ଅଖିଳେଶଙ୍କ ପରିବାରରେ ଫାଟ: ବିଜେପିରେ ସାମିଲ ହୋଇପାରନ୍ତି ମୁଲାୟମଙ୍କ ବୋହୂ ଅପର୍ଣ୍ଣା

Advertisment
ଅଖିଳେଶଙ୍କ ପରିବାରରେ ଫାଟ: ବିଜେପିରେ ସାମିଲ ହୋଇପାରନ୍ତି ମୁଲାୟମଙ୍କ ବୋହୂ ଅପର୍ଣ୍ଣା

ନୂଆଦିଲ୍ଲୀ: ଉତ୍ତର ପ୍ରଦେଶ ବିଧାନସଭା ନିର୍ବାଚନ ପାଇଁ ଏବେ ସରଗରମ ପ୍ରଚାର ଭିତରେ ସମାଜବାଦୀ ପାର୍ଟି ପ୍ରତିଷ୍ଠାତା ମୁଲାୟମ ସିଂହ ଯାଦବଙ୍କ ସାନ ବୋହୂ ଅପର୍ଣ୍ଣା ଯାଦବ ବିଜେପିରେ ସାମିଲ ହେବା ଚର୍ଚ୍ଚା ଜୋର୍‌ ଧରିଛି। ନିର୍ବାଚନ ପୂର୍ବରୁ ମୁଲାୟମଙ୍କ ପରିବାରରେ ବଡ଼ ଫାଟ ଦେଖିବାକୁ ମିଳିଛି ଏବଂ ଅପର୍ଣ୍ଣା ବିଜେପି ସହିତ ଲଗାତାର ସଂପର୍କରେ ଥିବାରୁ ‌ଯେ କୌଣସ ମୁହୂର୍ତ୍ତରେ ବିଜେପିରେ ଯୋଗ ଦେଇପାରନ୍ତି ବୋଲି କୁହାଯାଉଛି । ଏହା ସହିତ ଅନ୍ୟ କେତେକ ଦଳର ବହୁ ବରିଷ୍ଠ ନେତା ମଧ୍ୟ ବିଜେପିରେ ଯୋଗ ଦେବାକୁ ଯାଉଥିବା ଜଣାପଡ଼ିଛି । ଅପର୍ଣ୍ଣା ବିଷ୍ଟ ଯାଦବ ଲକ୍ଷ୍ନୌ କେଣ୍ଟ୍‌ ଆସନରୁ ସମାଜବାଦୀ ପାର୍ଟି ଟିକଟରେ ୨୦୧୭ରେ ବିଧାନସଭା ନିର୍ବାଚନ ଲଢ଼ିଥିଲେ।

ଏହାପରେ ଅପର୍ଣ୍ଣା ମୁଖ୍ୟମନ୍ତ୍ରୀ ଯୋଗୀ ଆଦିତ୍ୟନାଥଙ୍କୁ ଭେଟିବା ବେଶ୍‌ ଚର୍ଚ୍ଚାରେ ରହିଥିଲା। ଅପର୍ଣ୍ଣା ଅନେକ ଥର ମୁଖ୍ୟମନ୍ତ୍ରୀ ଯୋଗୀ ଏବଂ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ଭୂୟସୀ ପ୍ରଶଂସା କରି ପରିବାରରେ ଝଡ଼ ସୃଷ୍ଟି କରିଛନ୍ତି। ଅପର୍ଣ୍ଣାଙ୍କୁ ଯୋଗୀ ସରକାର ୱାଇ ଶ୍ରେଣୀ ସୁରକ୍ଷା ପ୍ରଦାନ କରିଛନ୍ତି। ଅପର୍ଣ୍ଣା ରାମ ମନ୍ଦିର ନିର୍ମାଣର ସବୁ ଶ୍ରେୟ ମୋଦୀ ସରକାରକୁ ଦେଉଥିବା ବେଳେ ଏଥିପାଇଁ ୧୧ ଲକ୍ଷ ଟଙ୍କା ଚାନ୍ଦା ଦେଇଛନ୍ତି। ଏହି ଚାନ୍ଦାକୁ ନେଇ ମଧ୍ୟ ମୁଲାୟମ ପରିବାରରେ କନ୍ଦଳ ବଢ଼ିଥିବା ଜଣାପଡ଼ିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe