ଆପ୍‌ ବିଧାୟକଙ୍କ ଲାଭଜନକ ପଦବି ହାସଲ ମାମଲା: ତଥ୍ୟ ରଖିବେ ନିର୍ବାଚନ କମିସନ

Advertisment
ଆପ୍‌ ବିଧାୟକଙ୍କ ଲାଭଜନକ ପଦବି ହାସଲ ମାମଲା: ତଥ୍ୟ ରଖିବେ ନିର୍ବାଚନ କମିସନ

ନୂଆଦିଲ୍ଲୀ: ବିଭିନ୍ନ ଲାଭଜନକ ପଦପଦବି ହାସଲ କରିଥିବା ଅଭିଯୋଗରେ ଦିଲ୍ଲୀ ବିଧାନସଭାର ୨୦ ଜଣ ବିଧାୟକଙ୍କ ସଭ୍ୟପଦ ରଦ୍ଦ ହେବା ମାମଲାରେ ଆଜି ଦିଲ୍ଲୀ ହାଇକୋର୍ଟ ଏ ସଂକ୍ରାନ୍ତ ସବିଶେଷ ତଥ୍ୟ ରଖିବାକୁ ନିର୍ବାଚନ ଆୟୁକ୍ତଙ୍କୁ ନିର୍ଦ୍ଦେଶ କରିଛନ୍ତି। କେଉଁସବୁ କାରଣକୁ ଆଧାର କରି ନିର୍ବାଚନ ଆୟୁକ୍ତ ସେହି ବିଧାୟକମାନଙ୍କୁ ଅଯୋଗ୍ୟ ଘୋଷଣା ପାଇଁ ରାଷ୍ଟ୍ରପତିଙ୍କୁ ସୁପାରିସ କରିଥିଲେ, ତାହାକୁ ବିଶଦ ଭାବରେ ସତ୍ୟପାଠ ଜରିଆରେ ଜଣାଇବାକୁ ଦିଲ୍ଲୀ ହାଇକୋର୍ଟର ଏକ ଖଣ୍ଡପୀଠ ନିର୍ଦ୍ଦେଶ କରିଛନ୍ତି। ମାମଲାର ପରବର୍ତ୍ତୀ ଶୁଣାଣି ଆସନ୍ତା ୭ ତାରିଖରେ ହେବ ବୋଲି ଜଷ୍ଟିସ ସଞ୍ଜୀବ ଖାନ୍ନା ଓ ଜଷ୍ଟିସ ଚନ୍ଦ୍ରଶେଖରଙ୍କ ଦ୍ୱାରା ଗଠିତ ଦୁଇଜଣିଆ ଖଣ୍ଡପୀଠ ଧାର୍ଯ୍ୟ କରିବା ସହ ସେ ପର୍ଯ୍ୟନ୍ତ ଖାଲି ପଡ଼ିଥିବା ଏହି ୨୦ ବିଧାନସଭା ଆସନ ପାଇଁ ଉପନିର୍ବାଚନ ବିଜ୍ଞପ୍ତି ଜାରି ନକରିବାକୁ ନିର୍ଦ୍ଦେଶ କରିଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe