ଲଣ୍ଡନ୍‌ସ୍ଥିତ ଇଣ୍ଡିଆନ୍‌ ମିସନ୍‌ ବାହାରେ ଖଲିସ୍ତାନୀ ସମର୍ଥକ ଓ ମୋଦି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ

Advertisment
ଲଣ୍ଡନ୍‌ସ୍ଥିତ ଇଣ୍ଡିଆନ୍‌ ମିସନ୍‌ ବାହାରେ ଖଲିସ୍ତାନୀ ସମର୍ଥକ ଓ ମୋଦି ସମର୍ଥକଙ୍କ ମଧ୍ୟରେ ସଂଘର୍ଷ

ଲଣ୍ଡନ: ଶନିବାର ଦିନ ଲଣ୍ଡନସ୍ଥିତ ଭାରତୀୟ ହାଇକମିସନ୍‌ ବାହାରେ ଏକତ୍ର ହୋଇଥିବା ଦୁଇ ପ୍ରତିଦ୍ୱନ୍ଦ୍ୱୀ ପ୍ରତିବାଦକାରୀଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା। ଭାରତରେ ସଂଖ୍ୟାଲଘୁ ସଂପ୍ରଦାୟଙ୍କ ଉପରେ ହେଉଥିବା ଅତ୍ୟାଚାର ବିରୋଧରେ ପ୍ରତିବାଦ କରିବାକୁ ବିକ୍ଷୋଭ ପ୍ରକାଶ କରିବା ସମୟରେ ଦୁଇ ଦଳଙ୍କ ମଧ୍ୟରେ ସଂଘର୍ଷ ହୋଇଥିଲା।

ଗଣମାଧ୍ୟମ ରିପୋର୍ଟ ଅନୁସାରେ, ଖଲିସ୍ତାନୀ ସମର୍ଥକମାନେ ଇଣ୍ଟର-ସର୍ଭିସେସ୍‌ ଇଣ୍ଟେଲିଜେନ୍‌ସ୍‌ର (ଆଇଏସ୍‌ଆଇ) ସହାୟତାରେ ଲଣ୍ଡନସ୍ଥିତ ଭାରତୀୟ ହାଇକମିସନ୍‌ଙ୍କ କାର୍ଯ୍ୟାଳୟ ବାହାରେ ଠିଆ ହୋଇଥିବା ଗୁଡ଼ାଏ ବ୍ରିଟିସ୍‌ ଭାରତୀୟଙ୍କୁ ଆକ୍ରମଣ କରିଥିଲେ।

ଜମ୍ମୁ ଓ କଶ୍ମୀରର ପୁଲ୍‌ଓ୍ଵାମାରେ ଆତଙ୍କବାଦୀ ଆକ୍ରମଣ ଏବଂ ବାଲାକୋଟ୍‌ରେ ଭାରତର ବିମାନ ଆକ୍ରମଣ ପରେ ପରେ ଲଣ୍ଡନରେ ଚାଲିଥିବା ପାକିସ୍ତାନୀ ବିରୋଧୀ ପ୍ରତିବାଦକାରୀଙ୍କ ଉପରେ ପ୍ରତିଶୋଧ ନେବାକୁ ଖଲିସ୍ଥାନୀ ସମର୍ଥକମାନେ ଅନେକ ବ୍ରିଟିସ ଭାରତୀୟମାନଙ୍କୁ ଆକ୍ରମଣ କରିଛନ୍ତି।

ଏହି ଆକ୍ରମଣରେ କେହି ଆହତ ହୋଇ ନାହାନ୍ତି। ଶାନ୍ତି ଭଙ୍ଗ ଯୋଗୁଁ ଜଣେ ଲୋକଙ୍କୁ ଗିରଫ କରାଯାଇଥିବା କଥା ସ୍କଟ୍‌ଲାଣ୍ଡ୍‌ ୟାର୍ଡ କହିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe