Image Courtesy of NDTV
ରାଞ୍ଚି: ପ୍ରଫେଟ୍ ବିବାଦଜନିତ ହିଂସାକାଣ୍ଡ ବଳେ ୬ଟି ଗୁଳି ବାଜିଥିବା ସାଧାରଣ ନାଗରିକ ଅବ୍ସର୍ଙ୍କ ଦେହରେ ଏବେ ଆଉ ୨ଟି ଗୁଳି ଥିଲେ ବି ସେ ବଞ୍ଚିଛନ୍ତି ଏବଂ ‘ରାଜେନ୍ଦ୍ର ଇନ୍ଷ୍ଟିଚ୍ୟୁଟ୍ ଅଫ୍ ମେଡିକାଲ୍ ସାଇନ୍ସେସ୍’ରେ (ରିମ୍ସ୍) ତାଙ୍କର ଚିକିତ୍ସା ଚାଲିଛି।
ଡାକ୍ତରମାନେ ତାଙ୍କ ଦେହରୁ ୪ଟି ଗୁଳି ବାହାର କରି ଦେଇଛନ୍ତି। ଯୁବକ ଅବ୍ସର୍ କହିବା ଅନୁସାରେ, ସେ ପ୍ରତିବାଦରେ ଅଂଶ ଗ୍ରହଣ କରି ନ ଥିଲେ କିନ୍ତୁ, ବଜାରରୁ ଫେରୁଥିଲେ। ବାଟରେ ଦେଖିଲେ ଟେକାପଥର ଫିଙ୍ଗୁଥିବା ଦଳେ ଲୋକଙ୍କ ଉପରକୁ ପୁଲିସ ଗୁଳି ଚଳାଉଛି। ସେ ଘଟଣାସ୍ଥଳରୁ ଖସି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ଗୁଳି ଚୋଟ ଖାଇ ତଳେ ପଡ଼ିଯାଇଥିଲେ। ଆଉ କିଛି ଦିନ ପରେ ବାକି ଦୁଇଟି ଗୁଳି ତାଙ୍କ ଶରୀରରୁ ବାହାର କରି ଦେବେ ବୋଲି ଡାକ୍ତରମାନେ କହିଛନ୍ତି।
Image Courtesy of India Todayପ୍ରଫେଟ୍ ବିବାଦଜନିତ ପ୍ରତିବାଦ ହିଂସାକାଣ୍ଡ ପାଲଟିବା ପରେ ପୁଲିସ ଗୁଳିଚାଳନା ଯୋଗୁଁ ୨୨ଜଣ ଲୋକ ଆହତ ହୋଇ ଚିକିତ୍ସାଧୀନ ଅଛନ୍ତି। ତବାରକ୍ ବୋଲି ଆଉ ଜଣେ ବ୍ୟକ୍ତିଙ୍କ ଅବସ୍ଥା ମଧ୍ୟ ସେଭଳି ହୋଇଥିବା କଥା ଜଣାପଡ଼ିଛି। ଚିକିତ୍ସାଧୀନ ଥିବା ତବାରକ୍ କହିଛନ୍ତି, ହଠାତ୍ ଗଣ୍ଡଗୋଳ ଏବଂ ଗୁଳି ଫୁଟିବା ଦେଖି ସେ ଦୌଡ଼ି ପଳାଇବାକୁ ଉଦ୍ୟମ କରୁଥିବା ବେଳେ ତାଙ୍କ ଦେହରେ ଗୁଳି ବାଜିଥିଲା।
ଉଲ୍ଲେଖଯୋଗ୍ୟ, ଏହି ଗଣ୍ଡଗୋଳରେ ଆହତ ହୋଇଥିବା ସମୁଦାୟ ୨୨ଜଣଙ୍କ ମଧ୍ୟରୁ ୧୦ଜଣ ହେଉଛନ୍ତି ପୁଲିସ କର୍ମଚାରୀ। ଆହତମାନଙ୍କ ମଧ୍ୟରୁ ୩ଜଣଙ୍କ ଅବସ୍ଥା ସାଙ୍ଘାତିକ ଅଛି।
Follow Us