ବିଚ୍ଛେଦ ପାଇଁ ଦୋଷ ପ୍ରମାଣ ଜରୁରି ନୁହେଁ

ସୁପ୍ରିମ୍‌କୋର୍ଟକୁ ପ୍ରଥମ ଥର ପାଇଁ ମିଳିବେ ୩ ଦଳିତ ବିଚାରପତି

Image Courtesy of The Economic Times

ନୂଆଦିଲ୍ଲୀ : ସ୍ବାମୀ-ସ୍ତ୍ରୀଙ୍କ ଭିତରେ ଯଦି ମନ ନ ମିଶେ ଏବଂ ସେମାନଙ୍କ ସମ୍ପର୍କକୁ ଯୋଡ଼ିବା ଯଦି କୌଣସି ପ୍ରକାରେ ସମ୍ଭବ ନ ହୁଏ, ତେବେ ସେମାନଙ୍କ ବିବାହ ବିଚ୍ଛେଦକୁ ଅନୁମତି ଦିଆଯାଇପାରେ। ଏଥିପାଇଁ ସ୍ବାମୀ ବା ସ୍ତ୍ରୀର ଦୋଷ ପ୍ରମାଣ କରିବା ଜରୁରି ନୁହେଁ ବୋଲି ସୁପ୍ରିମ୍‌କୋର୍ଟ ବୁଧବାର କହିଛନ୍ତି।

ଜଷ୍ଟିସ୍ ସଞ୍ଜୟ କିଷନ କୌଲଙ୍କ ନେତୃତ୍ବାଧୀନ ସାମ୍ବିଧାନିକ ବେଞ୍ଚ୍ କହିଲେ ଯେ, ଭାରତରେ ଡାଇଭର୍ସ ଆଇନ ଦୋଷଦେଖା ତତ୍ତ୍ବ (ଫଲ୍‌ଟ ଥିଓରି) ଉପରେ ଆଧାରିତ। କିନ୍ତୁ ବାସ୍ତବତା ହେଉଛି ଏଇଆ ଯେ, ସ୍ବାମୀ-ସ୍ତ୍ରୀ ଉଭୟ ଭଲ ଲୋକ ହୋଇପାରନ୍ତି, କିନ୍ତୁ ସେମାନେ ସବୁବେଳେ ଭଲ ଜୀବନସାଥୀ ନ ହୋଇପାରନ୍ତି।

‘ପ୍ରଶ୍ନ ହେଉଛି, ଡାଇଭର୍ସ ମାମଲାରେ ଗୋଟିଏ ପକ୍ଷର ଦୋଷ ପ୍ରମାଣ କରିବା କ’ଣ ଜରୁରି?’, ଜଷ୍ଟିସ୍ ସଞ୍ଜୀବ ଖାନ୍ନା, ଏଏସ୍ ଓକା, ବିକ୍ରମ ନାଥ ଓ ଜେକେ ମାହେଶ୍ବରୀ ମଧ୍ୟ ଅନ୍ୟତମ ବିଚାରପତି ଥିବା ଖଣ୍ଡପୀଠ ପଚାରିଥିଲେ। କେହି ହୁଏତ ଅଭିଯୋଗ କରୁଛି- ମୋ ସ୍ତ୍ରୀ ସକାଳୁ ଉଠୁନାହିଁ, ମୋ ବାପାମାଆଙ୍କୁ ଚା କରି ଦେଉନାହିଁ ଇତ୍ୟାଦି। ଏହା କ’ଣ ଫଲ୍‌ଟ ଥିଓରି? ତେଣୁ ଯେଉଁ କ୍ଷେତ୍ରରେ ସ୍ବାମୀ-ସ୍ତ୍ରୀଙ୍କ ଏକାଠି ରହିବା ସମ୍ଭବ ନୁହେଁ, ସେମାନଙ୍କର କାହାରି ଜଣକର ଦୋଷ ନ ଥିଲେ ବି ବିବାହ ବିଚ୍ଛେଦକୁ ମଞ୍ଜୁର କରାଯାଇପାରିବ ବୋଲି କୋର୍ଟ କହିଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe