‘ପୁରୁଣା ବଙ୍ଗଳାରେ ରହିବାକୁ ପ୍ରିୟଙ୍କାଙ୍କ ଇଚ୍ଛା’; ଘର ଅନ୍ୟ କଂଗ୍ରେସ ନେତାଙ୍କ ନାମରେ କରାଇବାକୁ ଉଦ୍ୟମ

୨୦୨୨ ଉତ୍ତରପ୍ରଦେଶ ନିର୍ବା‌ଚନ: ୪୦% ମହିଳା ପ୍ରାର୍ଥୀ ଦେବ କଂଗ୍ରେସ

India Today

ନୂଆଦିଲ୍ଲୀ: ଏସ୍‌ପିଜି ସୁରକ୍ଷା ବ୍ୟବସ୍ଥା ହଟାଇ ନିଆଯାଇଥିବା କାରଣରୁ ଲୋଧି ଇଷ୍ଟେଟ୍ ସରକାରୀ ବାସଭବନ ଛାଡ଼ିବାକୁ ନୋଟିସ ପାଇଥିବା କଂଗ୍ରେସ ମହାସଚିବ ପ୍ରିୟଙ୍କା ଗାନ୍ଧି ଭଦ୍ରାଙ୍କର ସେହି ପୁରୁଣା ବଙ୍ଗଳା ପ୍ରତି ମୋହ ତୁଟିନଥିବା ଜଣାଯାଇଛି। କେନ୍ଦ୍ର ଗୃହନିର୍ମାଣ ଓ ସହର ବ୍ୟାପାର ମନ୍ତ୍ରୀ ହରଦୀପ ସିଂହ ପୁରୀଙ୍କ ବୟାନରୁ ଏବା ସ୍ପଷ୍ଟ ହୋଇଛି। ଶ୍ରୀ ପୁରୀଙ୍କ କହିବା ଅନୁଯାୟୀ, ପ୍ରିୟଙ୍କା ରହୁଥିବା ୩୫, ଲୋଧି ଇଷ୍ଟେଟ୍‌ ବଙ୍ଗଳାକୁ ଅନ୍ୟ କୌଣସି କଂଗ୍ରେସ ନେତାଙ୍କୁ ହସ୍ତାନ୍ତର କରିବା ପାଇଁ ଜଣେ ଟାଣୁଆ ପୁରୁଖା କଂଗ୍ରେସ ନେତା ତାଙ୍କୁ ନିବେଦନ କରିଥିଲେ। ଏହାଦ୍ବାରା ପ୍ରିୟଙ୍କା ତାଙ୍କର ସେହି ପୁରୁଣା ସରକାରୀ ବାସଭବନରେ ରହିପାରିବେ ବୋଲି ସଂପୃକ୍ତ ନେତା ଜଣକ ଇଚ୍ଛା ପ୍ରକଟ କରିଥିଲେ।

ତେବେ ଏଭଳି ଖବର ସମ୍ପୂର୍ଣ୍ଣ ମିଛ ତଥା ଭିତ୍ତିହୀନ ବୋଲି ପ୍ରିୟଙ୍କା କହିଛନ୍ତି। ଏଭଳି ଘଟଣାର ସତ୍ୟତା ପ୍ରତିପାଦନ ପାଇଁ ମନ୍ତ୍ରୀ ପୁରୀ ଟ୍ବିଟରରେ ଯାବତୀୟ ବିବରଣୀ ଉଲ୍ଲେଖ କରିଛନ୍ତି। ସେଥିରେ ସେ ଦର୍ଶାଇଛନ୍ତି ଯେ ଗତ ୪ ତାରିଖ ମଧ୍ୟାହ୍ନ ପ୍ରାୟ ୧୨ଟା ୦୫ରେ କଂଗ୍ରେସର ସେହି ଟାଣୁଆ ନେତା ଜଣକ ତାଙ୍କୁ ଉକ୍ତ ବଙ୍ଗଳା(୩୫, ଲୋଧି ଇଷ୍ଟେଟ୍‌)କୁ ଅନ୍ୟ କୌଣସି କଂଗ୍ରେସ ସାଂସଦଙ୍କ ନାମରେ ଆବଣ୍ଟନ କରିବା ଲାଗି କହିଥିଲେ। ଫଳରେ ପ୍ରିୟଙ୍କାଙ୍କୁ ଆଉ ସେହି ପୁରୁଣା ବାସଭବନ ଛାଡ଼ିବାକୁ ପଡ଼ିବନି ଓ ସେ ସେଠାରେ ରହିପାରିବେ ବୋଲି ସେ ଜିଜ୍ଞାସା କରିଥିଲେ। ଅପରପକ୍ଷେ, ଅଗଷ୍ଟ ୧ରୁ ବଂଗଳା ଛାଡ଼ିବା ପାଇଁ ପ୍ରିୟଙ୍କା ପ୍ରସ୍ତୁତ ହେଉଥିବା ମଧ୍ୟ ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe