ସବରିମାଳା ହିଂସା ତେଜିଲା: ବିଭିନ୍ନ ସ୍ଥାନରେ ଆକ୍ରମଣ, ପୋଡ଼ାଜଳା

Advertisment
ଆୟାପ୍ପାଙ୍କ ଦର୍ଶନ ପାଇଁ ସବରିମାଲା ବାହାରେ ଅପେକ୍ଷା କରି ରହିଛନ୍ତି ମାସିକ ଧର୍ମ ବଳବତ୍ତର ଥିବା ଶତାଧିକ ମହିଳା; ଯେ କୌଣସି ମୁହୂର୍ତ୍ତରେ ପରିସ୍ଥିତି ନେଇପାରେ ହିଂସାତ୍ମକ ମୋଡ଼

ଥିରୁବନନ୍ତପୁରମ୍‌: ସୁପ୍ରିମକୋର୍ଟଙ୍କ ସବରିମାଳା ରାୟକୁ ବିରୋଧ କରି କେରଳରେ ଦେଖାଦେଇଥିବା ହିଂସା ଦିନକୁ ଦିନ ବଢ଼ିବାରେ ଲାଗିଛି। ଆଜି ଆନ୍ଦୋଳନକାରୀମାନେ ଜଣେ ଧର୍ମ ପ୍ରଚାରକଙ୍କ ଆଶ୍ରମ ଉପରେ ଆକ୍ରମଣ କରିବା ସହ ବ୍ୟାପକ ପୋଡ଼ାଜଳା କରିଛନ୍ତି। ସୂଚନାନୁଯାୟୀ ଧର୍ମ ପ୍ରଚାରକ ସ୍ବାମୀ ସନ୍ଦୀପାନନ୍ଦ ଗିରି ସୁପ୍ରିମକୋର୍ଟଙ୍କ ସବରିମାଳା ରାୟକୁ ସମର୍ଥନ କରିଥିଲେ ଏବଂ ମନ୍ଦିରକୁ ସବୁ ବୟସର ମହିଳାମାନେ ପ୍ରବେଶ କରିପାରିବେ ବୋଲି କହିଥିଲେ। ଆଜି ଥିରୁବନନ୍ତପୁରମ୍‌ ସ୍ଥିତ ତାଙ୍କ ଆଶ୍ରମ ଉପରେ ଶତାଧିକ ଆନ୍ଦୋଳନକାରୀ ଆକ୍ରମଣ କରିଥିଲେ। ସେମାନେ ସ୍ବାମୀ ସନ୍ଦୀପାନନ୍ଦଙ୍କ ଗୀତା ସ୍କୁଲ୍‌ ପରିସରରେ ଯାନବାହନରେ ନିଅାଁ ଲଗାଇ ଦେବାସହ ଆଶ୍ରମ ପୋଡ଼ି ଦେଇଛନ୍ତି। ପୁଲିସ ଏନେଇ ଏକ ମାମଲା ରୁଜୁ କରିଛି ଏବଂ ଆକ୍ରମଣକାରୀଙ୍କ ବିରୋଧରେ ଲୁକ୍‌ଆଉଟ୍ ଜାରି ହୋଇଛି। କେରଳ ମୁଖ୍ୟମନ୍ତ୍ରୀ ପିନାରାୟୀ ବିଜନକ ଆଜି ଆଶ୍ରମସ୍ଥଳରେ ପହଞ୍ଚି ସ୍ଥିତି ଅନୁଧ୍ୟାନ କରିଛନ୍ତି। ଏଭଳି ଆକ୍ରମଣରେ ସଂଘ ପରିବାର ସଂପୃକ୍ତ ଥିବା ସନ୍ଦୀପାନନ୍ଦ କହିଛନ୍ତି। ତେବେ ବିଜେପି ଏହାକୁ ବିରୋଧ କରି କହିଛି ଯେ ଲୋକଙ୍କ ଭାବନା ସହ ସରକାର ଓ କିଛି ଅନୁଷ୍ଠାନ ଖେଳୁଥିବାରୁ ଆୟାପ୍ପା ଭକ୍ତମାନେ ସେମାନଙ୍କ ଉଗ୍ର ପ୍ରତିକ୍ରିୟା ପ୍ରକାଶ କରିଛନ୍ତି। ସ୍ବାମୀ ସନ୍ଦୀପାନନ୍ଦ କହିଛନ୍ତି ଯେ ପୂର୍ବରୁ ମଧ୍ୟ ‌େସ ଆକ୍ରମଣର ଶିକାର ହୋଇଛନ୍ତି। କେରଳ ଡିଜିପ ଲୋକନାଥ ବେହେରା କହିଛନ୍ତି, ଆଶ୍ରମ ଉପରେ ଆକ୍ରମଣ କରିଥିବା ବ୍ୟକ୍ତିଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ହେବ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe