ମହାରାଷ୍ଟ୍ର ମେଣ୍ଟରେ ଫାଟ: ଗୃହମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉପରେ ନିଷ୍ପତ୍ତି ଆଜି

Advertisment

ଅଭିଯୋଗ ଗୁରୁତର, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ: ପାୱାର

ଅଭିଯୋଗ ଗୁରୁତର, ମୁଖ୍ୟମନ୍ତ୍ରୀ ନିଷ୍ପତ୍ତି ନେବେ: ପାୱାର

ମହାରାଷ୍ଟ୍ର ମେଣ୍ଟରେ ଫାଟ: ଗୃହମନ୍ତ୍ରୀଙ୍କ ବିରୋଧରେ ଦୁର୍ନୀତି ଅଭିଯୋଗ ଉପରେ ନିଷ୍ପତ୍ତି ଆଜି

the pioneer

ମୁମ୍ବାଇ: ମହାରାଷ୍ଟ୍ର ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କ ବିରୋଧରେ ପୂର୍ବତନ ମୁମ୍ବାଇ ପୁଲିସ କମିସନର ପରମବୀର ସିଂହ ଦୁର୍ନୀତି ଅଭିଯୋଗ ଆଣିବା ପରେ ଏହାକୁ ନେଇ ମହାବିକାଶ ଅଘାଡ଼ି ମେଣ୍ଟରେ ଫାଟ ସୃଷ୍ଟି ହୋଇଛି। ଗୃହମନ୍ତ୍ରୀ ଅନୀଲ ଦେଶମୁଖଙ୍କୁ ତୁରନ୍ତ ହଟାଇବା ପାଇଁ ମେଣ୍ଟର କିଛି ନେତା ଖୋଲାଖୋଲି ଦାବି କରୁଥିବା ବେଳେ ଅନ୍ୟ କେତେକ ନେତା ଦେଶମୁଖଙ୍କୁ ସପକ୍ଷରେ ମତ ରଖିଛନ୍ତି। ଏଭଳି ସ୍ଥିତିରେ ଆଜି ଏନ୍‌ସିପି ସୁପ୍ରିମୋ ଶରଦ ପାୱାର ଏକ ସାମ୍ବାଦିକ ସମ୍ମିଳନୀ କରି ତାଙ୍କ ଦଳର ମନ୍ତ୍ରୀଙ୍କ ବିରୋଧରେ ଲାଗିଥିବା ଅଭିଯୋଗ ନେଇ ମତ ରଖିଛନ୍ତି। ପାୱାର କହିଛନ୍ତି, ପୂର୍ବତନ ମୁମ୍ବାଇ ପୁଲିସ କମିସନର ଦେଶମୁଖଙ୍କ ବିରୋଧରେ ଯେଉଁ ଅଭିଯୋଗ ଆଣିଛନ୍ତି ତାହା ଅତ୍ୟନ୍ତ ଗୁରୁତର ଏବଂ ଏ ବାବଦରେ ମୁଖ୍ୟମନ୍ତ୍ରୀ ଉଦ୍ଧବ ଠାକ୍‌ରେ ଯାହାକିଛି ନିଷ୍ପତ୍ତି ଗ୍ରହଣ କରିବେ। ତେବେ ଏଭଳି ଅଭିଯୋଗ ବର୍ତ୍ତମାନ ସମୟରେ ଉଠିବା ନେଇ ପାୱାର ପ୍ରଶ୍ନ କରିଛନ୍ତି। ପାୱାର କହିଛନ୍ତି, ଦେଶମୁଖ ୧୦୦ କୋଟି ଚାନ୍ଦା ଆଦାୟ ପାଇଁ ପୁଲିସ ଅଧିକାରୀ ସଚିନ ଭାଜେଙ୍କୁ ନିର୍ଦ୍ଦେଶ ଦେଇଥିଲେ, କିନ୍ତୁ ଏହି ଅର୍ଥ କୁଆଡ଼େ ଗଲା ସେ ସଂପର୍କରେ ଅଭିଯୋଗରେ ନିର୍ଦ୍ଦିଷ୍ଟ ଭାବେ ତଥ୍ୟ ଦିଆଯାଇ ନାହିଁ। ଏ ବାବଦରେ ମୁଖ୍ୟମନ୍ତ୍ରୀ ନିରପେକ୍ଷ ତଦନ୍ତ ପାଇଁ ନିର୍ଦ୍ଦେଶ ଦିଅନ୍ତୁ ବୋଲି ସେ କହିଛନ୍ତି। ପୂର୍ବତନ ମୁମ୍ବାଇ ପୁଲିସ ମୁଖ୍ୟ ଜୁଲିଓ ରିବେରିଓଙ୍କ ନେତୃତ୍ବରେ ଏହି ଅଭିଯୋଗର ତଦନ୍ତ କରାଯାଉ ବୋଲି ପାୱାର ପ୍ରସ୍ତାବ ଦେଇଛନ୍ତି।

ଅନ୍ୟପକ୍ଷରେ ଅନୀଲ ଦେଶମୁଖଙ୍କୁ ନେଇ ମେଣ୍ଟରେ ଅସନ୍ତୋଷ ବଢ଼ୁଥିବାରୁ ଆସନ୍ତାକାଲି ଏମ୍‌ଭିଏ ମେଣ୍ଟର ବୈଠକ ବସିବ ଏବଂ ଦେଶମୁଖଙ୍କ ବାବଦରେ ନିଷ୍ପତ୍ତି ନିଆଯିବ। ଦେଶମୁଖଙ୍କୁ ତୁରନ୍ତ ହଟାଯିବାକୁ ଦାବି କରି ଆଜି ବିଜେପି ପକ୍ଷରୁ ନାଗପୁର, ପୁନେ ଏବଂ ମୁମ୍ବାଇରେ ପ୍ରତିବାଦ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା। ଶିଳ୍ପପତି ମୁକେଶ ଅମ୍ବାନିଙ୍କ ଘର ବାହାରେ ବିସ୍ଫୋରକ ବୋଝେଇ କାର୍‌ ମିଳିବା ମାମଲାରେ ତଦନ୍ତକାରୀ ଅଫିସର ସଚିନ ଭାଜେ ହିଁ ମୁଖ୍ୟ ଅଭି‌ଯୁକ୍ତ ବୋଲି ଏନ୍‌ଆଇଏ ଚିହ୍ନଟ କରିବା ପରେ ମହାରାଷ୍ଟ୍ର ସରକାରଙ୍କ ଅଡ଼ୁଆ ବଢ଼ିଛି। ଭାଜେ ଏହି ମାମଲାରେ ଗୃହମନ୍ତ୍ରୀଙ୍କ ଇଙ୍ଗିତରେ କାମ କରୁଥିବା ଅଭିଯୋଗ ହୋଇଛି ଏବଂ ମନସୁଖ୍‌ ହିରେନ୍‌ଙ୍କ ମୃତ୍ୟୁ ପଛରେ ମଧ୍ୟ ଭାଜେଙ୍କ ହାତ ରହିଥିବା ଏନ୍‌ଆଇଏ ସ୍ପଷ୍ଟ କରିଛି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe