି ଅକାଳି ଦଳ (ସଂଯୁକ୍ତ) ସହିତ ମେଣ୍ଟ କରିଛନ୍ତି।

ଅନ୍ୟପକ୍ଷରେ ପ୍ରିୟଙ୍କା ଓ ତାଙ୍କ ଭାଇ ରାହୁଲ ଗାନ୍ଧିଙ୍କ ମଧ୍ୟରେ ବଡ଼ ମତଭେଦ ସୃଷ୍ଟି ହୋଇଛି ବୋଲି ବିଜେପିର ଅଭିଯୋଗ ଉପରେ ପ୍ରତିକ୍ରିୟା ପ୍ରକାଶ କରି କଂଗ୍ରେସ ନେତ୍ରୀ ତଥା ପ୍ରିୟଙ୍କା କହିଛନ୍ତି ଯେ, ସେ ତାଙ୍କ ଭାଇ ପାଇଁ ଜୀବନ ଦେଇପାରିବେ ଏବଂ ତାଙ୍କ ଭାଇ ରାହୁଲ ଗାନ୍ଧି ବି ତାଙ୍କ ପାଇଁ ଜୀବନ ଦେଇପାରିବେ। ତେଣୁ ତାଙ୍କ ସମ୍ପର୍କରେ ଫାଟ ଅଛି ବୋଲି ବିଜେପି ଯେଉଁ ଅଭିଯୋଗ କରୁଛି ତାହା ମିଥ୍ୟା ଓ ଏହା କେବଳ ରାଜନୈତିକ ଉଦ୍ଦେଶ୍ୟରେ କରାଯାଉଛି ବୋଲି ପ୍ରିୟଙ୍କା କହିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe