ଦଳିତ ମାମଲାରେ ଏନ୍‌ଡିଏ ଅଡ଼ୁଆ ବଢ଼ୁଛି

Advertisment

ବିଜେପିର ସଙ୍କଟ ବଢ଼ାଇଲା ଏଲ୍‌ଜେପି, ବିଚାରପତିଙ୍କୁ ହଟାଇବା ଜିଦ୍‌ରେ ଅଟଳ

ବିଜେପିର ସଙ୍କଟ ବଢ଼ାଇଲା ଏଲ୍‌ଜେପି, ବିଚାରପତିଙ୍କୁ ହଟାଇବା ଜିଦ୍‌ରେ ଅଟଳ

ବାପାଙ୍କୁ ଆଇସିୟୁରେ ଛାଡି ପାଟନା ଆସିପାରିବି ନାହିଁ: ଚିରାଗ ପାଶୱାନ

ନୂଆଦିଲ୍ଲୀ: ୨୦୧୯ ସାଧାରଣ ନିର୍ବାଚନ ପୂର୍ବରୁ ଏନ୍‌୍‌ଡିଏରେ ମତଭେଦ ତୀବ୍ର ହେବାରେ ଲାଗିଛି। ବିହାର ମୁଖ୍ୟମନ୍ତ୍ରୀ ନୀତୀଶ କୁମାରଙ୍କ ବିରୋଧରେ ଆର୍‌ଏଲ୍‌ଏସ୍‌ପି ପ୍ରମୁଖ ଉପେନ୍ଦ୍ର କୁଶଓ୍ଵାହ କଡ଼ା ମନ୍ତବ୍ୟ ଦେଇ ମେଣ୍ଟରୁ ଓହରିବାକୁ ଧମକ ଦେଇଥିବା ବେଳେ ଏବେ ରାମବିଳାସ ପାଶ୍ୱାନଙ୍କ ଏଲ୍‌୍‌ଜେପି ମଧ୍ୟ  ସ୍ୱର ଉତ୍ତୋଳନ କରି ବିଜେପିର ସମସ୍ୟା ବଢ଼ାଇଛି। ତେବେ ଏଥର ଧମକ ରାମବିଳାସ ପାଶ୍ୱାନଙ୍କ ବଦଳରେ ତାଙ୍କ ପୁଅ ଚିରାଗ ପାଶ୍ୱାନ ଦେଇଛନ୍ତି। ବିଚାରପତି ଏ.କେ. ଗୋଏଲଙ୍କୁ ଏନ୍‌୍‌ଜିଟିର ମୁଖ୍ୟ ଭାବେ ନିଯୁକ୍ତି ଦିଆଯାଇଥିବାରୁ ଏଲ୍‌ଜେପି ଏହାର ତୀବ୍ର ବିରୋଧ କରିଛି ଏବଂ ନିଯୁକ୍ତି ବାତିଲ କରିବାକୁ ଜୋର୍‌ଦାର ଦାବି କରିଛି।

ଉଲ୍ଲେଖଯୋଗ୍ୟ ସୁପ୍ରିମ୍‌ କୋର୍ଟ ବିଚାରପତି ଏ.କେ. ଗୋଏଲ ରହିଥିବା ଏକ ଖଣ୍ଡପୀଠ ଏସ୍‌୍‌ସି/ଏସ୍‌୍‌ଟି ନିର୍ଯାତନା ଆଇନ ମାମଲାରେ ଶୁଣାଣି କରି ବିନା ତଦନ୍ତରେ ଗିରଫଦାରୀ ହୋଇପାରିବ ନାହିଁ ବୋଲି କହିଥିଲେ। ବିଚାରପତିଙ୍କ ଏହି ଆଭିମୁଖ୍ୟକୁ ଏଲଜେପି ଦଳିତ ବିରୋଧୀ ଦର୍ଶାଇ ଜଷ୍ଟିସ୍‌ ଗୋଏଲଙ୍କ ନିଯୁକ୍ତିକୁ ବିରୋଧ କରୁଛି।  ଦେଶରେ ଦଳିତଙ୍କ ବିରୋଧରେ ଅତ୍ୟାଚାର ବଢ଼ୁଥିବା ବେଳେ ଏଭଳି ଦଳିତ ବିରୋଧୀ ଆଭିମୁଖ୍ୟକୁ ବରଦାସ୍ତ କରାଯିବ ନାହିଁ ବୋଲି ଚିରାଗ ପାଶ୍ୱାନ କହିଛନ୍ତି।  ବିହାର, ମହାରାଷ୍ଟ୍ର, ମଧ୍ୟପ୍ରଦେଶ ଏବଂ ରାଜସ୍ଥାନରେ ଅନେକ ଦଳିତ ସଂଗଠନ ଏବେ ସରକାରଙ୍କ ବିରୋଧରେ କଡ଼ା ମନ୍ତବ୍ୟ ଦେଉଥିବା ବେଳେ ଏନ୍‌୍‌ଡିଏର ଦଳିତ ନେତାମାନେ ମଧ୍ୟ ସରକାରଙ୍କ ବିରୋଧରେ ଅସନ୍ତୋଷ ଜାହିର କରୁଛନ୍ତି। ଏନ୍‌୍‌ଡିଏ ସରକାର ଦଳିତଙ୍କ କଲ୍ୟାଣ ଏବଂ ସୁରକ୍ଷା ପାଇଁ ଯେଉଁ ପଦକ୍ଷେପ ନେଉଛନ୍ତି ତାହା ଫଳପ୍ରଦ ହେଉନାହିଁ ଏବଂ ଏ ବାବଦରେ ଅନ୍ୟ ଦଳଗୁଡ଼ିକ ସହିତ ମଧ୍ୟ ଆଲୋଚନା କରାଯାଉନାହିଁ ବୋଲି ବିଜେପିର ସହଯୋଗୀ ଦଳମାନେ ଅଭିଯୋଗ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe