ମଣିପୁର ବିଧାୟକଙ୍କ ଘରୁ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ୍‌

Advertisment

ମଣିପୁରର ଥାଙ୍ଗମୈବନ୍ଦ ବିଧାନସଭା ଆସନର ଜେଡିୟୁ ବିଧାୟକ ଜୟକିଷନ ସିଂହଙ୍କ ଘରେ ନିକଟରେ ଆନ୍ଦୋଳନକାରୀମାନେ ଆକ୍ରମଣ କରି ଲୁଟପାଟ କରିଥିଲେ। ଏହି ଆକ୍ରମଣ ସମୟରେ ବିଧାୟକଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି।

ମଣିପୁରର ଥାଙ୍ଗମୈବନ୍ଦ ବିଧାନସଭା ଆସନର ଜେଡିୟୁ ବିଧାୟକ ଜୟକିଷନ ସିଂହଙ୍କ ଘରେ ନିକଟରେ ଆନ୍ଦୋଳନକାରୀମାନେ ଆକ୍ରମଣ କରି ଲୁଟପାଟ କରିଥିଲେ। ଏହି ଆକ୍ରମଣ ସମୟରେ ବିଧାୟକଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି।

sfhsfhshfsfh

ଇମ୍ଫାଲ: ମଣିପୁରର ଥାଙ୍ଗମୈବନ୍ଦ ବିଧାନସଭା ଆସନର ଜେଡିୟୁ ବିଧାୟକ ଜୟକିଷନ ସିଂହଙ୍କ ଘରେ ନିକଟରେ ଆନ୍ଦୋଳନକାରୀମାନେ ଆକ୍ରମଣ କରି ଲୁଟପାଟ କରିଥିଲେ। ଏହି ଆକ୍ରମଣ ସମୟରେ ବିଧାୟକଙ୍କ ଘରୁ ପ୍ରାୟ ୧.୫ କୋଟି ଟଙ୍କାର ସମ୍ପତ୍ତି ଲୁଟ ହୋଇଥିବା ଅଭିଯୋଗ ହୋଇଛି।  ଆଜି ବିଧାୟକଙ୍କ ମ‌ା’ ଏନେଇ ଇମ୍ଫାଲ ଥାନାରେ ଲିଖିତ ଅଭିଯୋଗ କରିଛନ୍ତି। ଅଭିଯୋଗରେ ସେ  ଦର୍ଶାଇଛନ୍ତି ତାଙ୍କ ଘରୁ ଲୁଟ୍‌ ହୋଇଥିବା ସାମଗ୍ରୀ ମଧ୍ୟରେ ୧୮ଲକ୍ଷ ନଗଦ ଟଙ୍କା, ୧.୫ କୋଟି ଟଙ୍କାର ସ୍ବର୍ଣ୍ଣ ଅଳଙ୍କାର ରହିଛି। ଏନେଇ ମାମଲା ରୁଜୁ ହୋଇଛି ଓ ଆଇନାନୁସାରେ ଆବଶ୍ୟକ ପଦକ୍ଷେପ ନିଆଯିବ ବୋଲି ପୁଲିସ କହିଛି।

ବିଧାୟକଙ୍କ ଘରଠାରୁ କିଛି ଦୂରରେ ଟୋମ୍ବିସାନା ଉଚ୍ଚମାଧ୍ୟମିକ ବିଦ୍ୟାଳୟରେ ଦଙ୍ଗା ବିସ୍ଥାପିତଙ୍କ ନିମନ୍ତେ ଥଇଥାନ ଶିବିର ସ୍ଥାପନ କରାଯାଇଛି। ଶିବିରର ଜଣେ ବ୍ୟକ୍ତି କହିଛନ୍ତି, ସେମାନଙ୍କ ବ୍ୟବହାର ନିମନ୍ତେ ଉଦ୍ଦିଷ୍ଟ ଅତ୍ୟାବଶ୍ୟକ ସାମଗ୍ରୀ ମଧ୍ୟ ବିଧାୟକଙ୍କ ଘରେ ମହଜୁଦ ଥିଲା। ତାହାକୁ ମଧ୍ୟ ଆନ୍ଦୋଳନକାରୀମାନେ ଲୁଟି ନେଇଛନ୍ତି।  ସୂଚନାଯୋଗ୍ୟ, ନଭେମ୍ବର ୧୬ରେ  ବିଧାୟକଙ୍କ ଘର ଉପରେ ଆକ୍ରମଣ ହୋଇଥିଲା। ଦଙ୍ଗାକାରୀମାନେ ଆସବାବପତ୍ର ଭଙ୍ଗାରୁଜା କରିବା ସହ ପୋଡ଼ି ଦେଇଥିଲେ। ଏହି ସମୟରେ ବିଧାୟକ ନିଜର ଚିକିତ୍ସାନିମନ୍ତେ ପରିବାର ସଦସ୍ୟଙ୍କ ସହ ଦିଲ୍ଲୀ ଯାଇଥିଲେ।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe