ବିହାର ଡାକ୍ତରଖାନା ନିକଟରେ ନରକଙ୍କାଳ: ତଦନ୍ତ ଚାଲିଥିବା କଥା କହିଲେ ମନ୍ତ୍ରୀ

ବିହାର ଡାକ୍ତରଖାନା ନିକଟରେ ନରକଙ୍କାଳ: ତଦନ୍ତ ଚାଲିଥିବା କଥା କହିଲେ ମନ୍ତ୍ରୀ

Image Source: Zee News

ପାଟନା: ମୁଜାଫରପୁରସ୍ଥିତ ଶ୍ରୀକୃଷ୍ଣ ମେଡିକାଲ୍‌ କଲେଜ ଓ ହସ୍‌ପିଟାଲ୍‌ ନିକଟରେ ମଣିଷ ଅସ୍ଥି ବିଛାଡ଼ି ହୋଇ ପଡ଼ିଥିବା କଥା ଜଣା ପଡ଼ିବା ପରେ ଘଟଣାର ତଦନ୍ତ ଚାଲିଥିବା କଥା ଜଣେ ମନ୍ତ୍ରୀ କହିଛନ୍ତି।

ଖୋଲା ସ୍ଥାନରେ କେମିତି ଶବ ପଡ଼ିଲା ସେ ସଂକ୍ରାନ୍ତରେ ତଦନ୍ତ କରାଯାଉଛି। ବେଳେ ବେଳେ କେତେକ ଶବର କୌଣସି ଦାବିଦାର ନ ଥାଆନ୍ତି। ସେ ଶବଗୁଡ଼ିକୁ ପୋଡ଼ି ଦେବା ପାଇଁ ସରକାର ବ୍ୟବଚ୍ଛେଦ ବିଭାଗକୁ ୨ ହଜାର ଟଙ୍କା ଦିଅନ୍ତି। କିନ୍ତୁ, ଅନେକ ସମୟରେ ସେମାନେ ଶବ ପୋଡ଼ି ନ ଥାଆନ୍ତି ବୋଲି ବିହାର ମନ୍ତ୍ରୀ ଅଶୋକ ଚୌଧୁରୀ କହିଛନ୍ତି।

publive-image Image Source: Times of India

ଘଟଣାର ସତ୍ୟତା ଜାଣିବାକୁ ତଦନ୍ତ ଚାଲିଛି। କିନ୍ତୁ ବାସ୍ତବତା ଠାରୁ ଗଣମାଧ୍ୟମ ଏହାକୁ ଭିନ୍ନ ରୂପେ ଅବତାରଣା କରୁଛି।

ଶନିବାର ଦିନ ଏହି ଡାକ୍ତରଖାନାର ବ୍ୟବଚ୍ଛେଦ ବିଭାଗ ନିକଟରେ ଥିବା ଆବର୍ଜନା ଗଦାରେ ମଣିଷର ଅସ୍ଥି ପଡ଼ିଥିବା ଦେଖାଯାଇଥିଲା। ସେଥିରେ ଗୋଟିଏ ଦୁଇଟି ଶବ ପୋଡ଼ାଯାଇଥିବା ଦେଖାଯାଇଥିଲା। ଏହାଛଡ଼ା ଶହ ଶହ ଅସ୍ଥି ଏହି ବଣୁଆ ଅଞ୍ଚଳରେ ବିଛାଡ଼ି ହୋଇ ପଡ଼ିଛି କିଂବା ବସ୍ତାରେ ପଶି ଗଦା ହୋଇଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe