ଅହମଦାବାଦ: ଗୁଜରାଟର ହିମ୍ମତନଗରରେ ଜଣେ ନାବାଳିକାଙ୍କୁ ଦୁଷ୍କର୍ମ ମାମଲାକୁ କେନ୍ଦ୍ର କରି ବଡ଼ ଧରଣର ହିଂସା ଦେଖିବାକୁ ମିଳିଛି। ବିହାର ଏବଂ ଉତ୍ତର ପ୍ରଦେଶର ଶ୍ରମିକମାନଙ୍କୁ ଟାର୍ଗେଟ୍ କରି ପ୍ରବଳ ହିଂସା ଚାଲିଥିବାରୁ ରାଜ୍ୟ ସରକାର ଯୁଦ୍ଧକାଳୀନ ଭିତ୍ତିରେ ସୁରକ୍ଷା ପଦକ୍ଷେପ ଗ୍ରହଣ କରିଛନ୍ତି। ହିଂସାରେ ସଂପୃକ୍ତି ନେଇ ୩୪୨ ଲୋକଙ୍କୁ ଅଟକ ରଖାଯାଇଛି। ହିଂସାଗ୍ରସ୍ତ ଅଂଚଳରେ ଅଧିକ ପୁଲିସ କର୍ମୀ ପହଞ୍ଚିଛନ୍ତି। ରାଜ୍ୟରେ ପୁଲିସ କର୍ମୀଙ୍କ ଛୁଟି ଅନିର୍ଦ୍ଦିଷ୍ଟ କାଳ ପାଇଁ ବାତିଲ କରାଯାଇଥିବା ପୁଲିସ ମହାନିର୍ଦ୍ଦେଶକ ଶିବାନନ୍ଦ ଝା କହିଛନ୍ତି। ଜଣେ ୧୪ ବର୍ଷର ବାଳିକାଙ୍କୁ ଦୁଷ୍କର୍ମ ମାମଲାରେ ଜଣେ ବିହାରୀ ଶ୍ରମିକଙ୍କ ସଂପୃକ୍ତି ଥିବା ଜଣାପଡ଼ିବା ପରେ ବିଭିନ୍ନ ଅଂଚଳରେ ଉତ୍ତେଜନା ସୃଷ୍ଟି ହୋଇଥିଲା ଏବଂ ବିହାର ଏବଂ ଉତ୍ତରପ୍ରଦେଶର ଲୋକଙ୍କୁ ଟାର୍ଗେଟ୍ କରି ଆକ୍ରମଣ ହୋଇଥିଲା। ଏହାପରେ ଲୋକେ ପ୍ରାଣ ଭୟରେ ରାଜ୍ୟ ଛାଡ଼ି ପଳାଉଥିବା ଦେଖିବାକୁ ମିଳିଥିଲା। ହିଂସା ରୋକିବା ପାଇଁ କେତେକ ଅଂଚଳରେ ରୢାପିଡ୍ ଆକ୍ସନ ଫୋର୍ସ ମୁତୟନ ହୋଇଛନ୍ତି।
ହିଂସା ବ୍ୟାପୁଛି, ଭୟରେ ଗୁଜରାଟ ଛାଡ଼ୁଛନ୍ତି ବିହାର, ୟୁପି ଶ୍ରମିକ
Advertisment
Follow Us