ଆରଏସଏସର ବିଚାରଧାରାକୁ ସମ୍ମାନ କରନ୍ତି ନାହିଁ ମୋଦୀ: ପ୍ରିୟଙ୍କା ଗାନ୍ଧୀ

Advertisment
ଆରଏସଏସର ବିଚାରଧାରାକୁ ସମ୍ମାନ କରନ୍ତି ନାହିଁ ମୋଦୀ: ପ୍ରିୟଙ୍କା ଗାନ୍ଧୀ

Photo-IndianExpress

ନୂଆଦିଲ୍ଲୀ: ସଂରକ୍ଷଣ ପ୍ରସଙ୍ଗରେ ଆର୍‌ଏସ୍‌ଏସ୍‌ ମୁଖ୍ୟ ମୋହନ ଭାଗବତ ଦେଇଥିବା ବୟାନକୁ ନେଇ ସମାଲୋଚନା କରିଛନ୍ତି କଂଗ୍ରେସର ମହାସଚିବ ପ୍ରିୟଙ୍କା ଗାନ୍ଧୀ | ପ୍ରିୟଙ୍କା କହିଛନ୍ତି ଯେ ଆରଏସଏସର ବିଚାରଧାରାକୁ ମୋଦୀ ସମ୍ମାନ କରନ୍ତି ନାହିଁ | ସମାଜକୁ ନେଇ ଥିବା ପ୍ରସଙ୍ଗ ବାବଦରେ କଥାବାର୍ତ୍ତା ମାଧ୍ୟମରେ ସମାଧାନ କରିବାକୁ ଗୁରୁତ୍ୱ ଦିଆଯାଉଥିବାବେଳେ ମୋଦୀ କିଭଳି ଏକପାଖିଆ ଭାବେ କାଶ୍ମୀର ପ୍ରସଙ୍ଗକୁ ସମାଧାନ କରିବାକୁ ଅଣ୍ଟା ଭିଡିଛନ୍ତି |

publive-image dnaindia.com

ସଂରକ୍ଷଣ ସପକ୍ଷବାଦୀ ଏବଂ ବିପକ୍ଷବାଦୀଙ୍କ ମଧ୍ୟରେ ଐକ୍ୟ ପରିବେଶ ମଧ୍ୟରେ ଏ ନେଇ ଆଲୋଚନା ହେବା ଉଚିତ ବୋଲି ଭାଗବତ ରବିବାର କହିଥିଲେ । ଗରିବ ଏବଂ ପଛୁଆ ବର୍ଗଙ୍କ ଲାଗି ଉଦ୍ଦିଷ୍ଟ କୋଟା ବା ସଂରକ୍ଷଣରେ ପୂର୍ଣ୍ଣଛେଦ ପକାଇବା ପାଇଁ ମୋଦୀ ସରକାରଙ୍କ ଉଦ୍ଦେଶ୍ୟକୁ ସେ ପରିପ୍ରକାଶ କରିଛନ୍ତି।

ସେହିଭଳି ସଂରକ୍ଷଣ ବିରୋଧୀ ମାନସିକତା ପରିତ୍ୟାଗ କରିବା ପାଇଁ ବିଏସପି ସୁପ୍ରିମୋ ମାୟାବତୀ ଆରଏସ୍‌ଏସ୍‌କୁ କହିଛନ୍ତି। ଉଲ୍ଲେଖଯୋଗ୍ୟ ଯେ, ବିହାର ନିର୍ବାଚନ ପୂର୍ବରୁ ୨୦୧୫ ମସିହାରେ ମୋହନ ଭାଗବତଙ୍କ ଏଭଳି ମନ୍ତବ୍ୟ ବିତର୍କ ସୃଷ୍ଟି କରିଥିଲା। ସେତେବେଳେ ସେ ସଂରକ୍ଷଣ ନୀତିର ସମୀକ୍ଷା କରିବା ଲାଗି ମତ ଦେଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe