ପ୍ରିୟଙ୍କ ଖଡ଼ଗେଙ୍କ ଆରଏସଏସ ନିଷିଦ୍ଧ ବୟାନ: ସୁପର୍‌ ସିଏମ୍‌ କହି କଟାକ୍ଷ କଲା ବିଜେପି

ଜୈନ ମୁନିଙ୍କ ହତ୍ୟା ମାମଲାକୁ ବିଜେପି ସାମ୍ପ୍ରଦାୟିକ ରଙ୍ଗ ଦେବାକୁ ଚାହୁଛି: କର୍ଣ୍ଣାଟକ ସରକାର

International News and Views

ନୂଆଦିଲ୍ଲୀ : କର୍ଣ୍ଣାଟକରେ ଆରଏସଏସ ଏବଂ ବଜରଙ୍ଗ ଦଳ ନିଷିଦ୍ଧ ହେବ ବୋଲି କର୍ଣ୍ଣାଟକ ମନ୍ତ୍ରୀ ପ୍ରିୟଙ୍କ ଖଡ଼ଗେ ଦେଇଥିବା ଟିପ୍ପଣୀ ପାଇଁ ବିବାଦ ସୃଷ୍ଟି ହୋଇଛି। ଚିତ୍ତପୁର କଂଗ୍ରେସ ବିଧାୟକ ତଥା କଂଗ୍ରେସ ମୁଖ୍ୟ ମଲ୍ଲିକାର୍ଜୁନ ଖଡ଼ଗେଙ୍କ ପୁଅ ପ୍ରିୟଙ୍କ ଖଡ଼ଗେ କହିଛନ୍ତି ଯେ ଯଦି ଆରଏସଏସ ଏବଂ ବଜରଙ୍ଗ ଦଳ ରାଜ୍ୟରେ ଶାନ୍ତି ନଷ୍ଟ କରନ୍ତି ତେବେ ସେମାନଙ୍କୁ ନିଷିଦ୍ଧ କରାଯିବ। ତେବେ ବିଜେପି ଏଥିରେ ତୀବ୍ର ପ୍ରତିକ୍ରିୟା ରଖି କହିଛି ଯେ କଂଗ୍ରେସ ଦେଇଥିବା ୫ଟି ପ୍ରତିଶ୍ରୁତି ଉପରେ ଫୋକସ କରିବା ଉଚିତ।

ବିଜେପି ଆଇଟି ସେଲ୍‌ ମୁଖ୍ୟ ଅମିତ ମାଲବୀୟ କହିଛନ୍ତି, ପ୍ରିୟଙ୍କ ଖଡ଼ଗେ କ’ଣ କର୍ଣ୍ଣାଟକର ସୁପର ସିଏମ୍‌ ? ମୁଖ୍ୟମନ୍ତ୍ରୀ ସିଦ୍ଦରମେୟା ଏବଂ ଉପମୁଖ୍ୟମନ୍ତ୍ରୀ ଡିକେ ଶିବକୁମାରଙ୍କ ଊର୍ଦ୍ଧ୍ବରେ ବୟାନ ଦେବାପାଇଁ ‌ ତାଙ୍କୁ କଂଗ୍ରେସ ମୁଖ୍ୟ ସ୍ବତନ୍ତ୍ର ଅଧିକାର ପ୍ରଦାନ କରିଛନ୍ତି। ବିଜେପି କହିଛି, କଂଗ୍ରେସ ଯଦି ଏହାର ନିର୍ବାଚନ ପ୍ରତିଶ୍ରୁତିରୁ ପଛକୁ ହଟିବ ତେବେ ଲୋକମାନେ ରାସ୍ତାକୁ ଓହ୍ଲାଇବେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe