ମାଗଣା ଟିକା ବଣ୍ଟନ ପ୍ରତିଶ୍ରୁତି, ବିଜେପିକୁ ନିର୍ବାଚନ କମିସନଙ୍କ କ୍ଲିନ୍‌ଚିଟ୍‌

Advertisment
ଖୁବ୍ ଶୀଘ୍ର ଭାରତରେ ଆରମ୍ଭ ହୋଇପାରେ କୋଭିଡ୍-୧୯ ଟିକା ସ୍ପୁଟ୍‌ନିକ୍-୫ର ଦ୍ବିତୀୟ ପର୍ଯ୍ୟାୟ ପରୀକ୍ଷା

Image Courtesy of The Indian Express

ନୂଆଦିଲ୍ଲୀ: ବିହାର ନିର୍ବାଚନ ଅବସରରେ ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ମାଗଣାରେ କରୋନା ଟିକା ବଣ୍ଟନ ପାଇଁ ଦେଇଥିବା ପ୍ରତିଶ୍ରୁତି ପ୍ରସଙ୍ଗରେ ନିର୍ବାଚନ କମିସନ ବିଜେପିକୁ କ୍ଲିନ୍‌ଚିଟ୍‌ ଦେଇଛନ୍ତି। ବିଜେପିର ଏହି ପ୍ରତିଶ୍ରୁତି ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ସୂଚନାଯୋଗ୍ୟ, ବିହାର ନିର୍ବାଚନ ପରିପ୍ରେକ୍ଷୀରେ ବିହାରବାସୀଙ୍କୁ ମାଗଣାରେ କୋଭିଡ ଟିକା ବଣ୍ଟାଯିବ ବୋଲି ବିଜେପି ନିଜର ନିର୍ବାଚନୀ ଇସ୍ତାହାରରେ ପ୍ରତିଶ୍ରୁତି ଦେଇଥିଲା। ତେବେ ବିଜେପିର ଏହି ପ୍ରତିଶ୍ରୁତି ଆଦର୍ଶ ନିର୍ବାଚନ ଆଚରଣ ବିଧି ଉଲ୍ଲଂଘନ କରିବା ସହ କେନ୍ଦ୍ର ସରକାରଙ୍କ ବ୍ୟବସ୍ଥାର ଦୁରୁପଯୋଗ ହୋଇଥିବା ଦର୍ଶାଇ ନିର୍ବାଚନ କମିସନଙ୍କ ନିକଟରେ ଅଭିଯୋଗ ‌କରାଯାଇଥିଲା। କିନ୍ତୁ ବିଜେପିର ଏହି ନିର୍ବାଚନୀ ଇସ୍ତାହାରରେ ‌ଆଦର୍ଶ ନିର୍ବାଚନ ଆଚରଣ ବିଧିର ଉଲ୍ଲଂଘନ ହେଲା ଭଳି କୌଣସି କାରଣ ନାହିଁ ବୋଲି ନିର୍ବାଚନ କମିସନ ସ୍ପଷ୍ଟ କରିଛନ୍ତି। ଅନୁରୂପ ଭାବେ ଗତ ୨୦୧୯ ସାଧାରଣ ନିର୍ବାଚନ ବେଳେ କଂଗ୍ରେସ ନିଜ ଇସ୍ତାହାରରେ ଘୋଷଣା କରିଥିବା ‘ନ୍ୟାୟ’ ଯୋଜନାକୁ ମଧ୍ୟ ନିର୍ବାଚନ କମିସନ କ୍ଲିନ୍‌ଚିଟ୍‌ ଦେଇଥିଲେ ଏବଂ ଏହା ଆଚରଣ ବିଧି ଉଲ୍ଲଂଘନ କରୁନାହିଁ ବୋଲି କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe