India Today
ନୂଆଦିଲ୍ଲୀ: କଂଗ୍ରେସ ସାଧାରଣ ସମ୍ପାଦିକା ପ୍ରିୟଙ୍କା ଗାନ୍ଧି ଆଜି ତାଙ୍କ ଲୋଧି ଇଷ୍ଟେଟ୍ ବଙ୍ଗଳା ଛାଡ଼ି ଦେଇଛନ୍ତି। ପ୍ରିୟଙ୍କାଙ୍କୁ ଦିଆଯାଇଥିବା ଅଗଷ୍ଟ ୧ ତାରିଖ ସମୟ ପୂର୍ବରୁ ସେ ତାଙ୍କ ସରକାରୀ ବାସଭବନ ଛାଡ଼ି ଦେଇଛନ୍ତି। ପ୍ରିୟଙ୍କାଙ୍କର ଏକ ଘନିଷ୍ଠ ସୂତ୍ରରୁ ଜଣାପଡ଼ିଛି ଯେ, ସେ ତାଙ୍କ ଗୁରୁଗ୍ରାମ୍ ପେଣ୍ଟ୍ହାଉସ୍ରେ କିଛି ଦିନ ରହିବେ। ଏହାପରେ ସେ ପୁଣି ଦିଲ୍ଲୀକୁ ସ୍ଥାନାନ୍ତର ହେବେ। ଉଲ୍ଲେଖଯୋଗ୍ୟ ସହରାଞ୍ଚଳ ବିକାଶ ମନ୍ତ୍ରାଳୟ ପକ୍ଷରୁ ଗତ ଜୁଲାଇ ୧ ତାରିଖରେ ପ୍ରିୟଙ୍କାଙ୍କୁ ଏକ ନୋଟିସ୍ କରାଯାଇଥିଲା। ଅଗଷ୍ଟ ୧ ତାରିଖ ପୂର୍ବରୁ ପ୍ରିୟଙ୍କା ତାଙ୍କ ସରକାରୀ ବଙ୍ଗଳା ଛାଡ଼ିବାପାଇଁ କୁହାଯାଇଥିଲା। ପ୍ରିୟଙ୍କାଙ୍କ ଏସ୍ଏସ୍ଜି ସୁରକ୍ଷା ପ୍ରତ୍ୟାହାର କରାଯିବା ପରେ ତାଙ୍କୁ ସରକାରୀ ବଙ୍ଗଳା ଛାଡ଼ିବାକୁ କୁହାଯାଇଥିଲା। ପ୍ରିୟଙ୍କା ୧୯୯୭ରୁ ଏହି ବଙ୍ଗଳାରେ ରହି ଆସୁଥିଲେ।
Follow Us