ବିଚାରବିମର୍ଶ ପର୍ଯ୍ୟାୟରେ ବନ୍ଦର ବିଲ୍‌ ଚିଠା ପ୍ରସ୍ତାବ

Advertisment
ବିଚାରବିମର୍ଶ ପର୍ଯ୍ୟାୟରେ ବନ୍ଦର ବିଲ୍‌ ଚିଠା ପ୍ରସ୍ତାବ

Adani Ports

ନୂଆଦିଲ୍ଲୀ : ଭାରତୀୟ ବନ୍ଦର ବିଲ୍‌- ୨୦୨୧ର ଚିଠା ପ୍ରସ୍ତାବ ବର୍ତ୍ତମାନ ବିଚାରବିମର୍ଶ ପର୍ଯ୍ୟାୟରେ ରହିଛି। ଏହି ବିଲ୍‌ର ଉଦ୍ଦେଶ୍ୟ ହେଉଛି କେନ୍ଦ୍ର ଓ ଉପକୂଳବର୍ତ୍ତୀ ରାଜ୍ୟମାନଙ୍କ ମଧ୍ୟରେ ବନ୍ଦରଗୁଡ଼ିକର ସମନ୍ବିତ ଓ ସହଯୋଗପୂର୍ଣ୍ଣ ବିକାଶ ପାଇଁ ପ୍ରୟାସ କରିବା। ବିଲ୍‌ର ଚିଠା ପ୍ରସ୍ତାବରେ ‘ମେରିଟାଇମ୍‌ ଷ୍ଟେଟସ୍‌ ଡେଭଲପ୍‌ମେଣ୍ଟ୍‌ କାଉନସିଲ୍‌’ (ଏମ୍‌ଏସ୍‌ଡିସି)କୁ ଷ୍ଟାଚ୍ୟୁଟାରି କ୍ଷମତା ସହ ଗୋଟିଏ ନୋଡାଲ୍‌ ଏଜେନ୍ସି ରୂପେ ଦେଶର ବୃହତ୍‌ ଓ ଅଣବୃହତ୍‌ ବନ୍ଦରଗୁଡ଼ିକର ବିକାଶ ପାଇଁ ସମନ୍ବୟ ପ୍ରତିଷ୍ଠା କରିବା। ଭାରତୀୟ ବନ୍ଦର ବିଲ୍‌- ୨୦୨୧ର ଚିଠା ପ୍ରସ୍ତାବର ଅଧ୍ୟ‌ାୟ ୫ ଅନ୍ତର୍ଗତ ସମସ୍ତ ବୃହତ୍‌ ଓ ଅଣବୃହତ୍‌ ବନ୍ଦରମାନଙ୍କ ପାଇଁ ପ୍ରତ୍ୟେକ ରାଜ୍ୟ ସରକାର ବିଲ୍‌ କାର୍ଯ୍ୟକାରୀ ହେବାର ଛଅ ମାସ ଭିତରେ ରାଜ୍ୟ ମାରିଟାଇମ୍‌ ବୋର୍ଡ ଗଠନ କରି ଗେଜେଟ୍‌ ନୋଟିଫିକେସନ୍‌ ଜାରି କରିବାକୁ ବ୍ୟବସ୍ଥା ରହିଥିବା କେନ୍ଦ୍ର ବନ୍ଦର ଓ ଜାହାଜ ଚଳାଚଳ ରାଷ୍ଟ୍ରମନ୍ତ୍ରୀ ଶ୍ରୀପଦ ନାୟକ ବିଜେଡି ସାଂସଦ ଅଚ୍ୟୁତାନନ୍ଦ ସାମନ୍ତଙ୍କ ପ୍ରଶ୍ନର ଲିଖିତ ଉତ୍ତରରେ ଉଲ୍ଲେଖ କରିଛନ୍ତି। କେନ୍ଦ୍ର ରାଷ୍ଟ୍ରମନ୍ତ୍ରୀ ଶ୍ରୀ ନାୟକ ଓଡ଼ିଶା ରାଜ୍ୟ ‘ସମୁଦ୍ର ବୋର୍ଡ’ ଗଠନ ସଂପର୍କରେ ଅବଗତ ଥିବା ଉତ୍ତରରେ ଦର୍ଶାଇଛନ୍ତି।

ସମ୍ବନ୍ଧୀୟ ପ୍ରବନ୍ଧଗୁଡ଼ିକ
Here are a few more articles:
ପରବର୍ତ୍ତୀ ପ୍ରବନ୍ଧ ପ Read ଼ନ୍ତୁ
Subscribe