photo-abp news
ଭୋପାଳ: ସାମାନ୍ୟ କଥାକୁ ନେଇ ରାଗିଗଲେ ମହିଳା ପ୍ରଫେସର | ଆଉ ଗରିବ ଫଳ ବେପାରୀଙ୍କ ଫଳକୁ ରାସ୍ତାରେ ଫୋଫାଡ଼ିଲେ | ମହିଳାଙ୍କ ଏଭଳି କାରନାମାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ ହେବାରେ ଲାଗିଛି। ଏହି ଭିଡିଓରେ ମହିଳା ପ୍ରଫେସର ଜଣେ ବେପାରୀଙ୍କ ଠେଲାଗାଡ଼ିରୁ ଫଳ ଫିଙ୍ଗିଥିବାର ନଜର ଆସିଛନ୍ତି। ଭିଡିଓ ଏତେ ଭାଇରାଲ ହୋଇଛି ଯେ ଭୋପାଳ ଜିଲ୍ଲାପାଳ ଅବିନାଶ ଲାଭାନିଆ ଏହି ପ୍ରସଙ୍ଗରେ ପଦକ୍ଷେପ ନେବାକୁ ନିର୍ଦ୍ଦେଶ ଦେଇଛନ୍ତି। ପୁଲିସର ସୂଚନାନୁସାରେ, ମାମଲାଟି ଭୋପାଳର ଅଯୋଧ୍ୟା ନଗରରୁ ଆସିଛି। ଅଯୋଧ୍ୟା ନଗରରେ ରହୁଥିବା ଜଣେ ମହିଳା ପ୍ରଫେସରଙ୍କ ଘର ବାହାରେ ତାଙ୍କ କାର ଥିଲା।
ଏହି ସମୟରେ, ପାଚିଲା ଅମୃତଭଣ୍ଡା ବିକ୍ରି କରୁଥିବା ଜଣେ ଫଳ ବ୍ୟବସାୟୀ ନିଜ ଠେଲାଗାଡି ସହ ଯାଉଥିବାବେଳେ ଭୁଲବଶତଃ କାର ସହ ଘଷି ହୋଇଯାଇଥିଲା | ଯେତେବେଳେ ପ୍ରଫେସର ଏହା ବିଷୟରେ ଜାଣିଲେ, ସେ ମାନସିକ ସନ୍ତୁଳନ ହରାଇଲେ | ମହିଳା ଜଣକ ରାସ୍ତାରେ ଆସି ପ୍ରଥମେ ଫଳ ବ୍ୟବସାୟୀଙ୍କୁ ଅନେକ ଗାଳିଗୁଲଜ କରିଥିଲେ। ଏହା ପରେ ସେ ଠେଲାଗାଡିରୁ ଫଳ ଫିଙ୍ଗିବା ଆରମ୍ଭ କରିଥିଲେ |
ଏହି ଦୃଶ୍ୟ ଦେଖି ବାଟରେ ଯାଉଥିବା ଲୋକମାନେ ମଧ୍ୟ ଆଶ୍ଚର୍ଯ୍ୟ ହୋଇଯାଇଥିଲେ | ଏହି ସମୟରେ, ବ୍ୟବସାୟୀ ଜଣକ ବାରମ୍ବାର ମହିଳା ପ୍ରଫେସରଙ୍କୁ ଏଭଳି ନ କରିବା ପାଇଁ ନିବେଦନ କରିଥିଲେ ମଧ୍ୟ ମହିଳା ପ୍ରଫେସର ତାଙ୍କ କଥା ଶୁଣିନଥିଲେ । ଏହା ପରେ ସୋସିଆଲ ମିଡିଆରେ ଘଟଣାର ଭିଡିଓ ଭାଇରାଲ ହେବା ପରେ ଭୋପାଳ ଜିଲ୍ଲାପାଳ ଅବିନାଶ ଲାଭାନିଆ କାର୍ଯ୍ୟାନୁଷ୍ଠାନ ପାଇଁ ନିର୍ଦ୍ଦେଶ ଦେଇଛନ୍ତି।
Follow Us